ଅର୍ଚ୍ଚନା ଗୁପ୍ତା
ଅର୍ଚ୍ଚନା ଗୁପ୍ତା | |
---|---|
![]() | |
ଜନ୍ମ | |
ଅନ୍ୟ ନାମ | ଅର୍ଚନା ଗୁପ୍ତା |
ବୃତ୍ତି | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ୱେବସାଇଟ | archannaguptaa |
ଅର୍ଚ୍ଚନା ଗୁପ୍ତା ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମୁମ୍ବାଇର ଜଣେ ମଡେଲ୍ । ସେ ତାମିଲ, କନ୍ନଡ଼, ମାଲାୟାଲମ୍ ଏବଂ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ସେ ଏକ ଋଷିୟ କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।[୧] ସେ ନିକଟରେ ଅରବାଜ ଖାନ, ରିୟା ସେନ, ଫ୍ରେଡି ଦାରୁୱାଲା, ତନୁଜ ଭାଇୱାନି ଆଦି କଳାକାରଙ୍କ ସହିତ ଜି୫ରେ ପ୍ରସାରିତ ଏକ ୱେବ୍ ସିରିଜ୍ ପଏଜନ୍ରେ କାମ କରିଛନ୍ତି । ମନିଶ ପଲ୍ଙ୍କ ସହିତ ସେ କ୍ଷୁଦ୍ର ଚଳଚ୍ଚିତ୍ର ବଞ୍ଜାରାରେ କାମ କରିବା ସହିତ ସେ ମଞ୍ଚ ଅଭିନୟରେ ସକ୍ରିୟ ଅଛନ୍ତି ।
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ଅର୍ଚ୍ଚନା ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ଜଣେ ମଡେଲ ତଥା କଥାଚିତ୍ର ଅଭିନେତ୍ରୀ କାମ କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ । ତାଙ୍କର ଭଉଣୀ ବନ୍ଦନା ଗୁପ୍ତା ମଧ୍ୟ ଜଣେ ଅଭିନେତ୍ରୀ ।[୨][୩]
ପେଷା[ସମ୍ପାଦନା]
୨୦୦୮ ମସିହାରେ ଅର୍ଚ୍ଚନା କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନ୍ଦାମଇନା ମନସୁଲୋ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪]
୨୦୦୯ ମସିହାରେ ସେ ଅଭିନେତା ଗଣେଶଙ୍କ ସହିତ ସର୍କସ ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫] ଏହାପରେ ସେ ଲିଫ୍ଟ କୋଡଲା, କାର୍ତ୍ତିକ ଏବଂ ଅଚ୍ଚୁ ମେଚ୍ଚୁରେ ଅଭିନୟ କରିଥିଲେ ।[୬] ସେ ଋଷିୟ କଥାଚିତ୍ର ରାଜା ଭାସ୍କରେ ମଧ୍ୟ ଅଭିନୟ କରିଥିଲେ ।
ସେ ରସପୁଟିନ୍, ହ୍ୟାଙ୍ଗୋଭର[୧] ଏବଂ କାଞ୍ଚି ଭଳି ମାଲାୟଲମ୍ କଥାଚିତ୍ରରେ କାମ କରିଛନ୍ତି ।[୭]
ଅଭିନୀତ କଥାଚିତ୍ର[ସମ୍ପାଦନା]
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୮ | ଅନ୍ଦାମଇନା ମନସୁଲୋ | ବିନ୍ଦୁ | ତେଲୁଗୁ | ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ସାଞ୍ଚା | ଚକୋରୀ | ହିନ୍ଦୀ | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
୨୦୦୯ | ସର୍କସ୍ | ପ୍ରିୟା | କନ୍ନଡ଼ | କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୦ | ଲିଫ୍ଟ୍ କୋଡଲା | |||
୨୦୧୧ | କାର୍ତ୍ତିକ | ନିଶା | ||
କୁଇନ୍ସ! ଡେଷ୍ଟିନି ଅଫ୍ ଡ୍ୟାନ୍ସ | ନନ୍ଦିନୀ | ହିନ୍ଦୀ | ||
ଅଚ୍ଚୁ ମେଚ୍ଚୁ | କନ୍ନଡ଼ | |||
