Jump to content

କ୍ଲୋରାମ୍ଫେନିକଲ୍

ଉଇକିପିଡ଼ିଆ‌ରୁ
କ୍ଲୋରାମ୍ଫେନିକଲ୍ (INN)
Clinical data
Trade namesପେଣ୍ଟାମାଇସେଟିନ, କ୍ଲୋରୋମାଇସେଟିନ[]
AHFS/Drugs.commonograph
MedlinePlusa608008
data
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    Topical (eye drops), by, IV, IM
    ATC code
    Legal status
    Legal status
    Pharmacokinetic data
    Bioavailability75–90%
    Protein binding60%
    MetabolismLiver
    Elimination half-life1.6-3.3 hours
    ExcretionKidney (5-15%), faeces (4%)
    Identifiers
    • 2,2-dichloro-N-[1,3-dihydroxy-1-(4-nitrophenyl)propan-2-yl]acetamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.262 Edit this at Wikidata
    Chemical and physical data
    FormulaC11H12Cl2N2O5
    Molar mass323.1320 g/mol
    3D model (JSmol)
    • c1cc(ccc1[C@H]([C@@H](CO)NC(=O)C(Cl)Cl)O)[N+](=O)[O-]
    • InChI=1S/C11H12Cl2N2O5/c12-10(13)11(18)14-8(5-16)9(17)6-1-3-7(4-2-6)15(19)20/h1-4,8-10,16-17H,5H2,(H,14,18)/t8-,9-/m1/s1 checkY
    • Key:WIIZWVCIJKGZOK-RKDXNWHRSA-N checkY
      (verify)

    କ୍ଲୋରାମ୍ଫେନିକଲ୍ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣରେ ବ୍ୟବ‌ହାର କରାଯାଏ । [] ଏହି ସଂକ୍ରମଣକାରୀ ରୋଗମାନଙ୍କର ନାମ ମେନିଞ୍ଜାଇଟିସ, ପ୍ଲେଗ୍, କଲେରାଆନ୍ତ୍ରିକ ଜ୍ୱର ନିରାପଦ ଆଣ୍ଟିବାୟୋଟିକ କାମ ନ କଲେ ଏହି କ୍ଲୋରାମ୍ଫେନିକଲ୍ ଦେବାକୁ ଉପଦେଶ ଦିଆଯାଏ । ଏହାର ଚିକିତ୍ସା ସମୟରେ ପ୍ରତି ଦୁଇ ଦିନରେ ଔଷଧର ରକ୍ତରେ ସ୍ତର ଓ ରକ୍ତ କୋଷିକାମାନଙ୍କର ସ୍ତର ମନିଟର କରାଯାଏ ।[] ଏହାକୁ ପାଟିରେ, ଶୀରାରେ ଓ ଆଖି ମଲମ ଆକାରରେ ଦିଆଯାଇପାରେ । [][]

    ଅସ୍ଥି ମଜ୍ଜା ଅବରୋଧ, ଅଇ ଓ ତରଳ ଝାଡ଼ା ଇତ୍ୟାଦି କ୍ଲୋରାମ୍ଫେନିକଲ୍‌ର ସାଧାରଣ ପାର୍ଶ୍ୱ ପ୍ରତକ୍ରିୟା ଦେଖାଯାଏ । ଅସ୍ଥି ମଜ୍ଜା ଅବରୋଧ ହେଲେ ମୃତ୍ୟୁ ହୋଇପାରେ । ଏହି ସଙ୍କଟରୁ ପାର ହେବା ନିମନ୍ତେ ଯେତେ ଦୂର ସମ୍ଭବ ଛୋଟ ଅବଧି ହେଲେ ଭଲ । ଯକୃତ ଓ ବୃକ୍‌କ ରୋଗରେ କମ ଡୋଜ୍ ଦେବାକୁ ହୁଏ । ଅଳ୍ପ ବୟସ୍କ ପିଲାଙ୍କର ଗ୍ରେ ବେବି ସିଣ୍ଡ୍ରୋମ ହୁଏ ଯେଉଁଥିରେ ପାକସ୍ଥଳୀ ଫୁଲିଯାଏ ଓ ନିମ୍ନ ରକ୍ତଚାପ ହୁଏ ।[] ଗର୍ଭାବସ୍ଥାର ଶେଷ ଆଡ଼କୁ ଓ ସ୍ତନ୍ୟପାନ ଅବଧିରେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ ନାହିଁ ।[] କ୍ଲୋରାମ୍ଫେନିକଲ୍ ଏକ ବ୍ରଡ଼ ସ୍ପେକ୍ଟ୍ରମ ବ୍ୟାକ୍ଟେରିଓସ୍ଟାଟିକ ଆଣ୍ଟିବାୟୋଟିକ ଯାହା ଯାହା ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ବନ୍ଦ କରିଦେଇ ତାହାର ବୃଦ୍ଧି ରୋକିଦିଏ । []

    କ୍ଲୋରାମ୍ଫେନିକଲ୍ ସନ ୧୯୪୭ରେ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଶିରାରେ ଦେବାକୁଥିବା ଗୋଟିଏ ଡୋଜ୍‌ର ହୋଲସେଲ ମୂଲ୍ୟ ପ୍ରାୟ ୦.୪୦ରୁ ୧.୯୦ ଆମେରିକୀୟ ଡଲାର ।[] ଆମେରିକାରେ ଏହା ଅତ୍ୟନ୍ତ ଦାମିକା ।[]ଏହି ଔଷଧ ପ୍ରତି ଜୀବାଣୁ ପ୍ରତିରୋଧ ବିବାଦ ଯୋଗୁ ଏହା ପ୍ରତି ପୁନର୍ବାର ରୁଚି ବଢ଼ିଛି । []

    1. 1 2 Woods, Adrienne L. (2008). Delmar nurse's drug handbook (2009 ed.). Clifton Park, N.Y.: Delmar. p. 296. ISBN 9781428361065.
    2. 1 2 3 4 5 "Chloramphenicol". The American Society of Health-System Pharmacists. Retrieved Aug 1, 2015.
    3. Truven Health Micromedex. "chloramphenicol (Oral route, Intravenous route, Injection route)". Retrieved 26 August 2015.
    4. "Chloramphenicol Pregnancy and Breastfeeding Warnings". Multum Information Services. Retrieved 26 August 2015.
    5. Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
    6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    7. "Chloramphenicol". International Drug Price Indicator Guide. Retrieved 26 August 2015.[permanent dead link]
    8. Hamilton, Richard J. (2013). Tarascon pocket pharmacopoeia (14 ed.). Burlington, MA.: Jones & Bartlett Learning. p. 89. ISBN 9781449673635.
    9. Falagas, M. E.; Grammatikos, A. P.; Michalopoulos, A. (October 2008). "Potential of old-generation antibiotics to address current need for new antibiotics". Expert Review of Anti Infective Therapy. 6 (5): 593–600. doi:10.1586/14787210.6.5.593. PMID 18847400.{{cite journal}}: CS1 maint: multiple names: authors list (link)