ଅମରକଣ୍ଟକ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (June 2015) |
ଅମରକଣ୍ଟକ
AmraKutt | |
---|---|
Hill station | |
![]() | |
Nickname: Maikal | |
Country | ![]() |
State | ମଧ୍ୟପ୍ରଦେଶ |
ଜିଲ୍ଲା | ଅନୁପୁର |
Elevation | 1,048 m (3,438 ft) |
Population (2001) | |
• Total | ୭,୦୭୪ |
Languages | |
• Official | Hindi |
Time zone | UTC+5:30 (IST) |
PIN | |
ISO 3166 code | IN-MP |
ଅମରକଣ୍ଟକ, ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ଏକ ତୀର୍ଥ ସ୍ଥଳ ଓ ନଗର ପଞ୍ଚାଯତ । ବିନ୍ଧ୍ୟ ପର୍ବତମାଳା ଓ ସାତପୁରା ରେଞ୍ଜର ମିଳନ ସ୍ଥଳରେ ଅବସ୍ଥିତ ଏହି ସ୍ଥାନଟି ପ୍ରକୃତିକ ସମ୍ପଦ ତଥା ସୁନ୍ଦରତାରେ ଭର୍ତ୍ତି ହେଇଥାଏ । ଏହା ଏକ ଶୈଳନିବାସ ଓ ଏଠାରୁ ନର୍ମଦା ନଦୀ , ସୋନା ନଦୀ ଓ ଜିହିଲା ନଦୀର ଉପତ୍ତି ହୋଇଛି ।
୧୫ ଶ ଶତାବ୍ଦୀର ଜନପ୍ରିଯ ସନ୍ଥ କବୀର ଏହି ସ୍ଥଳରେ କବୀର ଚବୁତରା[୧] ନିର୍ମାଣ କରି ତପସ୍ୟା କରିଥିଲେ ।
ବ୍ୟୁପତ୍ତି [ସମ୍ପାଦନା]
ଦୁଇଟି ସଂସ୍କୃତ ନାମ amara ( ଅମର ) ଓ kantaa ( ବାଧକ )କୁ ନେଇ ଏହି ନାମକରଣ ହେଇଛି । କବି କାଳିଦାସଙ୍କ ଲେଖାରେ ଏହାର ଉଲ୍ଲେଖ ରହିଛି । [୨]
ଅବସ୍ଥିତି[ସମ୍ପାଦନା]
ଅମରକଣ୍ଟକର ଭୌଗୋଳିକ ଅବସ୍ଥିତି 22.67°N 81.75°E. ଏହାର ଉଚ୍ଛତା ୩୪୩୮ ଫୁଟ । ଏଠାକୁ ପହଞ୍ଚିବାକୁ ରେବା , ଶାହଦଲ , ଅନୁପୁର ଜବଲପୁର , କଟନୀ ଓ ପେଣ୍ଡରାଠାରୁ ରାସ୍ତା ରହିଥିବା ବେଳେ ଏହାର ନିକଟତମ ରେଳ ଷ୍ଟେସନ ପେଣ୍ଡରା ରୋଡ ଏଠାରୁ ୪୩ କିଲୋମିଟର । ଜବଲପୁର ବିମାନ ବନ୍ଦର ଏହାର ନିକଟତମ ଏୟାର ପୋର୍ଟ । ଜବଲପୁରରୁ ଦିଲ୍ଲୀକୁ ଦୈନିକ ଫ୍ଲାଇଟ ରହିଛି । [୩][୪]
ଜନସଂଖ୍ୟା[ସମ୍ପାଦନା]
୨୦୧୧ ଜନଗଣନା ଅନୁସାରେ[୫] ଅମରକଣ୍ଟକର ଜନସଂଖ୍ୟା ୭,୪୧୬ ଥିଲା । ଏଥିରୁ ପୁରୁଷ ସଂଖ୍ୟା ୪,୫୧୩ ଓ ମହିଳା ସଂଖ୍ୟା ୩,୯୦୨ । ସାକ୍ଷ୍ୟରତା ହାର ୮୦.୨୦ % ଥିଲା , ଯାହା ଜାତୀୟ ହାରଠାରୁ ଅଧିକ ଥିଲା । ମହିଳା ସାକ୍ଷ୍ୟରତା ହାର ମାତ୍ର ୭୧.୦୨ % ଥିଲା ବେଳେ ପୁରୁଷ ସାକ୍ଷ୍ୟରତା ହାର ୮୮.୦୬ ରହିଥିଲା । ୬ ବର୍ଷରୁ କମ ସଂଖ୍ୟା ୧୦.୯୪ % ରହିଥିଲା ।