୨୦୧୨ | ମାସି | ଲକ୍ଷ୍ମୀ | ତାମିଲ୍ | ତାମିଲ୍ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୩ | କାଞ୍ଚି | ଗୌରୀ | ମାଲାୟାଲମ୍ | ମାଲାୟାଲାମ୍ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ଡିଜାୟାର୍ସ୍ ଅଫ୍ ହାର୍ଟ୍ | ରାଧା | ଇଂରାଜୀ | ||
୨୦୧୪ | ହ୍ୟାଙ୍ଗୋଭର୍ | ରେଶମି | ମାଲାୟାଲମ୍ | |
ଆର୍ଯ୍ୟନ୍ | ହାମସା | କନ୍ନଡ଼ | ||
୨୦୧୫ | ରସପୁଟିନ୍ | ଆମ୍ବିଲି | ମାଲାୟାଲମ୍ | |
ରାଜା ଭାସ୍କ | ଋଷିୟ | ଋଷିୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | ||
୨୦୧୮ | ଏକ୍ ବେତୁକେ ଆଦ୍ମି କି ଆଫ୍ରା ରାତେଁ | ଗୋମତି | ହିନ୍ଦୀ | |
ମୀ ଠୁ | କ୍ଷୁଦ୍ର ଚଳଚ୍ଚିତ୍ର | |||
୨୦୧୯ | ବଞ୍ଜର୍ | ପଞ୍ଜାବୀ | କ୍ଷୁଦ୍ର ଚଳଚ୍ଚିତ୍ର | |
ପଏଜନ୍ | ମେଘା | ହିନ୍ଦୀ | ୱେବ୍ ସିରିଜ୍ [୮] | |
୨୦୨୧ | ଇରୁଭର୍ ଉଲ୍ଲମ୍ | ସମ୍ଭାବି | ତାମିଲ୍ | |
ଆଫାତ୍-ଇ-ଇଶ୍କ | ସୁହାନୀ | ହିନ୍ଦୀ | ଜୀ୫ କଥାଚିତ୍ର |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Archanaa gets reel". Deccan Chronicle. 24 May 2013. Archived from the original on 26 October 2014. Retrieved 18 July 2013.
- ↑ TNN (2 December 2008). "Small town to fame: Archana". The Times of India. Archived from the original on 11 August 2011. Retrieved 18 July 2013.
- ↑ Y Maheswara Reddy (29 September 2010). "Director's Delight". The New Indian Express. Retrieved 18 July 2013.
- ↑ "Great Andhra". Great Andhra. Archived from the original on 14 September 2012. Retrieved 18 July 2013.
- ↑ "Ganesh shines in 'Circus' (Kannada Film Review) - Thaindian News". Thaindian.com. 16 January 2009. Archived from the original on 11 June 2009. Retrieved 18 July 2013.
- ↑ A Sharadhaa (1 March 2013). "Archana's first negative role in Aryan". The New Indian Express. Retrieved 18 July 2013.
- ↑ Priya Sreekumar (28 July 2013). "Archanaa bags a hattrick". Deccan Chronicle. Archived from the original on 1 August 2013. Retrieved 1 August 2013.
- ↑ "Pranati Rai Prakash excited about her web series 'Mannphodganj Ki Binny'". The Rahnuma Daily (in ଆମେରିକୀୟ ଇଂରାଜୀ). 31 March 2020. Retrieved 20 November 2021.
ବାହାର ଲିଙ୍କ୍[ସମ୍ପାଦନା]

- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଚ୍ଚନା ଗୁପ୍ତା
- Official website