ଆଓର୍ଟିକ ସ୍ଟେନୋସିସ
ଆଓର୍ଟିକ ସ୍ଟେନୋସିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ହୃତ୍ପିଣ୍ଡ ଅପରେଶନ |
ଆଇସିଡ଼ି-୧୦ | I35.0, I06.0, Q23.0 |
ଆଇସିଡ଼ି-୯-ସିଏମ୍ | 395.0, 396.0, 746.3 |
ରୋଗ ଡାଟାବେସ | 844 |
ମେଡ଼ିସିନ-ପ୍ଲସ | 000178 |
ଇ-ମେଡ଼ିସିନ | med/157 |
Patient UK | ଆଓର୍ଟିକ ସ୍ଟେନୋସିସ |
ଆଓର୍ଟିକ ସ୍ଟେନୋସିସ (ଏ ଏସ) (ଇଂରାଜୀରେ Aortic stenosis ବା AS) କୁହାଯାଏ ଯେତେବେଳେ ହୃତ୍ପିଣ୍ଡରେ ଥିବା ବାମ ନିଳୟର ପ୍ରସ୍ଥାନଦ୍ୱାର ଅଣଓସାରିଆ ବା ସରୁ ହୋଇଯାଇ ସମସ୍ୟା ଉପୁଜେ । ଏହା ଆଓର୍ଟିକ ଭଲ୍ଭ ଯାଗାରେ ହୋଇପାରେ ବା ତା ଉପରେ ତଥା ନିମ୍ନରେ ହୋଇପାରେ । ସମୟକ୍ରମେ ଏହା ଅତି ଖରାପ ଦିଗକୁ ଗତିକରେ । ଲକ୍ଷଣ ଧୀରେ ଧୀରେ ଆସେ; ବ୍ୟାୟାମ କରିବାର ଅକ୍ଷମତା ପ୍ରଥମେ ହୁଏ । ହୃଦ୍ପାତ, ମୂର୍ଚ୍ଛା କିମ୍ବା ହୃତ୍ପିଣ୍ଡ ଜନିତ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ ଓ ଏହାର ଫଳାଫଳ ଅତି ଖରାପ ହୁଏ । ଠିଆ ହେଲାବେଳେ ବା ବ୍ୟାୟାମ କଲାବେଳେ ଚେତା ହଜିଯାଏ । ହୃଦ୍ପାତ ହେଲେ ଛୋଟ ଶ୍ୱାସକ୍ରିୟା ବା ଅଣନିଶ୍ୱାସ ହୁଏ ବିଶେଷତଃ ତଳେ ଗଡ଼ିଲେ, ରାତିରେ, ବ୍ୟାୟାମ କଲାବେଳେ ହୁଏ ଓ ଗୋଡ଼ଫୁଲା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଭଲ୍ଭ ସରୁ ନ ହୋଇ କେବଳ ମୋଟା ହେଲେ ତାହାକୁ ଆଓର୍ଟିକ ସ୍କ୍ଲେରୋସିସ କୁହାଯାଏ । [୧]
ଦ୍ୱିପର୍ଦୀ କପାଟିକା (bicuspid valve) ଓ ରିଉମାଟିକ ଜ୍ୱର ଏହାର କାରଣରୂପେ ବିବଚନା କରାଯାଏ । ଜନସଂଖ୍ୟାର ୧ରୁ ୨ % ଲୋକଙ୍କର ଦ୍ୱିପର୍ଦୀ ଆଓର୍ଟିକ କପାଟିକା ଥାଏ ଓ ବିକାଶଶୀଳ ଦେଶମାନଙ୍କରେ ରିଉମାଟିକ ହୃଦରୋଗ ଅଧିକ ହୁଏ । ସାଧାରଣ ଭଲ୍ଭ ମଧ୍ୟ କିଛି ଦଶକ ବିତିଗଲେ ଟାଣ ହୋଇଯାଏ । ଏହାର ସଙ୍କଟାବସ୍ଥା ଠିକ କରୋନାରୀ ଧମନୀ ଭଳି: ଧୂମ୍ରପାନ, ଉଚ୍ଚ ରକ୍ତଚାପ, ଅଧିକ କୋଲେସ୍ଟେରଲ, ଡାଏବେଟିସ ଓ ପୁରୁଷ ପ୍ରଧାନ ଇତ୍ୟାଦି । ହୃତ୍ପିଣ୍ଡରେ ଥିବା ବାମ ନିଳୟ ଓ ମହାଧମନୀ ମଝିରେ ଆଓର୍ଟିକ ଭଲଭ ଥାଏ ଓ ଏହାର ତିନି ପର୍ଦା (tricuspid) ଥାଏ । ଏହି ରୋଗ ହେଲେ ବାମ ଛାତି ଉପରେ ସ୍ଟେଥୋ ରଖିଲେ ଏକ ପ୍ରକାର ଶବ୍ଦ ଶୁଣାଯାଏ ଯାହାକୁ ହୃତ୍ପିଣ୍ଡ ମରମର କୁହାଯାଏ । ଅଲଟ୍ରାସାଉଣ୍ଡ ଚିତ୍ର ଅନୁସାରେ ଏହି ରୋଗକୁ ସାଧାରଣ, ମଧ୍ୟମ, ଗମ୍ଭୀର ଓ ଅତି ଗମ୍ଭୀର ଶ୍ରେଣୀରେ ବିଭକ୍ତ କରାଯାଏ । [୧]
ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଆଓର୍ଟିକ ସ୍ଟେନୋସିସ ରୋଗର ଗତିବିଧି ଅନୁସରଣ କରାଯାଏ । ରୋଗ ଅତି ଗମ୍ଭୀର ହେଲେ ଭଲଭ ରିପ୍ଲେସମେଣ୍ଟ ଅପରେଶନ କରାଯାଏ କିନ୍ତୁ ଅପରେଶନରେ ସଙ୍କଟ ଥିଲେ ଟ୍ରାନ୍ସକାଥେଟର ଆଓର୍ଟିକ ଭଲଭ ରିପ୍ଲେସମେଣ୍ଟ (ଟିଏଭିଆର) କରାଯାଇପାରେ । ଦୁଇ ପ୍ରକାର ଭଲଭ ମିଳେ: ମେକାନିକାଲ ବା ବାୟୋପ୍ରୋସଥେଟିକ, ଦୁଇଟିଯାକ ଭଲ୍ଭର