ଆରତୀ ମୁଖାର୍ଜୀ
ଆରତୀ ମୁଖାର୍ଜୀ | |
---|---|
ଜନ୍ମ | ଢାକା, ବଙ୍ଗଳାଦେଶ | ୧୮ ଜୁଲାଇ ୧୯୪୩
ଶୈଳୀ | ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଚଦପଟ୍ଟ ଗାୟନ |
ପେଷା | କଣ୍ଠଶିଳ୍ପୀ |
କାର୍ଯ୍ୟକାଳ | ୧୯୬୧ରୁ ଏପର୍ଯ୍ୟନ୍ତ |
ଆରତୀ ମୁଖାର୍ଜୀ (ଜନ୍ମ : ୧୮ ଜୁଲାଇ ୧୯୪୩) ଜଣେ ବଙ୍ଗଳାଦେଶୀ କଣ୍ଠଶିଳ୍ପୀ ।[୧][୨] ସେ ବଙ୍ଗଳା, ଓଡ଼ିଆ ଓ ହିନ୍ଦୀ ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ଗୀତ ଗାତା ଚଲ, ମାସୁମ ଓ ତପସ୍ୟା ଆଦି ହିନ୍ଦୀ ଚଳଚ୍ଚିତ୍ର ତଥା ଅଭିଳାଷ, ଉଲ୍କା, ବାଟ ଅବାଟ, ମେଘମୁକ୍ତି, ଟିକେ ହସ ଟିକେ ଲୁହ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଆରତୀ ଢାକାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ତାଙ୍କୁ ସଙ୍ଗୀତ ପ୍ରତି ଆକର୍ଷିତ କରାଇଥିଲେ । ସୁଶୀଳ ବାନାର୍ଜୀ, ଉସ୍ତାଦ ମହମ୍ମଦ ସାଗୀରୁଦ୍ଦିନ ଖାନ, ପଣ୍ଡିତ ଚିନ୍ମୟ ଲାହିରୀ, ପଣ୍ଡିତ ଲକ୍ଷ୍ମଣ ପ୍ରସାଦ ଜୟପୁରୱାଲେ ଓ ପଣ୍ଡିତ ରମେଶ ନନ୍ଦକର୍ଣ୍ଣୀଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ ।
ପ୍ରଚ୍ଛଦପଟ୍ଟ ଗାୟନ
[ସମ୍ପାଦନା]୧୯୫୫ ମସିହାରେ ଏକ ସର୍ବଭାରତୀୟ ସଙ୍ଗୀତ ପ୍ରତିଯୋଗିତା ମେଟ୍ରୋ ମର୍ଫି କଣ୍ଟେଷ୍ଟରେ ସେ ଭାଗନେଇଥିଲେ । ସେତେବେଳକୁ ତାଙ୍କୁ ୧୪/୧୫ ବର୍ଷ ବୟସ ହୋଇଥାଏ । ଏହି ପ୍ରତିଯୋଗିତାରେ ଅନୀଲ ବିଶ୍ୱାସ, ନୌସାଦ, ବସନ୍ତ ଦେଶାଈ ଓ ସି ରାମଚନ୍ଦ୍ର ଆଦି ସଙ୍ଗୀତ ନିର୍ଦ୍ଦେଶକମାନେ ବିଚାରକ ଥିଲେ । ଏହି ପ୍ରତିଯୋଗିତାରେ ଆରତୀ ବିଜୟୀ ହୋଇଥିଲେ ଓ ଏହା ତାଙ୍କୁ ପ୍ରଚ୍ଛଦପଟ୍ଟ ଗାୟନକୁ ବାଟ କଢ଼େଇଥିଲା ।[୩] ୧୯୫୮ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର ସହରରେ ଗୀତ ଗାଇବାର ପ୍ରଥମ ସୁଯୋଗ ପାଇଥିଲେ । ଏହାପରେ ସେ ଅନେକ ହିନ୍ଦୀ, ବଙ୍ଗଳା, ଗୁଜରାଟୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗୀତ
[ସମ୍ପାଦନା]- ଏଇ ଝୁମା ଝୁମା ଗୋଲାପୀ ବେଳାରେ (ଅଭିଳାଷ)[୪]
- ଅଭିମାନିନୀ ଏ ଅମାନିଆ ଢେଉ (ଉଲ୍କା)
- ଏ ଜୀବନମାନେ ନୁହେଁ ଆହା (ଉଲ୍କା)
- ଭାଉଜ ନାକରେ ସୁନା ଫାସିଆ (ବାଟ ଅବାଟ)
- ଆଖି ବୁଜିଦେଲେ କିଆଁ ଏପରି ଲାଗେ (ବାଟ ଅବାଟ)
- ତୋ ସାଥେ ଯିବିନି ମୁଁ ଯାତରା ଦେଖି (ବାଟ ଅବାଟ)
- ଏ ମନେ ଅଛି (ମେଘମୁକ୍ତି)
- ମୁଁ ଜାଣେନା, ତୁମେ ଜାଣନା (ଟିକେ ହସ ଟିକେ ଲୁହ)[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସଙ୍ଗୀତ ସୁଧାକାର ବାଳକୃଷ୍ଣ ଦାସ ପୁରସ୍କାର[୬]
- ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ - ୨୦୧୫(ଓଡ଼ିଶା ସରକାର)
- ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୧୯୬୫,୧୯୬୭,୧୯୭୬ (ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନ)
- ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୧୯୮୩ (ଦୋ ନେନା ଏକ କାହାଣୀ, ମାସୁମ ଚଳଚ୍ଚିତ୍ର)
- ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ - ୨୦୧୬(ଟାଇମ୍ସ ଅଫ ଇଣ୍ଡିଆ)
ଆଧାର
[ସମ୍ପାଦନା]- ↑ THE INDIAN LISTENER. New Delhi: All India Radio (AIR). 04-Feb-1951. Retrieved 18 February 2022.
{{cite book}}
: Check date values in:|date=
(help) - ↑ Urmi: The Journal of the Odisha Society of Americas 49th Convention. Odisha Society of the Americas. 2017. Retrieved 18 February 2022.
- ↑ "Full of patriotic fervour Solo magic". The Hindu. 3 October 2008. Archived from the original on 5 June 2014. Retrieved 28 May 2013.
- ↑ "Young Singers Come Up With New Version Of Odia Classic 'Ei Jhuma Jhuma…'". www.sambadenglish.com. Eastern Media. Retrieved 18 February 2022.
- ↑ "ସ୍ମୃତିର ପରଦାରେ 'ଟିକେ ହସ ଟିକେ ଲୁହ'". www.batoi.com. batoi.com. Retrieved 18 February 2022.
- ↑ "In tune with melody". www.telegraphindia.com. The Telegraph. Retrieved 18 February 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆରତୀ ମୁଖାର୍ଜୀ
- Aarti Mukherjee on Calcuttaweb at the Wayback Machine (archived 13 February 2009) (in Hindi)