ଆଓର୍ଟୋଇଲିଆକ ଅବରୋଧୀ ରୋଗ

ଉଇକିପିଡ଼ିଆ‌ରୁ
Aortoiliac occlusive disease
Leriche's syndrome, aortic thrombosis, aortic occlusion
CT angiogram showing a complete blockage or the aorta (red arrow) with the lower limbs supplied by collaterals
ବିଭାଗVascular surgery
ଲକ୍ଷଣButtock and thigh pain with exercise, sexual dysfunction, tissue loss[୧]
କାରଣAtherosclerosis[୨]
ବିପଦ କାରକDiabetes, high blood pressure, high cholesterol, smoking, vasculitis[୨]
ରୋଗ ନିର୍ଣ୍ଣୟ ପଦ୍ଧତିAnkle-brachial index < 0.9, CT angiography[୧][୨]
ସଠିକ ରୋଗ ନିର୍ଣ୍ଣୟArterial dissection, giant cell arteritis, venous claudication, neurogenic claudication[୨]
ଚିକିତ୍ସାRisk factors, aspirin, clopidogrel, surgery[୨]
ପୁନଃପୌନିକRelatively common[୩]

ଆଓର୍ଟୋଇଲିଆକ ଅବରୋଧୀ ରୋଗ ( AIOD ) ହେଉଛି ଉଦର ମଧ୍ୟରେ ଥିବା ଆଓର୍ଟା ମହାଧମନୀ ବା ଇଲିୟାକ୍ ଧମନୀରେ ହେଉଥିବା ଅବରୋଧ ରୋଗ । [୨] ବ୍ୟାୟାମ କଲାବେଳେ ପିଚା ଏବଂ ଜଙ୍ଘରେ ଯନ୍ତ୍ରଣା ହୁଏ ଏବଂ ଯୌନ ଅସୁବିଧା ହୁଏ ।[୧] [୨] ଏହି ରୋଗ ଆଗେଇଗଲେ ବିଶ୍ରାମ ସମୟରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ତନ୍ତୁ ନଷ୍ଟ ହୋଇପାରେ । [୧] ରୋଗ ଜଟିଳ ହେଲେ ଗାଙ୍ଗ୍ରିନ ହୋଇପାରେ ଏବଂ ଆମ୍ପ୍ୟୁଟେସନ୍ ଆବଶ୍ୟକ ହୋଇପାରେ ।| [୨]

ଏହା ସାଧାରଣତଃ ଆଥେରୋସ୍କ୍ଲେରୋସିସ୍ ଯୋଗୁ ହୋଇଥାଏ ଓ ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ଯଥାକ୍ରମେ ଆଘାତ, ବିକିରଣ ଚିକିତ୍ସା ଏବଂ ଇଲିୟାକ୍ ଧମନୀ ଏଣ୍ଡୋଫାଇବ୍ରୋସିସ୍ ଯୋଗୁ ହୋଇଥାଏ । [୪] ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ, ଧୂମପାନ ଏବଂ ଭାସ୍କୁଲାଇଟିସ୍ ଭଳି ବିପଦ କାରଣଗୁଡିକ ଥାଏ ।[୨] ଆଙ୍କଲ-ଆଣ୍ଠୁ-ବ୍ରାକିଆଲ୍ ଇଣ୍ଡେକ୍ସ ୦.୯ ଥିଲେଏହି ରୋଗ ନିର୍ଣ୍ଣୟକୁ ସମର୍ଥନ କରେ; ଯାହା ସିଟି ଆଞ୍ଜିଓଗ୍ରାଫିଦ୍ୱାରା ନିଶ୍ଚିତ ହୋଇପାରିବ । [୧] [୨] ଏହା ଏକ ପ୍ରକାର ପ୍ରାନ୍ତୀଯ ଧମନୀ ରୋଗ[୨]

ଧୀରେ ଧୀରେ ଆରମ୍ଭ ହେଉଥିବା ରୋଗ ପାଇଁ ବିପଦ କାରଣଗୁଡିକ ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ । [୨] ପ୍ରାୟଃ ଆସ୍ପିରିନ୍ କିମ୍ବା କ୍ଲୋପିଡୋଗ୍ରେଲ୍ ବ୍ୟବହୃତ ହୁଏ । [୨] ସର୍ଜିକାଲ୍ ବିକଳ୍ପଗୁଡ଼ିକରେ ଏଣ୍ଡୋଭାସ୍କୁଲାର୍ କିମ୍ବା ଖୋଲା ମରାମତି କରାଯାଇପାରେ | [୧] ଅସ୍ତ୍ରୋପଚାର ସତ୍ତ୍ୱେ ସିଲୋଷ୍ଟାଜୋଲ ବ୍ୟବହାର କରାଯାଇପାରେ। [୨] ଏକ ତୃତୀୟାଂଶ ଲୋକଙ୍କର ଅସ୍ତ୍ରୋପଚାର ପରେ ଦୀର୍ଘକାଳୀନ ଜଟିଳତା ରହିଥାଏ। [୧]

ଏହା ସାଧାରଣତଃ କେତେ ସଂଖ୍ୟକ ହୁଏ ତାହା ଅସ୍ପଷ୍ଟ; ଯଦିଓ ପେରିଫେରାଲ୍ ଧମନୀ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ମଧ୍ୟରେ ଏହା ଅପେକ୍ଷାକୃତ ସାଧାରଣ । [୫] [୩] ଏହା ସାଧାରଣତଃ ପୁରୁଷ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ । [୨] [୫] ଏହି ଅବସ୍ଥା ପ୍ରଥମେ ରୋବର୍ଟ ଗ୍ରାହାମ ୧୮୧୪ ମସିହାରେ ବର୍ଣ୍ଣନା କରିଥିଲେ । [୬] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Meyermann, K; Caputo, FJ (August 2017). "Treatment of Abdominal Aortic Pathology". Cardiology clinics. 35 (3): 431–439. doi:10.1016/j.ccl.2017.03.009. PMID 28683911.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Heaton, J; Khan, YS (January 2022). "Aortoiliac Occlusive Disease". PMID 32644512. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Aortoiliac Occlusive Disease: Practice Essentials, Pathophysiology, Etiology". 16 October 2021. Archived from the original on 31 March 2022. Retrieved 30 March 2022.
  4. Cameron, John L.; Cameron, Andrew M. (29 October 2019). Current Surgical Therapy E-Book (in ଇଂରାଜୀ). Elsevier Health Sciences. p. 968. ISBN 978-0-323-64060-2. Archived from the original on 31 March 2022. Retrieved 30 March 2022.
  5. ୫.୦ ୫.୧ Brown, KN; Muco, E; Gonzalez, L (January 2022). "Leriche Syndrome". PMID 30855836. {{cite journal}}: Cite journal requires |journal= (help)
  6. Graham, Robert (1814). "Case of Obstructed Aorta". Med. Chir. Tr. 5: 287–456.9. PMC 2128948. PMID 20895223. Archived from the original on 2019-10-29. Retrieved 2021-10-30.
  7. JAWOR, WJ; PLICE, SG (10 May 1952). "Thrombotic obliteration of the abdominal aorta; report of a case". Journal of the American Medical Association. 149 (2): 142–3. doi:10.1001/jama.1952.72930190007009b. PMID 14917575.