ଉପକାରୀତା ଓ ଅପକାରୀତା ଅଛି । ଆଉ ଏକ ପ୍ରକାର ଚିକିତ୍ସା ମିଳୁଛି ଯାହା କିଛି ମାସ ନିମନ୍ତେ କାମ କରେ; ତାହାର ନାମ ବେଲୁନ ଆଓର୍ଟିକ ଭଲଭୁଲୋପ୍ଲାସ୍ଟି (ବିଏଭି) । ସାମାନ୍ୟରୁ ମଧ୍ୟମ ଧରଣର ହୃଦ୍ପାତ ହେଲେ ରୋଗ ସହିତ ତାହାର ଚିକିତ୍ସା କରାଯାଏ । ଗମ୍ଭୀର ରୋଗ ଥିଲେ କେତେକ ଔଷଧ ଦିଆଯାଏ ନାହିଁ ଯେପରିକି ଏସିଇ ଇନହିବିଟର, ନାଇଟ୍ରୋଗ୍ଲିସେରିନ ଓ କେତେକ ବିଟା ବ୍ଲକର । [୧] ଡିକମ୍ପେନସେଟେଡ ହୃଦ୍ପାତ ଥିଲେ ରକ୍ତଚାପ ଅନୁସାରେ ନାଇଟ୍ରୋପ୍ରୁସାଇଡ କିମ୍ବା ଫିନାଇଲେଫ୍ରିନ ବ୍ୟବହାର କରାଯାଇ ପାରେ । [୧][୨]
ବିକଶିତ ଦେଶମାନଙ୍କରେ ହେଉଥିବା ହୃତ୍ପିଣ୍ଡ ଭଲଭ ରୋଗମାନଙ୍କ ମଧ୍ୟରେ ଆଓର୍ଟିକ ସ୍ଟେନୋସିସ ରୋଗ ସବୁଠାରୁ ସାଧାରଣ ରୋଗ । [୩] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୨ % ଲୋକଙ୍କଠାରେ ଏହି ରୋଗ ଦେଖାଯାଏ । [୧] ସନ ୨୦୧୪ ସୁଦ୍ଧା ବିକାଶଶୀଳ ଦେଶମାନଙ୍କରେ ଏହି ରୋଗର ହାର ଜଣାଯାଇନାହିଁ । [୪] ଏହି ରୋଗୀଙ୍କର ଲକ୍ଷଣ ଥିଲେ ୫୦ % ରୋଗୀ ୫ ବର୍ଷ ମଧ୍ୟରେ ଓ ୯୦ % ରୋଗୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରନ୍ତି । [୧] ସନ ୧୬୬୩ରେ ଫରାସୀ ଚିକିତ୍ସକ ଲାଜାରେ ରିଭିଏର ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରିଥିଲେ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ Czarny, MJ; Resar, JR (2014). "Diagnosis and management of valvular aortic stenosis". Clinical Medicine Insights. Cardiology. 8 (Suppl 1): 15–24. doi:10.4137/CMC.S15716. PMID 25368539.
- ↑ Overgaard, CB; Dzavík, V (2 September 2008). "Inotropes and vasopressors: review of physiology and clinical use in cardiovascular disease". Circulation. 118 (10): 1047–56. doi:10.1161/CIRCULATIONAHA.107.728840. PMID 18765387.
- ↑ Manning WJ (October 2013). "Asymptomatic aortic stenosis in the elderly: a clinical review". JAMA. 310 (14): 1490–7. doi:10.1001/jama.2013.279194. PMID 24104373.
- ↑ Thaden, JJ; Nkomo, VT; Enriquez-Sarano, M (2014). "The global burden of aortic stenosis". Progress in cardiovascular diseases. 56 (6): 565–71. doi:10.1016/j.pcad.2014.02.006. PMID 24838132.
- ↑ Leopold JA (August 2012). "Cellular mechanisms of aortic valve calcification". Circulation. Cardiovascular Interventions. 5 (4): 605–14. doi:10.1161/CIRCINTERVENTIONS.112.971028. PMC 3427002. PMID 22896576.