ଆଲୋଚନା:ପ୍ରଧାନ ପୃଷ୍ଠା

Page contents not supported in other languages.
ଉଇକିପିଡ଼ିଆ‌ରୁ

Please add variant word of you languages in this list.--Kaiyr (ମୋ ଆଲୋଚନା) ୦୮:୩୨, ୧୭ ଅଗଷ୍ଟ ୨୦୧୪ (UTC)

ନୂଆ "ପର୍ବ ପର୍ବାଣି" ଓ "କର୍ମଶାଳା" ବିଭାଗ ଆରମ୍ଭ ବାବଦରେ[ସମ୍ପାଦନା]

ପ୍ରିୟ ଉଇକିଆଳିଗଣ,

ଆମ ପ୍ରଧାନ-ପୃଷ୍ଠାର 'ବଛା ଲେଖା' ଅଧିକାଂଶ ଦିନ କୌଣସି ପର୍ବପର୍ବାଣି ବାବଦରେ ରହୁଛି । ପୂର୍ବରୁ ଥରେ ହେଇଥିବା ଆଲୋଚନା ଅନୁସାରେ ଏହାଦ୍ୱାରା ଅଧିକ ପାଠକ ଆକର୍ଷିତ ହେବେ । ଏହା ଠିକ କିନ୍ତୁ ଆମେ ଅନ୍ୟ ବିଷୟ ଗୁଡ଼ିକୁ ଅବହେଳା କରୁଛେ । ଏଣୁ ପର୍ବପର୍ବାଣି ବାବଦରେ ଅଲଗା ବିଭାଗ ଆରମ୍ଭ କରାଗଲେ ଭଲ ହୁଅନ୍ତା । ପର୍ବପର୍ବାଣି ବିଭାଗଟିକୁ ନିକଟବର୍ତ୍ତୀ ପର୍ବ ହିସାବରେ ବଦଳା ଯାଉ; ଇଂରାଜୀ ମାସ ହିସାବରେ ନୁହେଁ । ଆଉ ବଛା ଲେଖା ସ୍ଥାନରେ ବିଶିଷ୍ଟ ବ୍ୟକ୍ତିତ୍ବ ଓ ଉପଯୋଗୀ ଲେଖା ରଖାଯାଉ ।

ଯେହେତୁ ଅଧିକାଂଶ ନୂଆ ପାଠକ ପ୍ରଧାନ-ପୃଷ୍ଠା ଦେଖନ୍ତି ଏଣୁ ପୂର୍ବ ଓ ଆଗାମୀ "କର୍ମଶାଳା/IRC/ମେଳଣ" ବାବଦରେ ସମୟକ ତଥ୍ୟ ପ୍ରଧାନ ପୃଷ୍ଠାରେ ରଖାଯାଉ । ତେବେ ଏହା ଏକ ପ୍ରସ୍ତାବ ଅଟେ, ପୁରୁଖା ଉଇକିଆଳିମାନଙ୍କୁ ଏଥିରେ ମତ ଦେବାପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୬:୪୭, ୨୩ ଅଗଷ୍ଟ ୨୦୧୪ (UTC)

