ଆଫ୍ରିକାନ ଟିକ ବାଇଟ ଫିଭର

ଉଇକିପିଡ଼ିଆ ରୁ
Jump to navigation Jump to search
ଆଫ୍ରିକାନ ଟିକ ବାଇଟ ଫିଭର (African tick bite fever)
African tick bite fever - leg lesion.jpg
ଗୋଡ଼ରେ ହୋଇଥିବା ରିକେଟସିଆ ଆଫ୍ରିକି Rickettsia africae ସଂକ୍ରମଣ
ବିଭାଗସଂକ୍ରାମକ ରୋଗ (Infectious disease
ଲକ୍ଷଣଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା [୧]
ଆକ୍ରାନ୍ତ ସମୟକାମୁଡ଼ାର ୪-୧୦ ଦିନ ପରେ [୨]
କାରଣରିକେଟସିଆ ଆଫ୍ରିକି (Rickettsia africae), ଟିକ ସାହାଯ୍ୟରେ ବ୍ୟାପିଥାଏ ।[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, କଲଚର (culture) କରି ଓ ପଲିମରେଜ ଚେନ ରିଆକସନ (PCR) ବା ଇମ୍ମୁନୋଫ୍ଲିରିସେନ୍ସ (immunofluorescence) ସାହାଯ୍ୟରେ ନିଶ୍ଚିତ କରାଯାଏ ।[୪][୩]
ପ୍ରତିକାରଟିକ କାମୁଡ଼ା ପ୍ରତି ସତର୍କ [୧]
ଔଷଧଡକ୍‌ସିସାଇକ୍ଲିନ, କ୍ଲୋରାମ୍ଫେନିକଲ୍, ଆଜିଥ୍ରୋମାଇସିନ [୩][୪]
ପୌନଃପୁନିକସବ-ସାହାରା ଯାଉଥିବା ଲୋକଙ୍କୁ ସାଧାରଣତଃ ହୁଏ (sub-Saharan Africa)[୩]
ମୃତ୍ୟୁ ସାନ୍ଦ୍ରତାରିପୋର୍ଟ ହୋଇନାହିଁ[୪]

ଆଫ୍ରିକାନ ଟିକ ବାଇଟ ଫିଭର ବା ଏଟିବିଏଫ (ଇଂରାଜୀ ଭାଷାରେ African tick bite fever/ ATBF) ଏକ ଜୀବାଣୁ ସଂକ୍ରମଣ (bacterial infection) ରୋଗ ଯାହା ଟିକ (tick) କାମୁଡ଼ିବା ଯୋଗୁ ବ୍ୟାପିଥାଏ ।[୧] ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା ଓ ରାସ ଆଦି ଏ ରୋଗରେ ଦେଖାଯାଏ ।[୧] ଟିକ କାମୁଡ଼ା ସ୍ଥାନଟି ଲାଲ ଦେଖାଯାଏ ଓ ଏହାର ମଧ୍ୟ ଭାଗଟି କଳା ପଡ଼ିଥାଏ ।[୧] ଟିକ କାମୁଡ଼ିବାର ୪୦୧୦ଦିନ ପରେ ରୋଗ ଆରମ୍ଭ ହୁଏ ।[୨] ଏହି ରୋଗ ପ୍ରାୟ ଜଟିଳ ହୁଏନାହିଁ, କ୍ୱଚିତ୍ୱ ରିଆକ୍ଟିଭ ଆର୍ଥ୍ରାଇଟିସ (joint inflammation) ହୁଏ ।[୩][୪] କେତେକ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨]

ରିକେଟସିଆ ଆଫ୍ରିକି (Rickettsia africae) ଜୀବାଣୁ ଯୋଗୁ ଏହି ରୋଗ ହୁଏ ।[୩] ଆମ୍ବଲିଓମା ଟିକ (tick) ସାହାଯ୍ୟରେ ଏ ରୋଗ ବ୍ୟାପିଥାଏ ।[୩] ବଡ଼ ଘାସ ବା ବୁଦାରେ ଏହି ଟିକ ବାସ କରନ୍ତି । [୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୪] କଲଚର (culture) କରି ଓ ପଲିମରେଜ ଚେନ ରିଆକସନ (PCR) ବା ଇମ୍ମୁନୋଫ୍ଲିରିସେନ୍ସ (immunofluorescence) ସାହାଯ୍ୟରେ ନିଶ୍ଚିତ କରାଯାଏ । [୩]

