ଅନନ୍ତ ଦାସ (ରାଜନେତା)

ଉଇକିପିଡ଼ିଆ‌ରୁ
ଅନନ୍ତ ଦାସ
ବିଧାୟକ: ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ଏବେଯାଏଁ
ପୂର୍ବ ଅଧିକାରୀକମଳା ଦାସ
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-08-28) ୨୮ ଅଗଷ୍ଟ ୧୯୪୦ (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବାସନ୍ତି ଦାସ
ସନ୍ତାନ୩ ପୁଅ, ୧ ଝିଅ
ବାପା/ବୋଉକାର୍ତ୍ତିକ ଚନ୍ଦ୍ର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଅନନ୍ତ ଦାସ (ଜନ୍ମ: ୨୮ ଅଗଷ୍ଟ ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ରାଜନୀତିରେ ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଅନନ୍ତ ଦାସ ୧୯୪୦ ମସିହାର ଅଗଷ୍ଟ ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କାର୍ତ୍ତିକ ଚନ୍ଦ୍ର ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର । ଅନନ୍ତଙ୍କ ପତ୍ନୀଙ୍କ ନାମ ବାସନ୍ତି ଦାସ ।[୧] ତାଙ୍କର ୩ ପୁଅ ଓ ଜଣେ ଝିଅଙ୍କ ସମେତ ସମୁଦାୟ ସନ୍ତାନ ସଂଖ୍ୟା ୪ ।

ରାଜନୈତିକ ଜୀବନ[ସମ୍ପାଦନା]

ଅନନ୍ତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୮,୫୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧,୬୮୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସମୁଦାୟ ୭୩,୪୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧୭,୬୫୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସମୁଦାୟ ୭୬,୭୬୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସଦାଶିବ ଦାସଙ୍କୁ ୧୯,୫୧୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଭୋଗରାଇ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଭୋଗରାଇ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଭୋଗରାଇ ବିଜୁ ଜନତା ଦଳ
୨୦୧୯ -- ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଭୋଗରାଇ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Ananta Das". odishaassembly.nic.in. Odisha Assembly. Retrieved 28 June 2019.
  2. ୨.୦ ୨.୧ "Orissa 2004". Election Commission of India (in Indian English). Retrieved 2019-06-27.
  3. ୩.୦ ୩.୧ "Orissa 2009". Election Commission of India (in Indian English). Retrieved 2019-06-27.
  4. ୪.୦ ୪.୧ "Orissa 2014". Election Commission of India (in Indian English). Retrieved 2019-06-27.