ଏ ଆଇଡିଆଟା ଭଲ ଲାଗୁଛି ଆଉ ବ୍ୟକ୍ତିଗତ ଭାବେ ମୁଁ ଭାବୁଛି ଏହି ଭଳି ବଦଳ କରି ୨୦୧୧ରେ ତିଆରି ହୋଇଥିବା ଏ ପୃଷ୍ଠାଟିକୁ ଆମେ ସମସ୍ତେ ଟିକେ ନୂଆ କରିଦେବା । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୦୮, ୨୪ ଅଗଷ୍ଟ ୨୦୧୪ (UTC)
ପୂର୍ଣ ସମର୍ଥନ । ନିୟମିତ କରିପାରିଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୧୨:୪୬, ୨୪ ଅଗଷ୍ଟ ୨୦୧୪ (UTC)
ମୁଁ ଭାବୁଛି ଆଗାମୀ ବର୍ଷ ପାଇଁ । ବର୍ଷ ଆରମ୍ଭରୁ ପ୍ରଥମ ସପ୍ତାହ ଭିତରେ ସମସ୍ତେ ମିଶି "ପର୍ବପର୍ବାଣି" ବିଭାଗ କାମ ସାରିଦେବା । ମାନେ କେବେ କେଉଁ ପର୍ବ ଆସିବ ସେ ବିଷୟରେ ଲେଖା ଆପେ ଆପେ ଦିନେ ଦୁଇଦିନ ପୂର୍ବରୁ ଆସିଯିବ । ସମସ୍ତଙ୍କୁ ଏହା ପାଇଁ ବ୍ୟସ୍ତ ହେବାକୁ ପଡିବନି ।--ଶିତିକଣ୍ଠ (ଆଲୋଚନା) ୧୭:୩୭, ୨୪ ଅଗଷ୍ଟ ୨୦୧୪ (UTC)
ପରିସଂଖ୍ୟାନରୁ ଯାହା ଜଣାପଡୁଛି ଏବର୍ଷର ମୋଟ ୯ଟି ବଛା ଲେଖାରୁ ୨ଟି ଲେଖା (ଜୁନ ଓ ଅଗଷ୍ଟ) ପର୍ବପର୍ବାଣୀ ସମ୍ବନ୍ଧୀୟ, ସେହିପରି ୨୦୧୩ରେ ଏହାର ସଂଖ୍ୟା ୪/୧୨ । ପୂର୍ବରୁ ମୋଟ କେତୋଟି ପର୍ବପର୍ବାଣୀ ସମ୍ବନ୍ଧୀୟ ପ୍ରସଙ୍ଗ ବଛାଲେଖା ଭାବେ ରଖାଯାଇଛି ତାହା ଏହି ସମସ୍ତ ପୁରୁଣା ବଛା ଲେଖା ପୃଷ୍ଠାରୁ ଜାଣିହେବ । ତେଣୁ ଅଧିକାଂଶ ଦିନ କୌଣସି ପର୍ବପର୍ବାଣି ବଛାଲେଖା ଭାବେ ରହୁଥିବା ମନ୍ତବ୍ୟ ସହ ମୁଁ ଏକମତ ନୁହଁ । ତେବେ ପ୍ରଧାନ ପୃଷ୍ଠାର କାୟାପରିବର୍ତ୍ତନ କରିବା ପ୍ରସ୍ତାବକୁ ମୁଁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି । କେବଳ ପର୍ବପର୍ବାଣୀ ବିଷୟରେ ଗୋଟିଏ ଅଲଗା ବିଭାଗ ନକରି ପ୍ରସଙ୍ଗ ପଞ୍ଜିକା ନାମରେ ସେହି ସପ୍ତାହ/ ପକ୍ଷ ସମ୍ପର୍କିତ ପ୍ରସଙ୍ଗ ତାଲିକାଟିଏ (ମୁଖ୍ୟତଃ ଓଡ଼ିଶା ସମ୍ବନ୍ଧୀୟ) ରଖିଲେ ଭଲ ହେବ ବୋଲି ମୋର ମତ । ପ୍ରଥମ ପଦକ୍ଷେପ ସ୍ଵରୂପ କିଛିଦିନ ତଳୁ ଦୁଇଟି ତାଲିକା: ବରେଣ୍ୟ ବ୍ୟକ୍ତିଆସନ୍ତା ପର୍ବପର୍ବାଣୀ ତିଆରି କାମ ଆରମ୍ଭ କରିଛି । ଆସନ୍ତା ଓଡ଼ିଆ ଦିବସ ପୂର୍ବରୁ ନୂଆ ପ୍ରଧାନ ପୃଷ୍ଠା କାମ ସାରିପାରିଲେ ଭଲ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୩, ୧ ସେପ୍ଟେମ୍ବର ୨୦୧୪ (UTC)

────────────────────────────────────────────────────────────────────────────────────────────────────

ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏକମତ। ପର୍ବପର୍ବାଣୀ ବିଷୟରେ ଅଲଗା ବିଭାଗ ନକରି ,ମୁଖ୍ୟତଃ ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗ ପଞ୍ଜିକା ନାମରେ ହେଉ କିମ୍ବା ସମସ୍ତଙ୍କ ମତ ଅନୁସାରେ ଯେଉଁ ନାମ ସ୍ଥିର ହେବ ତାହା ରଖାଯାଉ । ପୂର୍ବରୁ ପର୍ବପର୍ବାଣୀ ପାଇଁ ପ୍ରସ୍ତାବ ମୁଁ ଆଲୋଚନା ସଭାରେ ଆଲୋଚନା କରିଥିଲି କାରଣ ଓଡ଼ିଆ ଉଇକିରେ ଉନ୍ନତ ଧରଣର ଯେଉଁ କେତୋଟି ପ୍ରସଙ୍ଗ ଅଛି ସେଥି ମଧ୍ୟରୁ ୬୦ ପ୍ରତିଶତ ଧାର୍ମିକ ପ୍ରସଙ୍ଗ, ସେ ମନ୍ଦିର ହେଉକି ପର୍ବପର୍ବାଣୀ । ମୃତ୍ୟୁଞ୍ଜୟ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ସବୁ ମାସ ବଛା ଲେଖାକୁ ବାଛିଲା ବେଳେ ସେ ଲେଖାକୁ କିଛି କାଂଶରେ ଉନ୍ନତ ମାନର କରୁଛନ୍ତି । ନ ହେଲେ ଦିଆଯାଉ ଥିବା ବଛା ଲେଖା ୧୦- ୧୫ ଧାଡ଼ିଆ ଓ ୨ ଆଧାର ବିଶିଷ୍ଟ ହୁଅନ୍ତା। ୨ ବର୍ଷ ହେଲା ବଛା ଲେଖା କୁ ଉନ୍ନତ ମାନର କରିବା ପାଇଁ ଆଲୋଚନା ହେଇ ଆସୁଥିଲେ ମଧ୍ୟ କେବଳ ଆଲୋଚନାରେ ରହି ଯାଉଛି। ତେଣୁ ଆଗକୁ ଆମେ ପ୍ରସଙ୍ଗ ସଂଖ୍ୟା ସହିତ ଉନ୍ନତ ମାନର ପ୍ରସଙ୍ଗ ପ୍ରତି ଗୁରୁତ୍ଵ ଦେବା ଭଲ ହେବ । ଆସନ୍ତା ଓଡ଼ିଆ ଦିବସରେ ନୂଆ ପ୍ରଧାନ ପୃଷ୍ଠା ପାଇଁ ବିସ୍ତୃତ ଭାବେ ଆଲୋଚନା କଲେ ଟିକେ ଭଲ ହୁଅନ୍ତା। --ଆଦିତ୍ୟ ମହାର (ଆଲୋଚନା) ୦୫:୧୪, ୧ ସେପ୍ଟେମ୍ବର ୨୦୧୪ (UTC)
ମୁଁ ପରିସଂଖ୍ୟାନଟିକୁ ଦେଖି ନଥିଲି । ଏଣୁ ଏପରି ମନ୍ତବ୍ୟ ଦେଇଥିବାରୁ ଦୁଃଖିତ :( । ପ୍ରଧାନ ପୃଷ୍ଠାରେ ହେବାକୁ ଥିବା ବଦଳ ବାବଦରେ ଆଲୋଚନା କରାଯାଇ, ପ୍ରଥମେ ଏକ ଛୋଟ ଡେମୋ ତିଆରି କରାଯାଉ ।--ଶିତିକଣ୍ଠ (ଆଲୋଚନା) ୨୦:୦୬, ୧ ସେପ୍ଟେମ୍ବର ୨୦୧୪ (UTC)

research required[ସମ୍ପାଦନା]

१२ १४
१३ ११
१६ १०
१५
7 12 1 14
2 13 8 11
16 3 10 5
9 6 15 4
transcription of
the indian numerals
most-perfect magic square from
the Parshvanath Jain temple in Khajuraho