ଏହି ରୋଗ ବିରୁଦ୍ଧରେ କୌଣସି ଟିକା (vaccine) ପ୍ରସ୍ତୁତ ହୋଇନାହିଁ । [୧] ଟିକ କାମୁଡ଼ା ନିବାରଣ ନିମନ୍ତେ ଚର୍ମକୁ ସବୁବେଳେ ଡିଇଇଟି (DEET) ବା ପେର୍ମେଥ୍ରିନ (permethrin) ମିଶ୍ରତ କପଡ଼ା ଘୋଡ଼େଇ ରଖାଯାଏ ।[୧] ଏହାର ଚିକିତ୍ସା ସମ୍ପର୍କୀୟ ପ୍ରମାଣ ଅତ୍ୟନ୍ତ ସୀମିତ ।[୩] ଡକ୍‌ସିସାଇକ୍ଲିନ ଔଷଧ ଦେଲେ କିଛି ଉପକାର ମିଳେ ।[୩] କ୍ଲୋରାମ୍ଫେନିକଲ୍, ଆଜିଥ୍ରୋମାଇସିନ ମଧ୍ୟ ବ୍ୟବ‌ହାର କରାଯାଇପାରେ । [୩][୪] ବିନା ଚିକିତ୍ସାରେ ରୋଗ ଉପଶମ ହୋଇଯାଏ । [୪]

ସବ-ସାହାରା ଯାଉଥିବା ଲୋକଙ୍କୁ ସାଧାରଣତଃ ସବ-ସାହାରା ଆଫ୍ରିକା (sub-Saharan Africa), ୱେଷ୍ଟ ଇଣ୍ଡିଜ (West Indies) ଓ ଓସେନିଆ (Oceania) ଦେଶମାନଙ୍କରେ ଏହି ରୋଗ ଦେଖାଯାଏ ।[୧][୫] ସବ-ସାହାରା ଯାଉଥିବା ଲୋକଙ୍କୁ ପରିବ୍ରାଜକମାନଙ୍କୁ ସାଧାରଣତଃ ଏହି ରୋଗ ହୁଏ ।[୩] ଅଧିକାଂଶ ସଂକ୍ରମଣ ନଭେମ୍ବର ଓ ଏପ୍ରିଲ ମାସ ମଧ୍ୟରେ ହୁଏ । [୧] ଏ ରୋଗ ମହାମାରୀ ଆକାର ଧାରଣ କରିପାରେ ।[୪] ସନ ୧୯୧୧ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ଦେଖିବାକୁ ମିଳେ ।[୩] ଏହି ଆଫ୍ରିକାନ ଟିକ ବାଇଟ ଫିଭର ରୋଗକୁ ସ୍ପଟେଡ ଫିଭର (spotted fever) ରୋଗ ଅନ୍ତର୍ଭୁକ୍ତ କରାଯାଏ । [୫] ଏହାକୁ ଭୁଲକ୍ରମେ ମେଡିଟେରାନିଆନ ଫିଭର (Mediterranean spotted fever) କୁହାଯାଉଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "African Tick-Bite Fever". wwwnc.cdc.gov (in ଇଂରାଜୀ). March 2013. Archived from the original on 6 October 2017. Retrieved 28 October 2017.
  2. ୨.୦ ୨.୧ ୨.୨ Jeremy Farrar; Peter Hotez; Thomas Junghanss; Gagandeep Kang; David Lalloo; Nicholas J. White (2013). Manson's Tropical Diseases. Elsevier Health Sciences. p. 279. ISBN 9780702051029.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Jensenius, M; Fournier, PE; Kelly, P; Myrvang, B; Raoult, D (September 2003). "African tick bite fever". The Lancet. Infectious Diseases. 3 (9): 557–64. doi:10.1016/s1473-3099(03)00739-4. PMID 12954562.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Jensenius, Mogens; Fournier, Pierre-Edouard; Raoult, Didier (2004-11-15). "Rickettsioses and the international traveler". Clinical Infectious Diseases. 39 (10): 1493–1499. doi:10.1086/425365. ISSN 1537-6591. PMID 15546086.
  5. ୫.୦ ୫.୧ "Imported Spotted Fevers". www.cdc.gov (in ଇଂରାଜୀ). April 2017. Archived from the original on 29 October 2017. Retrieved 28 October 2017.