ଆନିୟୁରିଜମ୍

ଉଇକିପିଡ଼ିଆ‌ରୁ
Aneurism
Angiography of an aneurysm in a brain artery. The aneurysm is the large bulge in the center of the image.
ବିଭାଗVascular surgery
ଲକ୍ଷଣNone, headache, abdominal pain, back pain, circulatory shock[୧]
ଆକ୍ରାନ୍ତ ସମୟOlder age[୨]
ବିପଦ କାରକFamily history, high blood pressure, high cholesterol, smoking, injury of the artery[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ଚିକିତ୍ସାLifestyle changes, surgery[୧]
ପୁନଃପୌନିକBrain ~4%,[୩] aorta ~2.5%[୪]

ଆନିୟୁରିଜମ୍ ରୋଗରେ ସାଧାରଣତଃ ଧମନୀର କୌଣସି ଅଂଶରେ ବେଲୁନ ଭଳି ଏକ ଫୁଲା ହୋଇଯାଏ | ରୋଗ ପ୍ରାରମ୍ଭରେ ପ୍ରାୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ | [୧] ଲକ୍ଷଣ ରୋଗର ସ୍ଥାନ ଉପରେ ନିର୍ଭର କରେ ଏବଂ ଏଥିରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ରକ୍ତ ସଞ୍ଚାଳନ ଶକ୍ ଅନ୍ତର୍ଭୁକ୍ତ ହୋଇପାରେ | [୧] ରୋଗ ଜଟିଳ ହେଲେ ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ କିମ୍ବା ଧମନୀ ଫାଟିଯାଏ | [୫]

ପାରିବାରିକ ଇତିହାସ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ଧୂମପାନ ଏବଂ ରକ୍ତନଳୀ ଆଘାତ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରେ | [୧] ଯଦିଓ ଯେ କୌଣସି ଧମନୀ ପ୍ରଭାବିତ ହୋଇପାରେ, ତେବେ ସାଧାରଣତଃ ଆଓର୍ଟା ଧମନୀ (AA) ଅଧିକ ପ୍ରଭାବିତ ହୁଏ | [୫] ମସ୍ତିଷ୍କ, ପପଲିଟାଲ୍ ଧମନୀ, ମେସେଣ୍ଟେରିକ୍ ଧମନୀ, କରୋନାରୀ ଧମନୀ ଏବଂ ସ୍ପ୍ଲେନିକ୍ ଧମନୀ ଇତ୍ୟାଦି ସ୍ଥାନମାନଙ୍କରେ ଏହି ରୋଗ ହୋଇପାରେ | [୧] [୫] ମେଡିକାଲ ଇମେଜିଙ୍ଗ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଜୀବନଚର୍ଯ୍ୟାର ପରିବର୍ତ୍ତନ ଏବଂ ଅସ୍ତ୍ରୋପଚାର ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ | [୧] ଧମନୀର ଅବସ୍ଥା ଉପରେ ନିର୍ଭର କରି ଅସ୍ତ୍ରୋପଚାର ସୁପାରିଶ କରାଯାଏ | [୫] ସାଧାରଣତ ୫ ସେମିରୁ ଅଧିକ ଆକାରର AAAର ମରାମତି ପାଇଁ ପରାମର୍ଶ ଦିଆଯାଉଥିବାବେଳେ ମସ୍ତିଷ୍କ ଆନିୟୁରିଜମ୍ ସାଧାରଣତଃ ୭ ମିଲିମିଟର କିମ୍ବା ଅଧିକ ଥିଲେ ବା ପରବର୍ତ୍ତୀ ରକ୍ତ ସଞ୍ଚାଳନରେ ଜଡ଼ିତ ହେବା ସମ୍ଭାବନା ଥିଲେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଆଯାଏ | [୬] [୩] ବାହୁରେ ଥିବା ଆନିୟୁରିଜମ୍ଗୁଡ଼ିକ ରକ୍ତନଳୀର ସାଧାରଣ ଆକାରର ୨ ଗୁଣ ହୋଇଗଲେ ଆବିଷ୍କୃତ ହେବା ମାତ୍ରେ ମରାମତି କରାଯାଏ | [୫]

ମସ୍ତିଷ୍କ ଆନିୟୁରିଜମ୍ ଜନସଂଖ୍ୟାର ପ୍ରାୟ ୪% ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଆର୍ଟିକ୍ ଆନୁରାଇଜମ୍ ପ୍ରାୟ ୨.୫% ଲୋକ ପ୍ରଭାବିତ କରିଥାଏ। [୬] [୩] ବୟସ୍କ ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥାଏ। [୫] ପ୍ରାଚୀନ ଇଜିପ୍ଟ ଏବଂ ଭାରତୀୟ ଗ୍ରନ୍ଥଗୁଡ଼ିକରେ ଥିବା ବର୍ଣ୍ଣନା ଗୁଡ଼ିକ ଆନିୟୁରିଜମ୍‌ର ବୋଲି ଧରାଯାଏ | [୭] ଗ୍ରୀକ ଭାଷାର νεύρυσμα ବା ଆନିୟୁରିଜମ୍ର ଅର୍ଥ "ଚଉଡା" | [୮]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "What is an Aneurysm?". www.heart.org (in ଇଂରାଜୀ). Retrieved 27 February 2021.
  2. "Aneurysms of Arteries in the Arms, Legs, Heart, and Brain - Heart and Blood Vessel Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Retrieved 27 February 2021.
  3. ୩.୦ ୩.୧ ୩.୨ "Brain Aneurysms - Neurologic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 27 February 2021.
  4. "Abdominal Aortic Aneurysms (AAA) - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 27 February 2021.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2021Pt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ୬.୦ ୬.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Mer2021AAA ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Sakalihasan, Natzi; Kuivaniemi, Helena; Michel, Jean-Baptiste (2008). Aortic (in ଇଂରାଜୀ). Editions du CEFAL. p. 23. ISBN 978-2-87456-061-3.
  8. Bhardwaj, J. R. (2011). Boyd’s Pathology (in ଇଂରାଜୀ). Wolters kluwer india Pvt Ltd. p. 578. ISBN 978-81-8473-511-6.