ଆତ୍ମହାନୀ
Self-harm | |
---|---|
Self-injury (SI), self-poisoning, nonsuicidal self-injury (NSSI), deliberate self-harm (DSH), cutting | |
ବିଭାଗ | Psychiatry |
ଲକ୍ଷଣ | Multiple cuts, stabs, or burns[୧] |
ଆକ୍ରାନ୍ତ ସମୟ | Teenagers[୨] |
ବିପଦ କାରକ | Borderline personality disorder, antisocial personality disorder, substance misuse, autism, hopelessness, friends who self harm[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptom, after ruling out a suicide attempt[୧] |
ଔଷଧ | Naltrexone[୧] |
ଚିକିତ୍ସା | Wound closure, counselling[୩][୧] |
Prognosis | Usually resolves by early adulthood[୩] |
ପୁନଃପୌନିକ | 17% at some point[୪] |
Patient UK | Self-harm |
ଆତ୍ମହାନୀ ଏକ ବ୍ୟବହାରୀକ ରୋଗ ଯେଉଁଥିରେ ଆତ୍ମହତ୍ୟା ଇଚ୍ଛା ନ ଥାଇ ଉଦ୍ଦେଶ୍ୟମୂଳକ ଭାବରେ ନିଜର ଶାରୀରିକ କ୍ଷତି କରାଯାଏ ।[୫] [୧] ଏହାର ସାଧାରଣ ଉଦାହରଣ ହେଉଛି ତୀକ୍ଷ୍ଣ ବସ୍ତୁ କିମ୍ବା ଉତ୍ତାପ ସାହାଯ୍ୟରେ ରର୍ମକୁ ପ୍ରତ୍ୟକ୍ଷ ଆଘାତ ପାହଞ୍ଚେଇବା ।[୧] ଅନେକ ସମୟରେ ଏକାଧିକ ଆଘାତର ସୃଷ୍ଟି କରାଯାଏ । [୧] ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ଅତ୍ୟଧିକ ଔଷଧ ମାତ୍ରା ସେବନ କିମ୍ବା ନିଜକୁ ଆଘାତ ଦେବା ହୋଇପାରେ ।[୫] ଯେଉଁମାନେ ଆତ୍ମହାନୀ କରନ୍ତି ସେମାନେ ଅନେକ ସମୟରେ ପରେ ସ୍ୱୟଂ ଲଜ୍ଜା ଅନୁଭବ କରନ୍ତି ।[୬] ସେମାନଙ୍କର ଆତ୍ମହତ୍ୟା ପ୍ରବଣତା ପ୍ରାୟ ଦଶ ଗୁଣ ଅଧିକ ଥାଏ । [୪]
ଏହା ସାଧାରଣତଃ ବର୍ଡ଼ର ଲାଇନ ପର୍ସନାଲିଟି ଡିଜଅର୍ଡ଼ର, ଅସାମାଜିକ ବ୍ୟକ୍ତିତ୍ୱ ରୋଗ, ପଦାର୍ଥର ଅପବ୍ୟବହାର ଏବଂ ଅଟିଜିମ୍ ଇତ୍ୟାଦି ରୋଗମାନଙ୍କ ସହିତ ଜଡିତ ଥାଏ ।[୧] ଚିନ୍ତା, ଏହା ଅନ୍ୟ ମାନସିକ ସମସ୍ୟା ବିନା ଲୋକଙ୍କଠାରେ ମଧ୍ୟ ହୋଇପାରେ ।[୩] ଏମାନଙ୍କ ସହିତ ନିରାଶା, ଆତ୍ମ-କ୍ଷତି କରୁଥିବା ବନ୍ଧୁ ଏବଂ ଅପବ୍ୟବହାରର ଇତିହାସ ଥାଇପାରେ ।[୩] ତୀବ୍ର ଭାବନାରୁ ଅସ୍ଥାୟୀ ଆରାମ ଦେବା ପାଇଁ କେତେକ ଏହାକୁ ଏକ ଉପାୟ ଭାବରେ ବ୍ୟବହାର କରନ୍ତି ।[୧] ଏହା ଆତ୍ମ-ଦଣ୍ଡ, ସାହାଯ୍ୟ ପାଇଁ କ୍ରନ୍ଦନ ଏବଂ ପାରସ୍ପରିକ ବିବାଦର ମୁକାବିଲା ପାଇଁ ବ୍ୟବହୃତ ହୋଇପାରେ | [୧]
ଏହି ରୋଗରେ ଟାଟୁ କରିବା କିମ୍ବା ଫୋଡ଼ିବାଭଳି ସାମାଜିକ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ।[୩] ଏଥିରେ ପରୋକ୍ଷ ଆଘାତ ମଧ୍ୟ ଅନ୍ତର୍ଭୂକ୍ତ ହୁଏ ନାହିଁ ଯେପରିକି ଖାଇବା ବେମାରୀ କିମ୍ବା ପଦାର୍ଥର ଅପବ୍ୟବହାର ନିଆ ଯାଏ ନାହିଁ ।[୩] ପ୍ରାରମ୍ଭିକ ଚିକିତ୍ସାରେ କ୍ଷତ ବନ୍ଦ ଆବଶ୍ୟକ ହୋଇପାରେ । [୩] ଦୀର୍ଘକାଳୀନ ପରିଚାଳନାରେ ଜ୍ଞାନଗତ ବ୍ୟବହାରୀକ ଚିକିତ୍ସା ସହିତ ଅନ୍ୟାନ୍ୟ ଅବସ୍ଥାକୁ ସମାଧାନ କରାଯାଏ ।[୧] ଉନ୍ନତ ଉପାୟ ସାହାଯ୍ୟରେ ଚାପ କମ କରିବା ପଦ୍ଧତି ବିକାଶ କରିବା ଆବଶ୍ୟକ ।[୧] କିଛି ଲୋକ ନାଲଟ୍ରେକ୍ସୋନ ଔଷଧଦ୍ୱାରା ସାହାଯ୍ୟ ନେଇପାରନ୍ତି । [୧]
