ଅଭିମାନ (ହିନ୍ଦୀ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
Abhimaan
ନିର୍ଦ୍ଦେଶକହୃଷିକେଶ ମୁଖାର୍ଜୀ
ପ୍ରଯୋଜକସୁଶୀଳା କାମତ
ପବନ କୁମାର ଜୈନ
ସଂଳାପରାଜୀନ୍ଦର ସିଂହ ବେଦୀ
ବୀରେଶ ଚାଟାର୍ଜୀ
ନବେନ୍ଦୁ ଘୋଷ
ହୃଷିକେଶ ମୁଖାର୍ଜୀ
ମୋହନ ଏନ ସିପ୍ପି
ବୀରେନ ତ୍ରିପାଠୀ
କଳାକାରଅମିତାଭ ବଚ୍ଚନ
ଜୟା ବଚ୍ଚନ
ବିନ୍ଦୁ (ଅଭିନେତ୍ରୀ)
ଅସରାନୀ
ସଙ୍ଗୀତସଚିନ ଦେବ ବର୍ମନ
ଚିତ୍ରଗ୍ରହଣଜୟନ୍ତ ପଥାରେ
ସମ୍ପାଦକଦାସ ଧାଇମାଡ଼େ
ମୁକ୍ତିଲାଭ ତାରିଖ
27 ଜୁଲାଇ 1973 (1973-07-27)
କଥାଚିତ୍ରର ସମୟ
୧୨୨ ମିନିଟ
ଦେଶଭାରତ
ଭାଷାହିନ୍ଦୀ
ମୋଟ ଆୟଛାଞ୍ଚ:Estimation Indian Rupee ₹ ୧.୭ କୋଟି
(ଛାଞ୍ଚ:Estimation Indian Rupee ₹ ୪୩.୫୨ କୋଟି ୨୦୧୯)[୧]

ଅଭିମାନ ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ସଙ୍ଗୀତକୁ ପୃଷ୍ଠଭୂମୀରେ ରଖି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ହୃଷିକେଶ ମୁଖାର୍ଜୀ ଏହାର ନିର୍ଦ୍ଦେଶକ ଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ବିନ୍ଦୁ ଓ ଅସରାନୀ ଆଦି ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

କିଛି ମତ ଅନୁଯାୟୀ ଏହ୍ ଚଳଚ୍ଚିତ୍ରଟି ରବି ଶଙ୍କର ଓ ତାଙ୍କର ପ୍ରଥମ ପତ୍ନୀ ସୁରବାହାର ବାଦିକା ଅନ୍ନପୂର୍ଣ୍ଣା ଦେବୀଙ୍କ ଜୀବନ ଉପରେ ଆଧାରିତ ଥିଲା ।[୨] ଅନ୍ୟ ମତ ଅନୁଯାୟୀ ଏହା କିଶୋର କୁମାର ଓ ତାଙ୍କ ପ୍ରଥମ ପତ୍ନୀ ରୁମା ଗୁହା ଠାକୁର୍ତାଙ୍କ ଜୀବନ ଉପରେ ଆଧାରିତ ଥିଲା ।[୩] ଏହା ୧୯୫୪ରେ ମୁକ୍ତିଲାଭ କରିଥିବା ଇଂରାଜୀ ଚଳଚ୍ଚିତ୍ର ଏ ଷ୍ଟାର ଇଜ ବର୍ଣ୍ଣଦ୍ୱାରା କିଛିମାତ୍ରାରେ ଅନୁପ୍ରାଣିତ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।[୪]

ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ମଜରୁହ ସୁଲତାନପୁରୀ ଏହି ଗୀତଗୁଡ଼ିକୁ ଲେଖିଥିଲେ, ସଚିନ ଦେବ ବର୍ମନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କିଶୋର କୁମାର, ମହମ୍ମଦ ରଫି, ମନହର ଉଧାସଲତା ମଙ୍ଗେସକର କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରଟି ବହୁତ ବ୍ୟବସାୟିକ ସଫଳତା ହାସଲ କରିଥିଲା । [୫] ଜୟା ବଚ୍ଚନଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । [୬]

ସାରାଂଶ[ସମ୍ପାଦନା]