Hi! Some years ago I received a picture about a most-perfect magic square from the Parshvanath Jain temple in Khajuraho. According to magic square#India Magic Squares and Cubes By William Symes Andrews, 1908, Open court publish company the square is more then thousand years old / from the 10th-century. There is text above the square. Can anybody provide a translation and or additional details about this text?
testwiki:most-perfect magic square provides transliterations for a dozen of ISO 15924 scripts as Arab, Armn, Armi, Beng, Cyrl, Cyrs, Deva, Grek, Gujr, Guru, Hani, Hans, Hant, Hebr, Jpan, Knda, Kore, Latn including Roman numerals and binary), Lepc, Maya, Mlym, Mymr, Phnxl, Orya, Runr, Sinh, Syrc, ‎Syre, ‎Syrj, ‎Syrn, Taml, Telu, Tibt, Xsux and maybe some more. The wiki source code can be used for articles / stubs in languages using these scripts. Fonts are not optimized and all comments are welcome at the test subdomain page at testwiki:most-perfect magic square. Thanks for all your efforts in advance! lɛʁi ʁɑjnhɑʁt (Leri Reinhart)

לערי ריינהארט (ମୋ ଆଲୋଚନା) ୨୨:୨୨, ୧୯ ଅଗଷ୍ଟ ୨୦୧୫ (UTC)
PAGEID: 4662 · REVISIONID: 520338
links here: https://or.wikipedia.org/?curid=4662#research_required

short update (2015-08-19) :

The numbers are Gurmukhi numerals written in the Guru script see testwiki:most-perfect magic square#Guru.
Thanks to Mahitgar the translation of the first two lines is available at https://en.wikipedia.org/?curid=1003896#Epigraph .
see the numerals in Orya at testwiki:most-perfect magic square#Orya
୨୨:୨୨, ୧୯ ଅଗଷ୍ଟ ୨୦୧୫ (UTC)


କିଛି ଲିଙ୍କ ଉପରେ କ୍ଲିକ କରିହେଉନି[ସମ୍ପାଦନା]

ଛାଞ୍ଚ:Mainpage welcome ରେ ଥିବା [[ଉଇକିପିଡ଼ିଆ:ଜନ୍ମତିଥି|୩ ଜୁନ ୨୦୦୨]], [[Special:Statistics|{{NUMBEROFARTICLES}}]] ଓ [[ଉଇକିପିଡ଼ିଆ:Introduction|ସଭିଙ୍କୁ ଲେଖିବା ଓ ସମ୍ପାଦନାର]] ଲିଙ୍କ ଗୁଡ଼ିକ କାମ କରୁନାହିଁ ।--ଶିତିକଣ୍ଠ (ଆଲୋଚନା) ୨୦:୧୬, ୨୯ ସେପ୍ଟେମ୍ବର ୨୦୧୫ (UTC)

Phabricatorରେ କରାଯାଇଥିବା ଅନୁରୋଧ ମୁତାବକ Ricordisamoa, Test Wikiରେ ତାକୁ ଠିକ କରିଛନ୍ତି । ପରିଚାଳକଙ୍କୁ ଏହି ବଦଳସବୁ ପ୍ରଧାନ ପୃଷ୍ଠାରେ କରିବାପାଇଁ ଅନୁରୋଧ ।(ଦସ୍ତକତ ହେଇନଥିଲା)--ଶିତିକଣ୍ଠ (ଆଲୋଚନା) ୦୫:୫୦, ୨ ଅକ୍ଟୋବର ୨୦୧୫ (UTC)
 ବଦଳ କରାଗଲା । ଅସୁବିଧାଟିକୁ ଦୂରକରିବାରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୩୬, ୩ ଅକ୍ଟୋବର ୨୦୧୫ (UTC)

ମୋବାଇଲ ଇଣ୍ଟରଫେସ[ସମ୍ପାଦନା]

ବର୍ତ୍ତମାନ ଥିବା ଉଇକିପିଡ଼ିଆ ମୋବାଇଲ ଇଣ୍ଟରଫେସକୁ ବଦଳାଇ ନୂଆ ଇଣ୍ଟରଫେସ ପାଇଁ କରାଯିବ । ଏହା ପ୍ରାୟତଃ ଏହିଭଳି ଦେଖାଯିବ । ଯଦି କିଛି ଅଧିକ ମତାମତ ଥାଏ ଜଣେଇବା ପାଇଁ ଅନୁରୋଧ । ଶିରୋନାମ ଗୁଡ଼ିକ https://or.m.wiktionary.org ଭଳି ଏହା ଦେଖାଯିବ ।--ଶିତିକଣ୍ଠ (ଆଲୋଚନା) ୧୬:୩୩, ୧୬ ଜୁନ ୨୦୧୬ (IST)[reply]