ଅନସୂୟା ମିଶ୍ର
ଅନସୂୟା ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପତ୍ରପୁର (ସୋରିଷଦା), କେନ୍ଦ୍ରାପଡ଼ା ଜିଲ୍ଲା | ୭ ଜୁନ ୧୯୬୨
ବୃତ୍ତି | ଶିକ୍ଷୟିତ୍ରୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମହାପୁରୁଷଙ୍କ ପିଲାଦିନ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୨ |
ଜୀବନସାଥୀ | ପ୍ରମୋଦ କୁମାର ମହାପାତ୍ର |
ଅନସୂୟା ମିଶ୍ର (ଜନ୍ମ ୭ ଜୁନ ୧୯୬୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ, ସାମ୍ବାଦିକ ଓ ସମ୍ପାଦକ । ସେ ୨୦୦୨ ମସିହାରେ ମହାପୁରୁଷଙ୍କ ପିଲାଦିନ ପୁସ୍ତକ ପାଇଁ ଶିଶୁ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଅନସୂୟା କେନ୍ଦ୍ରାପଡ଼ା ଜିଲ୍ଲାର ପତ୍ରପୁର (ସୋରିଷଦା) ଠାରେ ଜନ୍ମଗ୍ରହଣ କରିଥିଲେ । ବିଜ୍ଞାନ ଓ ଶିକ୍ଷାରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ଅନସୂୟା ୨୯ ବର୍ଷ ଧରି ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ । ବିଜ୍ଞାନଭିତ୍ତିକ ପ୍ରବନ୍ଧ, ଗଳ୍ପ ଓ କବିତା ଲେଖିକା ଭାବେ ଜଣାଶୁଣା ଅନସୂୟାଙ୍କ ବହୁ ଲେଖା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ସେ ପୁଣି ପ୍ରଥମ ବିଜ୍ଞାନ କ'ଣ, କାହିଁକି ଏନସାଇକ୍ଲୋପାଡ଼ିଆ ଜ୍ଞାନ ବିଜ୍ଞାନର ଯୁଗ୍ମ ଲେଖିକା । ଏହାର ୮ଟି ଭାଗ ପ୍ରକାଶିତ । ଆକାଶବାଣୀ କଟକ କେନ୍ଦ୍ରରେ ବଜ୍ଞାନ ଓ ଶିକ୍ଷା ସମ୍ପର୍କିତ ତାଙ୍କର ଅନେକ ବକ୍ତୃତା ପ୍ରଚାରିତ । ସେ ମାସିକ ବିଜ୍ଞାନ ପତ୍ରିକା ବିଜ୍ଞାନ ବାର୍ତ୍ତାର ସମ୍ପାଦନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ହୋଇ ରାଜ୍ୟର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ୨୦୧୦ରେ ଜାପାନ ଗସ୍ତ କରିଥିଲେ । ନିଜ କୃତି ଓ କୃତିତ୍ୱ ପାଇଁ ସେ ୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନରୁ ସମ୍ମାନୀତ ।[୨]
ରଚନାବଳୀ
[ସମ୍ପାଦନା]ଓଡ଼ିଆ
[ସମ୍ପାଦନା]- ଜଗନ୍ନାଥ ତ୍ରାହିମାଂ
- ଜୀବ ଜଗତର ବିସ୍ମୟ
- ଉଦ୍ଭିଦ ଜଗତର ବିସ୍ମୟ
- ମହାପୁରୁଷଙ୍କ ପିଲାଦିନ
- ଦେଶ ବିଦେଶରେ କୁନିମୁନି
- ଶୀଲା ଓ ଲୀଲା
- ବିଜ୍ଞାନର ଅଜଣା କଥା
- ଦେଶ ବିଦେଶ
- ଆମ ପରିବେଶ ଆମ ଜୀବନ
- ଅନସୂୟା ମିଶ୍ରଙ୍କ ଗଳ୍ପ
- ପଚାଶଟି ବିଜ୍ଞାନ କବିତା
- ବିଜ୍ଞାନ ବିସ୍ମୟ
ଇଂରାଜୀ
[ସମ୍ପାଦନା]- Moral Tales
- Famous Indian Scientists
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ସାହସିକତା ପାଇଁ ନୀଳଶୈଳ ପୁରସ୍କାର
- ଶ୍ରେଷ୍ଠ ଶିଶୁ ଲେଖିକା ଭାବେ କଣ୍ଢେଇ ପୁରସ୍କାର ୧୯୯୪[୩]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୨ ମହାପୁରୁଷଙ୍କ ପିଲାଦିନ ପାଇଁ
- ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର, ୨୦୦୧[୪]
- ପ୍ରକୃତି ବନ୍ଧୁ ସମ୍ମାନ
- ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ୨୦୦୩ରେ ରାଜ୍ୟପାଳ ପୁରସ୍କାର
- ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award9.php
- ↑ ମହାପାତ୍ର, ଗୋକୁଳାନନ୍ଦ (୧୯୯୭). ଓଡ଼ିଶାର ବିଜ୍ଞାନ ଲେଖକ. କଟକ: ବିଜ୍ଞାନ ପ୍ରଚାର ସମିତି. pp. ୧୬୩.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୧-୩୨. ISBN 81-903352-1-9.
- ↑ https://odishabigyanacademy.in/pranakrushna-parija-popular-science-award/
ଛାଞ୍ଚ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ ବିଭାଗରେ)