ସୁବୀର ମୁମ୍ବାଇରେ ରହୁଥିବା ଜଣେ ସଫଳ କଣ୍ଠଶିଳ୍ପୀ । ସେ ଉମା ନାମକ ଜଣେ ପ୍ରତିଭାସମ୍ପର୍ଣ୍ଣ ଗ୍ରାମୀଣ ଝିଅକୁ ଭଲପାଇ ବାହାହୁଅନ୍ତି । ବିବାହ ପରେ ସେ ପତ୍ନୀଙ୍କୁ ନେଇ ମୁମ୍ବାଇ ଆସନ୍ତି । ମୁମ୍ବାଇ ଆସି ସୁବୀର ଉମାଙ୍କ ସଙ୍ଗୀତ କ୍ୟାରିୟର ନିର୍ମାଣ ଦିଗରେ କାର୍ଯ୍ୟ କରନ୍ତି । କ୍ରମେ ଉମାଙ୍କ କ୍ୟାରିୟରରେ ଉନ୍ନତି ସହିତ, ସୁବୀରଙ୍କ କ୍ୟାରିୟରର ଅବନତି ଦେଖାଦିଏ । ଉମା ନିଜ ପତି ସୁବୀରଙ୍କଠାରୁ ବେଶୀ ସଫଳ ହୁଅନ୍ତି । ସୁବୀର ପତ୍ନୀଙ୍କ ଉତ୍ଥାନରେ ଇର୍ଷାନ୍ୱୀତ ହୋଇପଡ଼ନ୍ତି । ଏହାଦ୍ୱାରା ସେମନଙ୍କ ବୈବାହିକ ଜୀବନରେ ଫାଟ ପଡ଼େ ଓ ସେମାନେ ପରସ୍ପରଠାରୁ ଅଲଗା ରୁହନ୍ତି । ଏ ମଧ୍ୟରେ ଗର୍ଭବତୀ ଉମାଙ୍କର ଗର୍ଭପାତ ହୁଏ । ଏଥିପାଇଁ ଉମାଙ୍କୁ ସୁବୀରଙ୍କ ମାଉସୀଙ୍କଠାରୁ ଅନେକ ନିନ୍ଦା ଓ ଭର୍ସନା ସହିବାକୁ ପଡ଼େ । ଏ ଘଟଣା ପରେ ସୁବୀର ଓ ଉମା ଧିରେ ଧିରେ ନିଜର ଭୁଲ ବୁଝିପାରି ପୁଣି ଏକାଠି ହୁଅନ୍ତି ଓ ଏକାସାଙ୍ଗରେ ଗୀତ ଗାଇବା ଆରମ୍ଭ କରନ୍ତି ।

ଅଭିନୟରେ[ସମ୍ପାଦନା]

  • ଅମିତାଭ ବଚ୍ଚନ - ସୁବୀର କୁମାର
  • ଜୟା ବଚ୍ଚନ - ଉମା
  • ବିନ୍ଦୁ - ଚିତ୍ରା
  • ଅସରାନୀ - ଚନ୍ଦର କ୍ରିପାଳିନୀ
  • ଡେଭିଡ଼ ଆବ୍ରାହମ ଚେଉଳକର - ବ୍ରଜେଶ୍ୱରଲାଲ
  • ଦୁର୍ଗା ଖୋଟେ - ଦୁର୍ଗା
  • ଏ. କେ. ହଙ୍ଗଲ - ସଦାନନ୍ଦ
  • ଲଳିତା କୁମାରୀ - ରାଧା

ବୈଷୟିକ ବିଭାଗରେ[ସମ୍ପାଦନା]

  • ନିର୍ଦ୍ଦେଶକ - ହୃଷିକେଶ ମୁଖାର୍ଜୀ
  • କାହାଣୀ - ହୃଷିକେଶ ମୁଖାର୍ଜୀ
  • ଚିତ୍ରନାଟ୍ୟ - ନବେନ୍ଦୁ ଘୋଷ, ବୀରେଶ ଚାଟାର୍ଜୀ, ମୋହିନୀ ଏନ ସିପ୍ପୀ
  • ସଂଳାପ - ରାଜିନ୍ଦର ସିଂହ ବେଦୀ
  • ପ୍ରଯୋଜନା - ସୁଶୀଳା କାମତ, ପବନ କୁମାର ଜୈନ
  • କ୍ୟାମେରା - ଜୟୱନ୍ତ ପଠାରେ
  • କଳା ନିର୍ଦ୍ଦେଶକ - ଅଜିତ ବାନାର୍ଜୀ
  • ପୋଷାକ - ଶାଳିନୀ ସାହା, ରାମଲାଲ ମାହେଶ୍ୱରୀ
  • ସଙ୍ଗୀତ ନିର୍ଦ୍ଦେଶନା - ସଚିନ ଦେବ ବର୍ମନ
  • କଣ୍ଠଶିଳ୍ପୀ - କିଶୋର କୁମାର, ମହମ୍ମଦ ରଫି, ମନହର ଉଧାସ ଓ ଲତା ମଙ୍ଗେସକର


ଆଧାର[ସମ୍ପାଦନା]

  1. "Boxofficeindia.com". Box Office India. Archived from the original on 20 October 2013. Retrieved 2012-06-15.
  2. Surti, Aalif (May 2000). "Annapurna Devi: The Tragedy And Triumph of Ravi Shankar's First Wife". Man's World. Retrieved 22 April 2017.
  3. Bharatan, Raju (12 September 2000). "A cineaste in the mainstream cinema". Rediff. Retrieved 16 August 2009.
  4. Rachel Dwyer (25 July 2019). 100 Bollywood Films. Bloomsbury Publishing. p. 20. ISBN 978-1-83871-396-6.
  5. "Amitabh Movies Verdict (1969–1984) By Trade Guide(Prakash Pange)". 3 December 2011.
  6. Nihalani, Govind; Chatterjee, Saibal; Guzar (2003). Encyclopaedia of Hindi Cinema: historical record, the business and its future, narrative forms, analysis of the medium, milestones, biographies. Popular Prakashan. ISBN 81-7991-066-0. She won her first Filmfare Award for Best Actress in 1973 for her performance in the marital drama Abhimaan.

ବାହାର ଆଧାର[ସମ୍ପାଦନା]