ଆରତୀ ମୁଖାର୍ଜୀ

ଉଇକିପିଡ଼ିଆ‌ରୁ
(Aarti Mukherjeeରୁ ଲେଉଟି ଆସିଛି)
ଆରତୀ ମୁଖାର୍ଜୀ
ଜନ୍ମ (1943-07-18) ୧୮ ଜୁଲାଇ ୧୯୪୩ (ବୟସ ୮୦)
ଢାକା, ବଙ୍ଗଳାଦେଶ
ଶୈଳୀଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଚଦପଟ୍ଟ ଗାୟନ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୬୧ରୁ ଏପର୍ଯ୍ୟନ୍ତ

ଆରତୀ ମୁଖାର୍ଜୀ (ଜନ୍ମ : ୧୮ ଜୁଲାଇ ୧୯୪୩) ଜଣେ ବଙ୍ଗଳାଦେଶୀ କଣ୍ଠଶିଳ୍ପୀ ।[୧][୨] ସେ ବଙ୍ଗଳା, ଓଡ଼ିଆ ଓ ହିନ୍ଦୀ ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ଗୀତ ଗାତା ଚଲ, ମାସୁମତପସ୍ୟା ଆଦି ହିନ୍ଦୀ ଚଳଚ୍ଚିତ୍ର ତଥା ଅଭିଳାଷ, ଉଲ୍‌କା, ବାଟ ଅବାଟ, ମେଘମୁକ୍ତି, ଟିକେ ହସ ଟିକେ ଲୁହ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆରତୀ ଢାକାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ତାଙ୍କୁ ସଙ୍ଗୀତ ପ୍ରତି ଆକର୍ଷିତ କରାଇଥିଲେ । ସୁଶୀଳ ବାନାର୍ଜୀ, ଉସ୍ତାଦ ମହମ୍ମଦ ସାଗୀରୁଦ୍ଦିନ ଖାନ, ପଣ୍ଡିତ ଚିନ୍ମୟ ଲାହିରୀ, ପଣ୍ଡିତ ଲକ୍ଷ୍ମଣ ପ୍ରସାଦ ଜୟପୁରୱାଲେ ଓ ପଣ୍ଡିତ ରମେଶ ନନ୍ଦକର୍ଣ୍ଣୀଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ ।

ପ୍ରଚ୍ଛଦପଟ୍ଟ ଗାୟନ[ସମ୍ପାଦନା]

୧୯୫୫ ମସିହାରେ ଏକ ସର୍ବଭାରତୀୟ ସଙ୍ଗୀତ ପ୍ରତିଯୋଗିତା ମେଟ୍ରୋ ମର୍ଫି କଣ୍ଟେଷ୍ଟରେ ସେ ଭାଗନେଇଥିଲେ । ସେତେବେଳକୁ ତାଙ୍କୁ ୧୪/୧୫ ବର୍ଷ ବୟସ ହୋଇଥାଏ । ଏହି ପ୍ରତିଯୋଗିତାରେ ଅନୀଲ ବିଶ୍ୱାସ, ନୌସାଦ, ବସନ୍ତ ଦେଶାଈସି ରାମଚନ୍ଦ୍ର ଆଦି ସଙ୍ଗୀତ ନିର୍ଦ୍ଦେଶକମାନେ ବିଚାରକ ଥିଲେ । ଏହି ପ୍ରତିଯୋଗିତାରେ ଆରତୀ ବିଜୟୀ ହୋଇଥିଲେ ଓ ଏହା ତାଙ୍କୁ ପ୍ରଚ୍ଛଦପଟ୍ଟ ଗାୟନକୁ ବାଟ କଢ଼େଇଥିଲା ।[୩] ୧୯୫୮ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର ସହରରେ ଗୀତ ଗାଇବାର ପ୍ରଥମ ସୁଯୋଗ ପାଇଥିଲେ । ଏହାପରେ ସେ ଅନେକ ହିନ୍ଦୀ, ବଙ୍ଗଳା, ଗୁଜରାଟୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗୀତ[ସମ୍ପାଦନା]

  • ଏଇ ଝୁମା ଝୁମା ଗୋଲାପୀ ବେଳାରେ (ଅଭିଳାଷ)[୪]
  • ଅଭିମାନିନୀ ଏ ଅମାନିଆ ଢେଉ (ଉଲ୍‌କା)
  • ଏ ଜୀବନମାନେ ନୁହେଁ ଆହା (ଉଲ୍‌କା)
  • ଭାଉଜ ନାକରେ ସୁନା ଫାସିଆ (ବାଟ ଅବାଟ)
  • ଆଖି ବୁଜିଦେଲେ କିଆଁ ଏପରି ଲାଗେ (ବାଟ ଅବାଟ)
  • ତୋ ସାଥେ ଯିବିନି ମୁଁ ଯାତରା ଦେଖି (ବାଟ ଅବାଟ)
  • ଏ ମନେ ଅଛି (ମେଘମୁକ୍ତି)
  • ମୁଁ ଜାଣେନା, ତୁମେ ଜାଣନା (ଟିକେ ହସ ଟିକେ ଲୁହ)[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସଙ୍ଗୀତ ସୁଧାକାର ବାଳକୃଷ୍ଣ ଦାସ ପୁରସ୍କାର[୬]
  • ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ - ୨୦୧୫(ଓଡ଼ିଶା ସରକାର)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୧୯୬୫,୧୯୬୭,୧୯୭୬ (ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନ)
  • ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୧୯୮୩ (ଦୋ ନେନା ଏକ କାହାଣୀ, ମାସୁମ ଚଳଚ୍ଚିତ୍ର)
  • ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ - ୨୦୧୬(ଟାଇମ୍ସ ଅଫ ଇଣ୍ଡିଆ)

ଆଧାର[ସମ୍ପାଦନା]

  1. THE INDIAN LISTENER. New Delhi: All India Radio (AIR). 04-Feb-1951. Retrieved 18 February 2022. {{cite book}}: Check date values in: |date= (help)
  2. Urmi: The Journal of the Odisha Society of Americas 49th Convention. Odisha Society of the Americas. 2017. Retrieved 18 February 2022.
  3. "Full of patriotic fervour Solo magic". The Hindu. 3 October 2008. Archived from the original on 5 June 2014. Retrieved 28 May 2013.
  4. "Young Singers Come Up With New Version Of Odia Classic 'Ei Jhuma Jhuma…'". www.sambadenglish.com. Eastern Media. Retrieved 18 February 2022.
  5. "ସ୍ମୃତିର ପରଦାରେ 'ଟିକେ ହସ ଟିକେ ଲୁହ'". www.batoi.com. batoi.com. Retrieved 18 February 2022.
  6. "In tune with melody". www.telegraphindia.com. The Telegraph. Retrieved 18 February 2022.

ବାହାର ଆଧାର[ସମ୍ପାଦନା]