ଆନ୍ନାମଲାୟାର ମନ୍ଦିର

ଉଇକିପିଡ଼ିଆ‌ରୁ
ଆନ୍ନାମଲାୟାର ମନ୍ଦିର
View over Arunchaleshvara Temple from the Red Mountain - Tiruvannamalai - India 01.JPG
View of the Annamalaiyar temple towers from the Annamalai hills
Religion
ସମ୍ବନ୍ଧତାHinduism
Districtତିରୁଭନ୍ନାମଲାଇ ଜିଲ୍ଲା
Location
ଅବସ୍ଥିତିତିରୁଭନ୍ନାମଲାଇ
ରାଜ୍ୟତାମିଲନାଡୁ
ଦେଶଭାରତ
Architecture
ପ୍ରକାରଦ୍ରାବିଡୀୟ

ତାମିଲନାଡୁର ଆନ୍ନାମଲାଇ ପର୍ବତର ପାଦଦେଶରେ ଅବସ୍ଥିତ ଆନ୍ନାମଲାୟାର ମନ୍ଦିରରେ ପୂଜା ପାଉଛନ୍ତି ଶିବ ଅରୁଣାଚଳଶ୍ୱର ରୂପରେ । ପ୍ରାୟ ୨୫ ଏକର ପରିମିତ ଜମିରେ ଅବସ୍ଥିତ ଏହି ମନ୍ଦିର ଚାରିପଟେ ରହିଛି ଚାରିଟି ପ୍ରବେଶ ଦ୍ୱାର ବା ଗୋପୁରମ । ୨୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ଅନ୍ୟ ଏକ ଆକର୍ଷଣ ହଜାରେ ସ୍ତମ୍ଭ ବିଶିଷ୍ଟ ହଲ । ରକ୍ତ ବର୍ଣ୍ଣର ପର୍ବତ ଆନ୍ନାମଲାଇ ଶିବଲିଙ୍ଗ ପରିଦେଖାଯାଉଥିବାରୁ ଏହାକୁ ମଧ୍ୟ ପବିତ୍ର ବୋଲି ବିବେଚନା କରାଯାଏ । [୧]

ପୌରାଣିକ[ସମ୍ପାଦନା]

ହିନ୍ଦୁ ପୁରାଣ ଅନୁଯାୟୀ : ଭଗବାନ ଶିବଙ୍କ ଆବାସ କୈଳାସ ପର୍ବତରେ ଦିନେ ପୁଷ୍ପ ଉଦ୍ୟାନରେ କୌତୁକବଶତଃ ମା' ପାର୍ବତୀ ଶିବଙ୍କ ଆଖିକୁ ତାଙ୍କ ହାତରେ ବୁଜିଧରିଥିଲେ । ଈଶ୍ୱରଙ୍କ ପ୍ରମୋଦ ସମୟରେ ଅଳ୍ପକ୍ଷଣ ପାଇଁ ପୃଥିବୀର ସମସ୍ତ ଆଲୋକ ସେଠାରେ କେନ୍ଦ୍ରୀଭୂତ ହୋଇଯାଇଥିଲା । ଏହାର ପରିଣାମରେ ସମଗ୍ର ପୃଥିବୀ ବର୍ଷ ବର୍ଷ ଧରି ଅନ୍ଧକାରାଚ୍ଛନ୍ନ ହୋଇଗଲା । ପୁଣି ଆଲୋକ ଫେରି ପାଇବା ଆଶାରେ ଶିବଭକ୍ତଙ୍କ ପ୍ରାର୍ଥନା କ୍ରମେ ମା' ପାର୍ବତୀ ଶିବଭକ୍ତଙ୍କ ସହ ମିଶି ତପସ୍ୟା କଲେ । ଶିବ ସନ୍ତୁଷ୍ଟ ହୋଇ ଆନ୍ନାମଲାଇ ପର୍ବତ ଶିଖରରେ ଏକ ଆଲୋକ ସ୍ତମ୍ଭ ରୂପରେ ଆବିର୍ଭୂତ ହେଲେ । ପୃଥିବୀ ଆଲୋକିତ ହେଲା । ତାପରେ ସେଠାରେ ସେ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା ପାଇଲେ ।[୧][୨]

ମନ୍ଦିର[ସମ୍ପାଦନା]

ପୂଜା ପଦ୍ଧତି[ସମ୍ପାଦନା]

ପର୍ବପର୍ବାଣି[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]