Jump to content

ମେକେଲଙ୍କ ଡାଇଭର୍ଟିକୁଲମ

ଉଇକିପିଡ଼ିଆ‌ରୁ
(Meckel's diverticulumରୁ ଲେଉଟି ଆସିଛି)
ମେକେଲଙ୍କ ଡାଇଭର୍ଟିକୁଲମ
ମେକେଲ ଡାଇଭର୍ଟିକୁଲମ
Schematic drawing of a Meckel's diverticulum with a part of the small intestine.
ବିଭାଗଶିଶୁ ରୋଗ, ସାଧାରଣ ଅସ୍ତ୍ରୋପଚାର
ଲକ୍ଷଣNone, rectal bleeding, volvulus, intussusception, inflammation, tumors, intestinal perforation[][]
ଆକ୍ରାନ୍ତ ସମୟPresent at birth[]
କାରଣUnclear[]
ରୋଗ ନିର୍ଣ୍ଣୟ ପଦ୍ଧତିCT scan, radionuclide scan[]
ସଠିକ ରୋଗ ନିର୍ଣ୍ଣୟSwallowed maternal blood, milk protein allergy, intussusception, anal fissure, appendicitis[][]
ଚିକିତ୍ସାWatchful waiting, surgery[]
ପୁନଃପୌନିକ~2%[]
Patient UKମେକେଲଙ୍କ ଡାଇଭର୍ଟିକୁଲମ

ମେକେଲଙ୍କ ଡାଇଭର୍ଟିକୁଲମ ହେଉଛି ଏକ ଆଜନ୍ମ ତୃଟି ଯେଉଁଥିରେ କ୍ଷୁଦ୍ର ଅନ୍ତନଳୀରେ ଥିବା ଏକ ଗୋଲାକାର ଫୁଲା ।[] ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ବିକଶିତ ହୁଏ ନାହିଁ ।[] ଲକ୍ଷଣ ପ୍ରକାଶିତ ହେଲେ ଯନ୍ତ୍ରଣା ବିହୀନ ମଳଦ୍ୱାର ରକ୍ତସ୍ରାବ ହୁଏ ।[] ଏହି ରକ୍ତର ରଙ୍ଗ ସାଧାରଣତଃ ପିଲାମାନଙ୍କରେ ଏକ ପ୍ରକାର ଜେଲି ଭଳି ଲାଲ ରଙ୍ଗର ଓ ବୟସ୍କମାନଙ୍କଠାରେ କଳା ରଙ୍ଗର ହୋଇଥାଏ ।[] ଅନ୍ୟାନ୍ୟ ଉପସ୍ଥାପନାରେ ଭଲଭ୍ୟୁଲସ, ଇଣ୍ଟସସେପସନ, ପ୍ରଦାହ, ଅର୍ବୁଦ କିମ୍ବା ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ ।[] [] ଲକ୍ଷଣ ବିକଶିତ ହେଉଥିବା ଲୋକଙ୍କର ଜୀବନର ପ୍ରଥମ କିଛି ବର୍ଷରେ ହେଉଥିବା ଦେଖାଯାଏ ।[]

ଏହାର କାରଣ ଅସ୍ପଷ୍ଟ ରହିଛି ।[] ଏହା ଅନ୍ୟାନ୍ୟ ଜନ୍ମ ଦୋଷ ସହିତ ଜଡ଼ିତ ହୋଇପାରେ ।[] ଏହା ଏକ ପ୍ରକୃତ ଡାଇଭର୍ଟିକୁଲମ୍ ଯାହା ଓମ୍ଫାଲୋମେସେଣ୍ଟେରିକ୍ ନଳୀର (ଭିଟେଲାଇନ୍ ଡକ୍ଟ)ର ଅବଶିଷ୍ଟାଂଶ ।[] ଏହା କ୍ଷୁଦ୍ର ଅନ୍ତନଳୀରେ ଘଟିଥାଏ ଯାହା ଇଲିୟମ୍ ଭାବରେ ଜଣାଶୁଣା ।[] ଏଥିରେ ପାକସ୍ଥଳୀ କିମ୍ବା ଅଗ୍ନାଶୟ ତନ୍ତୁ ରହିପାରେ ।[] ସିଟି ସ୍କାନ୍ କିମ୍ବା ରେଡିଓନ୍ୟୁକ୍ଲାଇଡ ସ୍କାନ୍ଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ। []

ଲକ୍ଷଣ ନଥିବା ଲୋକଙ୍କର ପରିଚାଳନା ଅସ୍ପଷ୍ଟ ଅଟେ ।[] ଲକ୍ଷଣ ବିକଶିତ ହୋଇଥିବା ଲୋକଙ୍କର ଅସ୍ତ୍ରୋପଚାର ହେଉଛି ଏକ ମାତ୍ର ଚିକିତ୍ସା ।[] ଏହି ଅସ୍ତ୍ରୋପଚାର ଖୋଲା କିମ୍ବା ଲାପାରୋସ୍କୋପିକ୍ ପଦ୍ଧତିରେ କରାଯାଇପାରେ ।[] ଯେଉଁମାନେ ବହୁ ପରିମାଣର ରକ୍ତ ହରାଇଛନ୍ତି, ସେମାନଙ୍କୁ ରକ୍ତଦାନ ଆବଶ୍ୟକ ହୋଇପାରେ ।[]

ମେକେଲଙ୍କ ଡାଇଭର୍ଟିକୁଲମ୍ ପ୍ରାୟ ୨% ଲୋକଙ୍କଠାରେ ଥାଏ, ଯାହାକୁ ପାକଅନ୍ତନଳୀର ସବୁଠାରୁ ସାଧାରଣ ବିକୃତି କୁହାଯାଏ ।[] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହା ପ୍ରଥମେ ୧୬୯୯ ମସିହାରେ ଲାଭାଟର ଏବଂ ପରେ ୧୮୦୯ ମସିହାରେ ଜୋହାନ ଫ୍ରିଡ୍ରିକ ମେକେଲଙ୍କଦ୍ୱାରା ଉଲ୍ଲେଖ କରାଯାଇଥିଲା ଯାହାଙ୍କ ନାମାନୁସାରେ ନାମକରଣ ହୋଇଥିଲା ।[] []

  1. 1 2 3 4 5 6 "Meckel's diverticulum". GOSH Hospital site. Archived from the original on 27 February 2021. Retrieved 10 May 2022.
  2. 1 2 3 4 5 "Meckel Diverticulum - Gastrointestinal Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 22 March 2022. Retrieved 10 May 2022.
  3. 1 2 3 4 5 6 7 8 9 10 11 12 13 14 An, J; Zabbo, CP (January 2022). "Meckel Diverticulum". PMID 29763135. {{cite journal}}: Cite journal requires |journal= (help)
  4. 1 2 3 Elsayes KM, Menias CO, Harvin HJ, Francis IR (July 2007). "Imaging manifestations of Meckel's diverticulum". AJR Am J Roentgenol. 189 (1): 81–8. doi:10.2214/AJR.06.1257. PMID 17579156.
  5. "Meckel's diverticulum". www.whonamedit.com. Archived from the original on 3 February 2022. Retrieved 10 May 2022.
  6. Meckel, JF (1809). "Über die Divertikel am Darmkanal". Archiv für die Physiologie. 9: 421-453.