କିଶୋରମାନଙ୍କ କ୍ଷେତ୍ରରେ ଆତ୍ମ-କ୍ଷତି ସାଧାରଣତଃ ଅଧିକ ଦେଖାଯାଏ ଯାହା ୧୮ ବର୍ଷ ବୟସ ପରେ କମ୍ ହୋଇଯାଏ ।[୨] [୩] ଏହା ପ୍ରାୟ ୧୭% ଲୋକଙ୍କୁ କିଛି ସମୟ ପାଇଁ ପ୍ରଭାବିତ କରିଥାଏ ।[୪] ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୧.୭ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି । [୪] ଅସଙ୍ଗତ ଯୌନ ବ୍ୟବସ୍ଥା (LGBT), କଇଦୀ ଏବଂ ଭେଟେରାନ ଗୋଷ୍ଠୀମାନଙ୍କରେ ଏହା ଅଧିକ ଦେଖାଯାଏ ।[୫] ୨୦୦୨ରୁ ୨୦୧୭ ମଧ୍ୟରେ ହାର ଯଥେଷ୍ଟ ସ୍ଥିର ରହିଛି ।[୩] ଆତ୍ମହାନୀ କରୁଥିବା ବୟସ୍କ ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଆଶଙ୍କା ଅଧିକ ଥାଏ । [୭] ପକ୍ଷୀ ଏବଂ ମାଙ୍କଡ଼ ଇତ୍ୟାଦି ବନ୍ଦୀ ପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ଆଚରଣ କରନ୍ତି ।[୮]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Nonsuicidal Self-Injury (NSSI) - Psychiatric Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 5 February 2022.
- ↑ ୨.୦ ୨.୧ Hawton, K; Saunders, KE; O'Connor, RC (23 June 2012). "Self-harm and suicide in adolescents". Lancet (London, England). 379 (9834): 2373–82. doi:10.1016/S0140-6736(12)60322-5. PMID 22726518.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Brown, RC; Plener, PL (March 2017). "Non-suicidal Self-Injury in Adolescence". Current psychiatry reports. 19 (3): 20. doi:10.1007/s11920-017-0767-9. PMID 28315191.
- ↑ ୪.୦ ୪.୧ ୪.୨ ୪.୩ Gillies, D; Christou, MA; Dixon, AC; Featherston, OJ; Rapti, I; Garcia-Anguita, A; Villasis-Keever, M; Reebye, P; Christou, E; Al Kabir, N; Christou, PA (October 2018). "Prevalence and Characteristics of Self-Harm in Adolescents: Meta-Analyses of Community-Based Studies 1990-2015". Journal of the American Academy of Child and Adolescent Psychiatry. 57 (10): 733–741. doi:10.1016/j.jaac.2018.06.018. PMID 30274648.
- ↑ ୫.୦ ୫.୧ ୫.୨ "Self harm | Royal College of Psychiatrists". RC PSYCH ROYAL COLLEGE OF PSYCHIATRISTS (in ଇଂରାଜୀ). Archived from the original on 9 January 2022. Retrieved 5 February 2022.
- ↑ Gunnarsson, Nina Veetnisha (August 2021). "The Self-perpetuating Cycle of Shame and Self-injury". Humanity & Society. 45 (3): 313–333. doi:10.1177/0160597620904475.
- ↑ National Institute for Clinical Excellence (2004). National Clinical Practice Guideline Number 16: Self-harm (PDF). The British Psychological Society. Archived from the original (PDF) on 2012-09-05. Retrieved 2009-12-13.
- ↑ Jones IH, Barraclough BM (July 1978). "Auto-mutilation in animals and its relevance to self-injury in man". Acta Psychiatrica Scandinavica. 58 (1): 40–47. doi:10.1111/j.1600-0447.1978.tb06918.x. PMID 99981.