ବଣ ଜଙ୍ଗଲ ଓ ପଶୁ ପକ୍ଷୀ [ସମ୍ପାଦନା]
ଅମରକଣ୍ଟକ ସହରକୁ ଘେରି ରହିଥିବା ଅରଣ୍ୟରେ ବିଭନ୍ନ ଜାତୀୟ ଔଷଧୀୟ ବୃକ୍ଷ୍ୟ [୬]ରହିଥାଏ । ଏଠାରୁ ୪୦ କିଲୋମିଟର ଦୂରରେ ଅଚଙ୍କମାର ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟ ଛତିଶଗଡ଼ ରାଜ୍ୟରେ ଅଛି ଓ ଏଠାରୁ ବିଳାସପୁର [୭]ରାସ୍ତାରେ ରହିଛି । ଅମରକଣ୍ଟକର ଜଙ୍ଗଲ କାହ୍ନା ଜାତୀୟ ପାର୍କର ଜଙ୍ଗଲ ସହ ସାମଞ୍ଜସ୍ଯ ରହିଛି । ଏହି ଜଙ୍ଗଲରେ ଭାରତର ବିଖ୍ୟାତ ବେଙ୍ଗଲ ଟାଇଗର[୮] ମଧ୍ୟ ରହନ୍ତି । ଏଠାରେ ଅରଣ୍ୟ ରେଶାଲ ଜଙ୍ଗଲ ଥିଲା । ତାହାକୁ କାଟି ବିଶ୍ୱ ବେଙ୍କ ସହାୟତାରେ ପାଇନ ଗଛର ଅରଣ୍ୟ ସୃଷ୍ଟି କରିବାକୁ ଉଦ୍ୟମ ହେଇଥିଲା । ତେବେ ଏହାକୁ ପରିତ୍ୟାଗ କରା ଯାଇଥିଲା ।[୯]
କାଳଚୁରୀ ମନ୍ଦିର [ସମ୍ପାଦନା]
ଶିକ୍ଷାନୁଷ୍ଠାନ [ସମ୍ପାଦନା]
ଏଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ଟ୍ରାଇବାଳ ବିଶ୍ୱବିଦ୍ୟାଳୟ ଆଇନ[୧୦] ଅନୁସାରେ ଏଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଇଛି । ସେଠାରେ ସ୍ଥାନୀୟ ଆଦିବାସୀ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରା ଯାଉଛି ।[୧୧][୧୨]
ଆଧାର [ସମ୍ପାଦନା]
- ↑ "Kabir Chabutra".
- ↑ Bhattacharyya, P.K. (1977), Historial Geography of Madhya Pradesh from Earlier Records, Motilal Banarsidass, p. 76
- ↑ http://www.spicejet.com/newspage.aspx?strNews=Flights_Jabalpur
- ↑ "Amarkantak PinCode". citypincode.in.
- ↑ ।http://www.census2011.co.in/data/town/802421-amarkantak.html 4,514 are males while 3,902 are females as per report released by Census India 2011.
- ↑ "Medicinal Plants of Amarkantak". academia.edu.
- ↑ "The Hindu".
- ↑ "Kanha-Achanakmar".
- ↑ Yugdharm, Raipur, Forest Wealth Special Issue, 1979
- ↑ http://igntu.nic.in/act.pdf
- ↑ Emerging Trends in Indian Politics.
- ↑ Economic Development in India.