ଜନ୍ମଗତ ଆୟୋଡିନ ଅଭାବ ଲକ୍ଷଣପୁଞ୍ଜ

ଉଇକିପିଡ଼ିଆ‌ରୁ
(Congenital iodine deficiency syndromeରୁ ଲେଉଟି ଆସିଛି)
Congenital iodine deficiency syndrome
Congenital hypothyroidism due to iodine deficiency,[୧] endemic cretinism,[୨] fetal iodine deficiency syndrome[୩]
A man with congenital iodine deficiency syndrome
ବିଭାଗEndocrinology
ଲକ୍ଷଣIntellectual disability, hearing problems, short stature, dry skin, poor coordination, strabismus, constipation[୪]
ଆକ୍ରାନ୍ତ ସମୟPresent at birth[୫]
ଅବଧିLong-term[୫]
କାରଣMother or baby having iodine deficiency[୪][୬]
ପ୍ରତିକାରIodisation of salt[୪]
ଚିକିତ୍ସାLevothyroxine[୭]
ପୁନଃପୌନିକRare (developed world)[୮]

ଜନ୍ମଗତ ଆୟୋଡିନ ଅଭାବ ଲକ୍ଷଣପୁଞ୍ଜ, ଯାହା ପୂର୍ବରୁ ଏଣ୍ଡେମିକ୍ କ୍ରେଟିନିଜିମ ଭାବରେ ଜଣାଶୁଣା ଥିଲା, ରୋଗରେ ବୌଦ୍ଧିକ ଅକ୍ଷମତା, ଶ୍ରବଣ ସମସ୍ୟା ବା ଏଣ୍ଡେମିକ ଗଏଟର ଜନିତ ଛୋଟ ଆକାର ହୋଇଥାଏ ।[୪] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକରେ ଶୁଖିଲା ଚର୍ମ, ଅସ୍ୱାଭାବିକ ରିଫ୍ଲେକ୍ସ, ଅଣସମନ୍ୱୟ, ତୀର୍ଯ୍ୟକ ଦୃଷ୍ଟି, କୋଷ୍ଠକାଠିନ୍ୟ ଏବଂ ସ୍ୱର ପରିବର୍ତ୍ତନ ହୋଇପାରେ | [୪] ଜଣେ ଗଏଟର ମଧ୍ୟ ହୋଇପାରେ ।[୪]

ଅଣପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଗ୍ରହଣ ହେତୁ ମା କିମ୍ବା ଶିଶୁର ଆୟୋଡିନ୍ ଅଭାବ ହେତୁ ଏହା ଘଟିଥାଏ ।[୪][୬] ଗର୍ଭଧାରଣ ବୟସର ୩ ମାସରୁ ୮ ମାସ ମଧ୍ୟରେ ଏହା ହେଉଥିବା ଆକଳନ କରାଯାଇଛି ।[୫] କାସାଭେ ଭଳି (Manihot esculenta, ଲୋକମୁଖରେ cassava) ଖାଦ୍ୟ ମଧ୍ୟ ଏହି ରୋଗରେ ଏକ ଭୂମିକା ଗ୍ରହଣ କରିପାରେ ।[୫] ଏହାକୁ ଦୁଇ ପ୍ରକାରରେ ବିଭକ୍ତ କରାଯାଇଛି: ସ୍ନାୟୁଗତ ଏବଂ ମିକ୍ସୋଇଡିମାଟସ ।[୫] କମ୍ ଗୁରୁତର ମାମଲାଗୁଡିକ ସବ୍‌କ୍ଲିନିକାଲ୍ ଭାବରେ ନାମିତ କରାଯାଇପାରେ ।[୪] ଜନ୍ମରୁ କମ ଥାଇରଏଡ ଥିବା ଯୋଗୁ ଏହି ଜନ୍ମଗତ ହାଇପୋଥାଇରଏଡିଜିମ୍ ରୋଗ ହୋଇଥାଏ ।[୯]

ମହିଳାମାନେ ଗର୍ଭବତୀ ହେବା ପୂର୍ବରୁ ଆୟୋଡିନ୍ ଅଭାବର ଚିକିତ୍ସାଦ୍ୱାରା ପ୍ରତିରୋଧ କରିହୁଏ ।[୪] ଏହି ପ୍ରୟାସରେ ଆୟୋଡିନ ସପ୍ଲିମେଣ୍ଟ ଥିବା ଲୁଣ ଏବଂ ତେଲ ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।[୪] [୫] ରୋଗର ଚିକିତ୍ସାରେ ଲିଭୋଥାଇରକ୍ସଇନ ଏବଂ ଆୟୋଡିନ୍ ସପ୍ଲିମେଣ୍ଟେସନ୍ ବ୍ୟବହାର ଆବଶ୍ୟକ ହୁଏ ।[୭][୧୦] ତଥାପି ସମସ୍ତ ଲକ୍ଷଣ ଚିକିତ୍ସା ସହିତ ଏହି ରୋଗ ଓଲଟିପାରେ ନାହିଁ ।[୭]

