ଏ. କେ. ହଙ୍ଗଲ
ଏ. କେ. ହଙ୍ଗଲ | |
---|---|
![]() ହଙ୍ଗଲଙ୍କ ୨୦୧୧ର ଫୋଟ | |
ଜନ୍ମ | ଅବତାର କିଶନ ହଙ୍ଗଲ ୧୫ ଅଗଷ୍ଟ ୧୯୧୭ |
ମୃତ୍ୟୁ | ୨୬ ଅଗଷ୍ଟ ୨୦୧୨ | (ବୟସ ୯୫)
ଅନ୍ୟ ନାମ | ପଦ୍ମ ଭୂଷଣ ଅବତାର କିଶନ ହଙ୍ଗଲ |
ବୃତ୍ତି | ଅଭିନେତା |
Years active | ୧୯୨୯-୧୯୪୭ (ସ୍ୱାଧୀନତା ସଂଗ୍ରାମୀ), ୧୯୩୬-୧୯୬୫ (ରଙ୍ଗମଞ୍ଚ ଅଭିନେତା), ୧୯୬୫–୨୦୦୫ (ଚଳଚ୍ଚିତ୍ର ଜୀବନ), ୧୯୮୦-୨୦୧୨ (ଟେଲିଭିଜନ ଅଭିନେତା) |
Notable work | ଆଇନା (୧୯୭୪) ସୌକିନ୍ ଶୋଲେ ନମକ ହାରାମ |
ସନ୍ତାନ | ୧ |
ଅବତାର କିଶନ ହଙ୍ଗଲ (୧୯୧୭ - ୨୦୧୨) ଜଣେ ଜଣା ଶୁଣା ହିନ୍ଦୀ ସିନେମା ତଥା ଟେଲିଭିଜନ ଅଭିନେତା ଓ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବିଶେଷ କରି ସେ ପିତା ଓ ଜେଜେ ଭୂମିକା ପାଇଁ ବେଶ ପରିଚିତ । ସେ ପାଇ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରିୟ ଜେଜେ ଭାବରେ ପରିଚିତ । ଶୋଲେ, ନମକ ହାରମ୍, ଅନାଡ଼ି, ଆଇନା, ଅବତାର, ଅଭିମାନ, କୋରା କାଗଜ, ଚିତଚୋର, ଅନାମିକା ପରି ଅନେକ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରି ସେ ସଫଳତା ଅର୍ଜନ କରିଥିଲେ । ପ୍ରସିଦ୍ଧ ହିନ୍ଦୀ କଥାଚିତ୍ର ଶୋଲେରେ ସେ ରହିମ୍ ଚାଚା ଭୁମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିନେଇଥିଲେ । ସେ ୧୯୬୬ ମସିହାରୁ ୨୦୦୫ ମଧ୍ୟରେ ୨୨୫ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ରାଜେଶ ଖାନ୍ନାଙ୍କ ସହ ୧୬ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୧][୨]
ପରିବାର[ସମ୍ପାଦନା]
୧୯୧୭ ମସିହା ଫେବୃଆରୀ ୧ ତାରିଖରେ ପେଶୱ୍ଆରଠାରେ ଏକ କାଶ୍ମୀରୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରାନାମ ଅବତାର କିଶନ ହଙ୍ଗଲ । ତାଙ୍କ ପିତାଙ୍କ ନାମ ପଣ୍ଡିତ ହରି କିଶନ ହଙ୍ଗଲ ।[୩]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ପ୍ରକୃତରେ ସେ ଜଣେ ନାଟ୍ୟ କଳାକାର । ପ୍ରଥମେ ସିଲେଇ କାମ କରୁଥିଲେ ଓ କମ୍ୟୁନିଷ୍ଟ ପାର୍ଟିର ଜଣେ ସଦସ୍ୟ ଥିଲେ । ବିଭିନ୍ନ ଆନ୍ଦୋଳନରେ ଯୋଗ ଦେଇ ଜେଲ ମଧ୍ୟ ଯାଇଥିଲେ । ମାତ୍ର ୨୧ ବର୍ଷ ବୟସରେ ସେବମ୍ବେ ଆସିଥିଲେ । ପ୍ରଥମେ ସେ ଇଣ୍ଡିଆନ ପିପୁଲ୍ସ୍ ଥିଏଟରରେ ଯୋଗଦେଇ ବଲରାଜ ଶାହାଣୀ ଓ କୈଫୀ ଆଜମୀଙ୍କ ସହ କାମ କରିଥିଲେ ।[୪]୧୯୬୬ରେ ସେ ପ୍ରଥମ କରି ତିସିରି କସମ ଫିଲ୍ମରେ ଅଭିନୟ କରିଥିଲେ । ୧୯୯୩ରେ ସେ ତାଙ୍କ ଜନ୍ମସ୍ଥାନ ପାକିସ୍ତାନ ଯିବା ପାଇଁ ଭିଜା ଆବେଦନ କରିଥିଲେ ଏବଂ ପାକିସ୍ତାନ ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ଆମନ୍ତ୍ରଣ ଆସିଥିଲା । ଏହାକୁ ନେଇ ଅନେକ ସମସ୍ୟା ଦେଖାଦେଇଥିଲା ।
ପୁରସ୍କାର[ସମ୍ପାଦନା]
- ଚଳଚ୍ଚିତ୍ର ଜଗତରେ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ୨୦୦୬ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।[୫]
- ତାଙ୍କର ଆତ୍ମଜୀବନୀ ଦି ଲାଇଫ୍ ଆଣ୍ଡ ଟାଇମ ଅଫ୍ ଏ.କେ.ହଙ୍ଗଲରେ ସେ ତାଙ୍କ ଆତ୍ମ କାହାଣୀ ଲେଖିଛନ୍ତି ।
ଆଧାର[ସମ୍ପାଦନା]
- ↑ http://www.mid-day.com/entertainment/2012/aug/250812-A-K-Hangals-condition-very-critical.htm
- ↑ http://www.hindustantimes.com/Entertainment/Tabloid/Two-legends-many-tributes/Article1-919651.aspx
- ↑ http://post.jagran.com/unknown-facts-about-veteran-actor-ak-hangal-who-dies-at-98-in-mumbai-1345963702
- ↑ http://www.ndtv.com/article/people/ak-hangal-bollywood-s-favourite-character-actor-259220
- ↑ http://in.reuters.com/article/2012/08/26/ak-hangal-dead-idINDEE87P02R20120826
ବାହାର ଆଧାର[ସମ୍ପାଦନା]

- A.K. Hangal (ଇଣ୍ଟରନେଟ ମୁଭି ଡାଟାବେସରେ)
- The genial revolutionary. ରେଡିଫ.କମ୍.
- Marxist who made it good in movies ଦ ହିନ୍ଦୁ.