କ୍ଲୋପିଡୋଗ୍ରେଲ
| Clinical data | |
|---|---|
| Trade names | Plavix |
| AHFS/Drugs.com | monograph |
| MedlinePlus | a601040 |
| data | |
| Pregnancy category | |
| Routes of administration | by mouth |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | >50% |
| Protein binding | 94–98% |
| Metabolism | liver |
| Onset of action | 2 hours[୧] |
| Elimination half-life | 7–8 hours (inactive metabolite) |
| Duration of action | 5 days[୧] |
| Excretion | 50% kidney 46% biliary |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.127.841 |
| Chemical and physical data | |
| Formula | C16H16ClNO2S |
| Molar mass | 321.82 g/mol |
| 3D model (JSmol) | |
| |
| |
| (verify) | |
କ୍ଲୋପିଡୋଗ୍ରେଲ (ଇଂରାଜୀ ଭାଷାରେ Clopidogrel, ବିକ୍ରୟ ନାମ ପ୍ଲାଭିକ୍ସ/Plavix) ଏକ ଔଷଧ ଯାହା ଉଚ୍ଚ ହୃଦ୍ରୋଗ (heart disease) ଓ ସ୍ଟ୍ରୋକ (stroke) ହେବା ସଙ୍କଟ କମ କରେ । ହୃଦ୍ଘାତ ରୋଗରେ ଓ କରୋନାରି ଧମନୀ ସ୍ଟେଣ୍ଟ (coronary artery stent) ଦିଆଯାଇଥିବା ରୋଗୀଙ୍କୁ ଆସ୍ପିରିନ (aspirin) ଔଷଧ ସହିତ କ୍ଲୋପିଡୋଗ୍ରେଲ (dual antiplatelet therapy) ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧] କ୍ଲୋପିଡୋଗ୍ରେଲର ପ୍ରଭାବ ୨ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ରହେ ।[୧]
କ୍ଲୋପିଡୋଗ୍ରେଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଅଇ, ସହଜରେ ଆଘାତ ପରେ ଚମ ତଳେ ରକ୍ତ ଜମିଯିବା ଓ ଛାତି ଜ୍ୱାଳା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ (bleeding) ଓ ଥ୍ରମ୍ବୋଟିକ ଥ୍ରମ୍ବୋସାଇଟୋପେନିକ ପରପ୍ୟୁରା (thrombotic thrombocytopenic purpura) ହୋଇପାରେ ।[୧] ଗର୍ଭାବସ୍ଥାରେ କିଛି ଅସୁବିଧା ଦେଖାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇପାରିନାହିଁ ।[୨] ଆଣ୍ଟିପ୍ଲାଟେଲେଟ ଔଷଧମାନଙ୍କ (antiplatelet agent) ମଧ୍ୟରୁ ଥିଏନୋପିରୁଡିନ (thienopyridine) ଶ୍ରେଶୀରେ କ୍ଲୋପିଡୋଗ୍ରେଲକୁ ରଖାଯାଏ । ପ୍ଲାଟେଲେଟରେ ଥିବା ଏକ ରିସେପ୍ଟର [[ପି୨ୱାଇ୧୨]] (P2Y12) ଉପରେ କ୍ଲୋପିଡୋଗ୍ରେଲ ପ୍ରଭାବ ବିସ୍ତାର କରି ତାହାକୁ ଅପରିବର୍ତ୍ତନୀୟ ଅଚଳ କରିଦିଏ ।[୧]
କ୍ଲୋପିଡୋଗ୍ରେଲ ବିଷୟ ପ୍ରଥମେ ସନ ୧୯୮୨ରେ ଲିଖିତ ହୋଇଥିଲା ଓ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୦.୭୭ରୁ ୩୧.୫୯ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Clopidogrel Bisulfate". The American Society of Health-System Pharmacists. Retrieved 8 December 2016.
- ↑ "Clopidogrel (Plavix) Use During Pregnancy". www.drugs.com. Retrieved 14 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 453. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Clopidogrel Bisulfate". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 147. ISBN 9781284057560.