ଆଫ୍ଲିବରସେପ୍ଟ

ଉଇକିପିଡ଼ିଆ‌ରୁ
ଆଫ୍ଲିବରସେପ୍ଟ
Clinical data
Trade namesEylea, Zaltrap
SynonymsZiv-aflibercept
AHFS/Drugs.comAflibercept monograph
Ziv-aflibercept monograph
MedlinePlusa612004
data
Pregnancy
category
  • Not recommended
Routes of
administration
Intravenous, intravitreal injection
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Chemical and physical data
FormulaC4318H6788N1164O1304S32
Molar mass୯୬,୮୯୮.୫୭ g·mol−1
  (verify)

ଆଫ୍ଲିବରସେପ୍ଟ, ବେପାର ନାମ ଇଲିଆ ଏବଂ ଜାଲ୍ଟ୍ରାପ୍, ଏକ ଔଷଧ ଯାହା ମାକୁଲାର ଡିଜେନେରେସନ ଏବଂ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଥିବା କଲୋରେକ୍ଟାଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] [୩] କୋଲୋନ୍ କର୍କଟ ପାଇଁ ଏହା ଫ୍ଲୋରୋୟୁରେସିଲ୍, ଲ୍ୟୁକୋଭୋରିନ୍ ଏବଂ ଇରିନୋଟେକାନ୍ ସହିତ ଦିଆଯାଏ । [୩] ଏହା ଆଖିରେ ଇଞ୍ଜେକ୍ସନ କିମ୍ବା ଶିରାଭ୍ୟନ୍ତର ଇନଫ୍ୟୁଜନ‌ଦ୍ୱାରା ବ୍ୟବହୃତ ହୁଏ।| [୨] [୩]

ଆଖିରେ ବ୍ୟବହୃତ ହେଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସବକଞ୍ଜକ୍ଟାଇଭାଲ୍ ରକ୍ତସ୍ରାବ, ଆଖି ଯନ୍ତ୍ରଣା ଏବଂ ମୋତିଆବିନ୍ଦୁ ହୋଇପାରେ । [୨] କର୍କଟ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଅଧିକ ଯକୃତ ଏନଜାଇମ୍ ଏବଂ କମ୍ ପ୍ଲାଲେଟ୍ ହୋଇପାରେ । [୩] କର୍କଟ ନିମନ୍ତେ ବ୍ୟବହୃତ ହେଉଥିବା ଔଷଧର ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଜଠରାନ୍ତ୍ର ଛିଦ୍ର ଏବଂ କ୍ଷତ ଉତ୍ତମ ରୂପେ ଭଲ ନ ହେବା ଦେଖାଯାଏ । [୩] ଏହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି ଫ୍ୟାକ୍ଟର୍ (VEGF) ଏବଂ ପ୍ଲାସେଣ୍ଟାଲ୍ ବୃଦ୍ଧି ଫ୍ୟାକ୍ଟର୍ (PlGF)ର ଏକ ଅବରୋଧକାରୀ ଔଷଧ । [୨] [୩]

ଆଫ୍ଲିବରସେପ୍ଟ ୨୦୧୨ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ନିମନ୍ତେ ଅନୁମୋଦନ କରାଯାଇଥିଲା । [୩] [୪] [୫] ଆଖି ଉପଚାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ମାସକୁ ଥରେ ଦିଆଯାଉଥିବା ମାତ୍ରାର ମୂଲ୍ୟ ୧୯୫୦ ଡଲାର ଥିଲା । [୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧ ପାଉଣ୍ଡ ।ଅଟେ । [୭] କର୍କଟ ରୋଗ ପାଇଁ ବ୍ୟବହୃତ ୨୫ମିଗ୍ରା/ମିଲି ଥିବା 4 ମି.ଲି. ଦ୍ରବଣର ମୂଲ୍ୟ ଯୁକ୍ତରାଷ୍ଟ୍ରରେ ୧୬୮୦ ଡଲାର ଓ ଯୁକ୍ତରାଜ୍ୟରେ ୧୯୬ ପାଉଣ୍ଡ [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Ziv-aflibercept (Zaltrap) Use During Pregnancy". Drugs.com. 25 December 2019. Archived from the original on 29 November 2020. Retrieved 12 March 2020.
  2. ୨.୦ ୨.୧ ୨.୨ ୨.୩ "Aflibercept Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 18 July 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Ziv-aflibercept Monograph for Professionals". Drugs.com (in ଇଂରାଜୀ). Archived from the original on 8 September 2015. Retrieved 18 July 2021.
  4. "Zaltrap EPAR". European Medicines Agency (EMA). 12 November 2019. Archived from the original on 11 November 2020. Retrieved 12 March 2020.
  5. "Eylea EPAR". European Medicines Agency (EMA). 9 July 2019. Archived from the original on 9 November 2020. Retrieved 12 March 2020.
  6. "Eylea Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 December 2018. Retrieved 18 July 2021.
  7. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1253. ISBN 978-0-85711-369-6.{{cite book}}: CS1 maint: date format (link)
  8. "Zaltrap Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 18 July 2021.