ଏପିନେଫ୍ରିନ
Clinical data | |
---|---|
AHFS/Drugs.com | monograph |
data |
|
Pregnancy category |
|
Addiction liability | None |
Routes of administration | IV, IM, endotracheal, IC, nasal, eye drop |
ATC code | |
Legal status | |
Legal status | |
Pharmacokinetic data | |
Metabolism | adrenergic synapse (MAO and COMT) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.000.090 |
Chemical and physical data | |
Formula | C9H13NO3 |
Molar mass | 183.204 g/mol |
3D model (JSmol) | |
| |
| |
(verify) |
ଏପିନେଫ୍ରିନ, ବା ଆଡ୍ରେନାଲିନ ଏକାଧାରରେ ଏକ ଔଷଧ, ହରମୋନ ଓ ନିଉରୋଟ୍ରାନ୍ସମିଟର । [୩][୪] ଔଷଧ ଆକାରରେ ଏହା ଆନାଫାଇଲାକ୍ସିସ୍, ହୃଦ୍ରୋଧ, ଓ ବାହ୍ୟ ରକ୍ତସ୍ରାବ ଇତ୍ୟାଦି ରୋଗରେ ବ୍ୟବହାର କରାଯାଏ ।[୧] କ୍ରୁପ ରୋଗ ଲକ୍ଷଣର ଉପଶମ ନିମନ୍ତେ ଏହା ଶୁଙ୍ଘିବା ଔଷଧ ଆକାରରେ ବ୍ୟବହାର କରାଯାଏ । [୫] ଅନ୍ୟ କୌଣସି ଔଷଧ କାମ ନ କଲେ ଆଜମା ରୋଗରେ ଏହା ଦିଆଯାଏ । ଆଘ୍ରାଣ ତଥା ଶୀରାରେ, ମାଂସପେଶୀରେ ଓ ଚର୍ମତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୧]
ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ:- ଅସ୍ଥିରତା, ଉତ୍କଣ୍ଠା ଓ ଝାଳ ବୋହିବା । ହୃଦ୍ଗତି ହାର ଓ ରକ୍ତଚାପ ବଢ଼ିଯାଏ । ବେଳେ ବେଳେ ଅନିୟମିତ ହୃତ୍ପିଣ୍ଡ ତାଳ ହୋଇଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ବିପଦ ଥିବା ସ୍ପଷ୍ଟ ନ ଥିଲେ ମଧ୍ୟ ମାଆର ଅବସ୍ଥାକୁ ବିଚାରକୁ ନେଇ ଚିକିତ୍ସା କରାଯାଏ । [୧]
ଏପିନେଫ୍ରାନ ସାଧାରଣତଃ ଆଡ୍ରେନାଲ ଗ୍ରନ୍ଥି ଓ କେତେକ ନିଉରନରେ ପ୍ରସ୍ତୁତ ହୁଏ । [୩] ଏହାର ଭୂମିକାକୁ ପଳାୟନ କିମ୍ବା ଯୁଦ୍ଧ ପ୍ରତିକ୍ରିୟା କୁହାଯାଏ; ଏହା ମାଂସପେଶୀକୁ ରକ୍ତ ସରବରାହ ବଢ଼ାଏ, ହୃତ୍ପିଣ୍ଡରୁ ଅଧିକ ରକ୍ତ ବାହାରେ, ଆଖିପୁଅ/ପ୍ୟୁପିଲ ବିସ୍ଫାରିତ ହୁଏ ଓ ରକ୍ତ ଶର୍କରା ବଢ଼ିଯାଏ । [୬][୭] ଆଲ୍ଫା ଓ ବିଟା ରିସେପ୍ଟର ଉପରେ ଏହାର ପ୍ରଭାବ ଯୋଗୁ ଏହି ପ୍ରତିକ୍ରିୟା ହୁଏ । [୭] ଅନେକ ପଶୁ ଓ କେତେକ ଏକ କୋଷୀ ଜୀବ ଦେହାରେ ମଧ୍ୟ ଏହି ଏପିନେଫ୍ରିନ ଥାଏ । [୮][୯]
ସନ ୧୯୦୧ରେ ଜୋକିଚି ଟାକାମିନ ପ୍ରଥମେ ଏହା ପ୍ରସ୍ତୁତ କରିଥିଲେ । [୧୦] ଏହାର ହୋଲସେଲ ମୂଲ୍ୟ ଭାଏଲ ପିଛା ମୂଲ୍ୟ ୦.୧୦ରୁ ୦.୯୫ ଆମେରିକୀୟ ଡଲାର । [୧୧] ଆନାଫାଇଲାକ୍ସିସ୍ ନିମନ୍ତେ ଆମେରିକାରେ ଏକ ଅଟୋଇଞ୍ଜେକ୍ଟର୍ ମିଳେ ଯାହାର ମୂଲ୍ୟ ପ୍ରାୟ ୧୦୦ ଡଲାର । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Epinephrine". The American Society of Health-System Pharmacists. Retrieved Aug 15, 2015.
- ↑ Nancy caroline's emergency care in the streets (7 ed.). [S.l.]: Jones And Bartlett Learning. 2012. p. 557. ISBN 9781449645861.
- ↑ ୩.୦ ୩.୧ Chansky, Michael Lieberman, Allan Marks, Alisa Peet ; illustrations by Matthew (2013). Marks' basic medical biochemistry : a clinical approach (4 ed.). Philadelphia: Wolters Kluwer Health/Lippincott Williams & Wilkins. p. 175. ISBN 9781608315727.
{{cite book}}
: CS1 maint: multiple names: authors list (link) - ↑ "(-)-adrenaline". Guide to Pharmacology. IUPS/BPS. Retrieved 21 August 2015.
- ↑ Everard ML (February 2009). "Acute bronchiolitis and croup". Pediatr. Clin. North Am. 56 (1): 119–33, x–xi. doi:10.1016/j.pcl.2008.10.007. PMID 19135584.
- ↑ Bell, David R. (2009). Medical physiology : principles for clinical medicine (3rd ed.). Philadelphia: Lippincott Williams & Wilkins. p. 312. ISBN 9780781768528.
- ↑ ୭.୦ ୭.୧ Khurana (2008). Essentials of Medical Physiology. Elsevier India. p. 460. ISBN 9788131215661.
- ↑ Buckley, Eleanor (2013). Venomous Animals and Their Venoms: Venomous Vertebrates. Elsevier. p. 478. ISBN 9781483262888.
- ↑ Animal Physiology: Adaptation and Environment (5 ed.). Cambridge University Press. 1997. p. 510. ISBN 9781107268500.
- ↑ Wermuth, Camille Georges (2008). The practice of medicinal chemistry (3 ed.). Amsterdam: Elsevier/Academic Press. p. 13. ISBN 9780080568775.
- ↑ "Epinephrine". International Drug Price Indicator Guide. Archived from the original on 22 November 2016. Retrieved 15 August 2015.