ଅଟୋଇମ୍ମ୍ୟୁନ ଡିଜିଜ
ଅଟୋଇମ୍ମ୍ୟୁନ ଡିଜିଜ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Rheumatology, gastroenterology, other |
ଆଇସିଡ଼ି-୧୦ | D84.9, M35.9 |
ଆଇସିଡ଼ି-୯-ସିଏମ୍ | 279.4 |
ଓଏମ୍ଆଇଏମ୍ | 109100 |
ରୋଗ ଡାଟାବେସ | 28805 |
ମେଡ଼ିସିନ-ପ୍ଲସ | 000816 |
MeSH | D001327 |
ଅଟୋଇମ୍ମ୍ୟୁନ ଡିଜିଜ (ଇଂରାଜୀ ଭାଷାରେ autoimmune disease) ଏକ ଏ ଭଳି ରୋଗ ଯେଉଁଥିରେ ନିଜ ଶରୀରର ଅଂଶ ବିରୁଦ୍ଧରେ ଅସାଧାରଣ ଇମ୍ମ୍ୟୁନ ପ୍ରତିକ୍ରିୟା (immune response) ସୃଷ୍ଟି ହୁଏ ।[୧] ଅଧୁନା ପ୍ରାୟ ୮୦ ପ୍ରକାର ଅଟୋଇମ୍ମ୍ୟୁନ ଡିଜିଜ ଚିହ୍ନଟ ହୋଇସାରିଲାଣି ।[୧] ଶରୀରର ଯେ କୋଣସି ଅଂଶ ପ୍ରଭାବିତ ହୋଇପାରିବ ।[୨] ଲକ୍ଷଣ: ଅଳ୍ପ ମାତ୍ରାର ଜ୍ୱର ଓ ଥକ୍କା (feeling tired) ଅନୁଭବ ହୁଏ । ଏହି ଲକ୍ଷଣମାନ ଆସେ ଓ ଚାଲିଯାଏ ।[୧]
ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ଲୁପସ ଭଳି କେତେକ ରୋଗ ପରିବାରରେ ଚାଲୁରହେ ଓ ଅନ୍ୟ କେତେକ କୌଣସି ଅବସ୍ଥା ଯେପରିକି ସଂକ୍ରମଣ ବା ପରିବେଶ କାରକ ଯୋଗୁ ଟ୍ରିଗର ହୁଏ । କେତେକ ସାଧାରଣ ଅଟୋଇମ୍ମ୍ୟୁ ରୋଗମାନଙ୍କର ନାମ: ସିଲିଆକ୍ ଡିଜିଜ୍, ମଧୁମେହ ଟାଇପ ୧, ଗ୍ରେଭସ ରୋଗ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ମଲ୍ଟିପ୍ଲ ସ୍କ୍ଲେରୋସିସ, ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସ ଓ ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୋଇପାରେ ।[୧]
ରୋଗର ଶ୍ରେଣୀ ଓ ସାଂଘାତିକତା ଉପରେ ଚିକିତ୍ସା ନିର୍ଭର କରେ । ନନସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗସ (Nonsteroidal anti-inflammatory drugs) (NSAIDs) ଓ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଔଷଧ ଅଧିକାଂଶ ସମୟରେ ବ୍ୟବହୃତ ହୁଏ ।[୧] ବେଳେବେଳେ ଶିରାଭ୍ୟନ୍ତର ଇମ୍ମୁନୋଗ୍ଲୋବ୍ୟୁଲିନ (Intravenous Immunoglobulin ଦିଆଯାଇପାରେ ।[୩] ଏହି ଚିକିତ୍ସାରେ ଲକ୍ଷଣ କମିଯାଏ କିନ୍ତୁ ଆରୋଗ୍ୟ ହୁଏନାହିଁ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ୨୪ ନିୟୁତ (୭%) ଲୋକ ଅଟୋଇମ୍ମ୍ୟୁନ ରୋଗଦ୍ୱାରା ପୀଡ଼ିତ ଅଛନ୍ତି ।[୧][୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଯୁବାବସ୍ଥାରେ ଏହି ରୋଗ ଆରମ୍ଭ ହୁଏ ।[୧] ସନ ୧୯୯୦ର ପ୍ରାରମ୍ଭରେ ପ୍ରଥମ ଅଟୋଇମ୍ମ୍ୟୁନ ରୋଗ ବିଷୟରେ ବର୍ଣ୍ଣନା କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Autoimmune diseases fact sheet". OWH. 16 July 2012. Archived from the original on 5 October 2016. Retrieved 5 October 2016.
- ↑ ୨.୦ ୨.୧ ୨.୨ Borgelt, Laura Marie (2010). Women's Health Across the Lifespan: A Pharmacotherapeutic Approach (in ଇଂରାଜୀ). ASHP. p. 579. ISBN 9781585281947.
- ↑ Katz, U; Shoenfeld, Y; Zandman-Goddard, G (2011). "Update on intravenous immunoglobulins (IVIg) mechanisms of action and off- label use in autoimmune diseases". Current pharmaceutical design. 17 (29): 3166–75. PMID 21864262.
- ↑ Paniker, Ananthanarayan And (169). Ananthanarayan and Paniker's Textbook of Microbiology (in ଇଂରାଜୀ). 2005: Orient Blackswan. ISBN 9788125028086.
{{cite book}}
: CS1 maint: location (link)