Jump to content

ଅବସର ବେଉରିଆ

ଉଇକିପିଡ଼ିଆ‌ରୁ
ଅବସର ବେଉରିଆ
ଜନ୍ମ
ଅବସର ବେଉରିଆ

(1941-11-08)୮ ନଭେମ୍ବର ୧୯୪୧
ମୃତ୍ୟୁ୧୬ ନଭେମ୍ବର ୨୦୨୨(2022-11-16) (ବୟସ ୮୧)
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଭାରତୀୟ ପ୍ରଶାସନିକ ଅଧିକାରୀ, ବୈଦେଶିକ ସଚିବ

ଅବସର ବେଉରିଆ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ରାଷ୍ଟ୍ରଦୂତ ଥିଲେ । ସେ ଜାପାନରେ ଗୁରୁତ୍ୱପୂର୍ଣ୍ଣ ଭାରତୀୟ କୂଟନୈତିକ ମିଶନ, ପୂର୍ବତନ ସୋଭିଏତ ୟୁନିୟନ, ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା ଏବଂ ମାଡାଗାସ୍କର ଆଦି ସାତଟି ଦେଶରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟ ମଧ୍ୟରେ ସେ ନନ-ଆଲାଇନମେଣ୍ଟ ଶିଖର ସମ୍ମିଳନୀ, ରାଜ୍ୟଗୋଷ୍ଠୀ ସରକାର ମୁଖ୍ୟ ସମ୍ମିଳନୀ ଏବଂ ଜି-୭୭ ସମ୍ମିଳନୀ ଇତ୍ୟାଦି ସମେତ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଆନ୍ତର୍ଜାତୀୟ ଆଲୋଚନାରେ ଭାରତର ପ୍ରତିନିଧି ଦଳର ସଦସ୍ୟ ଭାବରେ ଯୋଗଦେଇଥିଲେ । ସେ ଓଡ଼ିଶା ମହାବୋଧି ସୋସାଇଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ପାଞ୍ଚଟି ପୁସ୍ତକ ରଚନା କରିବା ସହ ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ଅନୁଷ୍ଠାନ ଆନୁକୁଲ୍ୟରେ ଏଆଇସିଟିଇ ପାଇଁ ୨୦ଟି ଇଞ୍ଜିନିୟରିଂ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ।[][] ଜଣେ ଚିତ୍ରଶିଳ୍ପୀ ଭାବରେ ସେ ଅନେକ ଜଣାଶୁଣା ଚିତ୍ରକଳା ସୃଷ୍ଟି କରିଥିଲେ । ତାଙ୍କର କଳାକୃତି ଲଳିତ କଳା ଏକାଡେମୀରେ ପ୍ରଦର୍ଶିତ ହେଉଛି । ସେ ଯତୀନ ଦାସ ସେଣ୍ଟର ଅଫ ଆର୍ଟ ସହ ମଧ୍ୟ ଜଡ଼ିତ ଥିଲେ । []

ଜୀବନୀ

[ସମ୍ପାଦନା]

ଶିକ୍ଷା

[ସମ୍ପାଦନା]

ସେ ରେଭେନ୍ସା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା'ପରେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ । ପରେ ସେ ଭାରତୀୟ ବୈଦେଶିକ ସେବାରେ ଯୋଗଦେଇଥିଲେ । ଭାରତୀୟ ବୈଦେଶିକ ସେବାରୁ ଅବସର ନେବା ପରେ ସେ ଓଡ଼ିଶା ଫେରି ସାହିତ୍ୟ ରଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ।[]

ଦେହାନ୍ତ

[ସମ୍ପାଦନା]

୨୦୨୨ ମସିହା ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[]

ରଚନାବଳୀ

[ସମ୍ପାଦନା]
  • Bhitarkanika: The Mesmerising Mangrove (ଇଂରାଜୀରେ)
  • From Myanmar to Madagascar (ଇଂରାଜୀରେ)
  • Chilika: the celestial lake (ଇଂରାଜୀରେ)
  1. ୧.୦ ୧.୧ ୧.୨ "Former diplomat Abasar Beuria passes away, tributes pour in". The New Indian Express. Retrieved 2022-12-14.
  2. Service, Pragativadi News (2022-11-17). "Abasar Beuria, Former Indian Ambassador From Odisha, Passes Away". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-14.
  3. "Abasar Beuria, Ambassador & beyond | Sambad English Abasar Beuria, Ambassador & beyond" (in ଆମେରିକୀୟ ଇଂରାଜୀ). 2022-11-21. Retrieved 2022-12-14.