ଅପରାଜିତା (ଫୁଲ)
| ଅପରାଜିତା | |
|---|---|
| Clitoria ternatea vine | |
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Genus: | |
| Species: | C. ternatea
|
| Binomial name | |
| Clitoria ternatea | |

ଅପରାଜିତା ଏକ ଲତା ଜାଦୀୟ ଉଦ୍ଭିଦ। ଧଳା ଓ ନୀଳ ଭେଦରେ ଫୁଟୁଥିବା ଫୁଲର ରଙ୍ଗକୁ ନେଇ ଏହା ଦୁଇପ୍ରକାରର ହେଲେବି ଔଷଧୀୟ ଗୁଣ ଦୃଷ୍ଟିରୁ କେହି କାହାଠୁ ଊଣା ନୁହେଁ । ପତ୍ରଗୁଡ଼ିକ ସଜନା ପତ୍ର ପରି, ହେଲେ ଆକାରରେ ଟିକେ ବଡ଼ । ନୀଳ ଅପରାଜିତାକୁ କେହି କେହି କୃଷ୍ଣ ଅପରାଜିତା ଓ କାନକଟା ଗଛ ବୋଲି କହିଥାନ୍ତି । ଭାରତର ବହୁଳାଂଶରେ ଏହା ଦେଖିବାକୁ ମିଳେ । ଅଧିକ ମାରାତ୍ମକ ନ ହେଲେ ବି ଏହା ଏକ ବିଷାକ୍ତ ଲତା ।
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ଅପରାଜିତା |
| ସଂସ୍କୃତ | ବିଷ୍ଣୁକ୍ରାନ୍ତା, ହରିକ୍ରାନ୍ତା, ସହଜକ୍ରାନ୍ତା |
| ତେଲୁଗୁ | ନୀଲଗୁଣ୍ଟୁନା, ନଲ୍ଲନେଲ, ଗୁସ୍ମିରୀ |
| ବଙ୍ଗଳା | ବିଷ୍ଣୁକ୍ରାନ୍ତା, ଅପରାଜିତା |
| ହିନ୍ଦୀ | ବିଷ୍ଣୁକ୍ରାନ୍ତି, ତୋୟଳ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଏହା କଟୁକଷାୟ ଓ ତିକ୍ତରସ, କଣ୍ଠଶୋଧକ, ଶୀତବୀର୍ଯ୍ୟ, ମେଧାଜନକ, ସ୍ମରଣଶକ୍ତି ବର୍ଧକ, ଚକ୍ଷୁର ହିତକର, ଜ୍ୱର, କାଶ, ତ୍ରିଦୋଷ, ଶୂଳ, ଆମଦୋଷ, ବ୍ରଣ,ଶୋଥ, ବିଷଦୋଷ, କୁଷ୍ଠ ଓ ରକ୍ତବୃଷ୍ଟି ଆଦି ରୋଗର ବିନାଶକ ଅଟେ ।
ବ୍ୟବହାର
[ସମ୍ପାଦନା]
ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ଗଳଗଣ୍ଡ, ସର୍ପବିଷ, ଶୋଥ, କାନର କ୍ଷତ, ଅନ୍ଧାରକଣା, ଯୌବନକାଳୀନ ମୁଖବ୍ରଣ ଓ ପେଟରୋଗରେ କବିରାଜମାନେ ଏହାର ଉପଯୋଗ କରିଥାନ୍ତି । ଏହାର ଚେର ସର୍ପକୁ ଦୂରରେ ରଖେ ବୋଲି ମାନ୍ୟତା ରହିଛି । ଏହା ଦେବୀ ଦୁର୍ଗାଙ୍କର ପ୍ରିୟ ପୁଷ୍ପମାନଙ୍କ ମଧ୍ୟରୁ ଅନ୍ୟତମ ।

ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