ବିକଶିତ ଦେଶରେ ଜନ୍ମଗତ ଆୟୋଡିନ ଅଭାବ ଲକ୍ଷଣପୁଞ୍ଜ ବିରଳ ଅଟେ ।[୮] ଆୟୋଡିନ କମ୍ ଥିବା ଜନସଂଖ୍ୟାରେ ୧୦ରୁ ୩୦% ଲୋକ ପ୍ରଭାବିତ ହୋଇପାରନ୍ତି । [୪] ଏହା ପ୍ରତିରୋଧଯୋଗ୍ୟ ବୌଦ୍ଧିକ ଅକ୍ଷମତାର ସବୁଠାରୁ ସାଧାରଣ କାରଣ ଥିଲା ।[୪] ଚିକିତ୍ସା ହୋଇନଥିବା ଜନ୍ମଗତ ହାଇପୋଥାଇରଏଡାଇଜିମ ପାଇଁ ମୂଳ ଶବ୍ଦ ଥିଲା "କ୍ରେଟିନିଜିମ୍", ଯାହା ୧୭୫୪ ମସିହାରେ ଡେନିସ୍ ଡିଡେରୋଟ ଏନସାଇକ୍ଲୋପେଡିଆରେ ବ୍ୟବହୃତ ହୋଇଥିଲା ।[୪] [୭] ସେତେବେଳେ ସ୍ୱିଜରଲ୍ୟାଣ୍ଡ ଏବଂ ଉତ୍ତର ଇଟାଲୀରେ ଏହା ଏକ ସାଧାରଣ ରୋଗ ଥିଲା। [୪]

ଆଧାର[ସମ୍ପାଦନା]

  1. "ICD-11 for Mortality and Morbidity Statistics". icd.who.int. Archived from the original on 1 August 2018. Retrieved 22 June 2022.
  2. "ICD-10 Version:2019". Archived from the original on 2020-03-31. Retrieved 2022-05-29.
  3. "MalaCards integrated aliases for Fetal Iodine Deficiency Disorder:". www.malacards.org. Archived from the original on 20 October 2017. Retrieved 22 June 2022.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ Chen, ZP; Hetzel, BS (February 2010). "Cretinism revisited". Best practice & research. Clinical endocrinology & metabolism. 24 (1): 39–50. doi:10.1016/j.beem.2009.08.014. PMID 20172469.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Eastman, Creswell J.; Zimmermann, Michael B. (2000). "The Iodine Deficiency Disorders". Endotext. MDText.com, Inc. Archived from the original on 17 June 2022. Retrieved 23 June 2022.
  6. ୬.୦ ୬.୧ "ICD-10 Version:2019". icd.who.int. Archived from the original on 31 March 2020. Retrieved 22 June 2022.
  7. ୭.୦ ୭.୧ ୭.୨ ୭.୩ Salisbury, S (February 2003). "Cretinism: The past, present and future of diagnosis and cure". Paediatrics & child health. 8 (2): 105–6. doi:10.1093/pch/8.2.105. PMID 20019927.
  8. ୮.୦ ୮.୧ Fanaroff, Avroy A.; Miall, Lawrence; Fanaroff, Jonathan; Lissauer, Tom (12 February 2020). Neonatology at a Glance (in ଇଂରାଜୀ). John Wiley & Sons. p. 11. ISBN 978-1-119-51320-9. Archived from the original on 27 June 2022. Retrieved 22 June 2022.
  9. "Congenital iodine deficiency syndrome (Concept Id: C3165526) - MedGen - NCBI". www.ncbi.nlm.nih.gov. Archived from the original on 27 June 2022. Retrieved 22 June 2022.
  10. Dennison, John; Oxnard, Charles; Obendorf, Peter (25 September 2011). Endemic Cretinism (in ଇଂରାଜୀ). Springer Science & Business Media. p. 144. ISBN 978-1-4614-0281-7. Archived from the original on 27 June 2022. Retrieved 23 June 2022.