Jump to content

ଅଞ୍ଜଳି ଭଗବତ୍

ଉଇକିପିଡ଼ିଆ‌ରୁ
ଅଞ୍ଜଳି ଭଗବତ୍
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମଅଞ୍ଜଳି ରାମାକାନ୍ତ ବେଦପାଠକ
ଜାତୀୟତାଭାରତ
ଜନ୍ମ(1969-12-05)୫ ଡିସେମ୍ବର ୧୯୬୯
ମୁମ୍ବାଇ, ମହାରାଷ୍ଟ୍ର
ଘରପୁନେ, ମହାରାଷ୍ଟ୍ର
ଉଚ୍ଚତା୫´୪ ଫୁଟ (୧୬୩ ସେମି)
Sport
କ୍ରୀଡ଼ାରାଇଫଲ୍ ସୁଟିଂ
Turned pro୧୯୮୮
Medal record
Competitor for the  ଭାରତ
International Career Statistics
Gold31
Silver23
Bronze7
Commonwealth Games
GoldAuckland (1999)Air Rifle(Individual)
GoldAuckland (1999)Air Rifle Team
GoldAuckland (1999)3P(Individual)
GoldEngland (2001)Air Rifle(Individual)
GoldEngland (2001)Air Rifle Team
GoldEngland (2001)3P(Individual)
GoldEngland (2001)3P Team
GoldEngland (2002)Air Rifle(Individual)
GoldEngland (2002)Air Rifle Team
GoldEngland (2002)3P(Individual)
GoldEngland (2002)3P Team
GoldMelbourne (2005)Air Rifle Team
GoldMelbourne (2005)3P(Individual)
SilverAuckland (1999)3P Team
SilverEngland (2001)Air Rifle Team
SilverMelbourne (2005)Air Rifle(Individual)
SilverMelbourne (2006)3P Team

ଅଞ୍ଜଳି ଭଗବତ୍ (ଜନ୍ମ ୫ ଡିସେମ୍ବର ୧୯୬୯) ଜଣେ ପେଶାଗତ ଭାରତୀୟ ବନ୍ଧୁକ ଚଳାଳି । ସେ ୨୦୦୨ ମସିହାରେ ୧୦ ମିଟର ଏୟାର୍ ରାଇଫଲ୍‌ରେ ବିଶ୍ୱରେ ୧ ନମ୍ବର ସ୍ଥାନରେ ଥିଲେ । ସେ ମଧ୍ୟ ୨୦୦୩ରେ ୩୯୯/୪୦୦ ସ୍କୋର କରି ମିଲାନଠାରେ ଆୟୋଜିତ ବିଶ୍ୱ କପ୍ ଫାଇନାଲ୍ ପ୍ରଥମ ଥର ପାଇଁ ଜିତିଥିଲେ ।

ଅଞ୍ଜଳି ୨୦୦୨ରେ ମୁନିଚଠାରେ ଆୟୋଜିତ ଏୟାର୍ ରାଇଫଲ୍ ବିଭାଗରେ ମହିଳା ଓ ପୁରୁଷ ମିଶ୍ରିତ ବିଭାଗରେ ଆଇଏସ୍ଏସ୍ଏଫ୍ ଚାମ୍ପିଆନ୍ ପୁରସ୍କାର ଏକମାତ୍ର ଭାରତୀୟ ଭାବେ ଜିତିଥିଲେ । ସେ ଭାରତକୁ ୩ଟି କ୍ରମାଗତ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ ଓ ୨୦୦୦ ସିଡ଼୍‌ନୀ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ବନ୍ଧୁକ ଚାଳନାକାରୀ ଫାଇନାଲିଷ୍ଟ ଥିଲେ । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୨ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ଜିତିଥିଲେ । ସେ ୧୦ ମିଟର ଏୟାର ରାଇଫଲ୍‌ ଓ ସ୍ପୋର୍ଟ୍‌ସ ରାଇଫଲ୍ ୩ପିରେ ରାଜ୍ୟଗୋଷ୍ଠୀ ରେକର୍ଡଧାରୀ ଅଟନ୍ତି । ୨୦୦୩ ଆଫ୍ରୋ-ଏସିଆନ୍ କ୍ରୀଡାରେ ଭଗବତ୍ ପ୍ରଥମ ଭାରତୀୟ ମହିଳା ଭାବେ ୩ପି ଓ ଏୟାର୍ ରାଇଫଲ୍ ବିଭାଗରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଥିଲେ ।

ଏ ପର୍ଯ୍ୟନ୍ତ ସେ ୩୧ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୭ଟି କାଂସ୍ୟ ପାଇଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ୧୩ଟି ନୂଆ ରେକର୍ଡ କରିବା ସ‌ହ ଭାରତରେ ଜାତୀୟ ସ୍ତରରେ ୫୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୧୬ଟି କାଂସ୍ୟ ଜିତିବା ସ‌ହ ୮ଟି ରେକର୍ଡ କରିଛନ୍ତି ।

ଆଦ୍ୟ ଜୀବନ

[ସମ୍ପାଦନା]

ଅଞ୍ଜଳି ରମାକାନ୍ତ ବେଦପାଠକ ୫ ଡିସେମ୍ବର ୧୯୬୯ରେ ଜନ୍ମ ହୋଇଥିଲେ ।[] ସେ ମୁମ୍ବାଇର କ କୋଙ୍କଣୀ ପରିବାରର । ପ୍ରଖ୍ୟାତ ଆଥ୍‌ଲେଟ୍ କାର୍ଲ୍ ଲୁଇସ୍ଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଖେଳରେ ମନ ଦେଇଥିଲେ । ସେ ଜାତୟ ସମର ଶିକ୍ଷାର୍ଥୀ ବାହିନୀରେ ତାଲିମ ନେଉଥିବା ବେଳେ ପ୍ରଥମ ଥର କରି ବନ୍ଧୁକ ସଂସ୍ପର୍ଶରେ ଆସିଥିଲେ । ସେତେବେଳେ ସେ ଜୁଡୋ ଓ ପାହଡ ଚଢାଲିର ପ୍ରଶିକ୍ଷାର୍ଥୀ ଥିଲେ । ଏହାପରେ ସେ ମୁମ୍ବାଇର କିର୍ତ୍ତୀ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ସେ ସେଠାରେ ଏମ୍ଆରେ (ମହାରାଷ୍ଟ୍ର ରାଇଫଲ୍ ଆସୋସିଏସନ୍‌)ର ଅଂଶବିଶେଷ ହୋଇଥିଲେ । ସେ ୨୧ ବର୍ଷ ବୟସରେ ବନ୍ଧୁକ ଧରବାର ୭ ଦିନ ମଧ୍ୟରେ ବନ୍ଧୁକ ଚାଳନା ଆରମ୍ଭ କରିଥିଲେ । ୧୯୮୮ରେ ସେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ମହାରାଷ୍ଟ୍ର ପାଇଁ ରୌପ୍ୟ ପଦକ ଜିତିଥିଲେ ।


ବାହ୍ୟ ଆଧାର

[ସମ୍ପାଦନା]
  1. "Anjali Ramakanta Vedpathak-Bhagwat". Sports-Reference.com. Sports Reference LLC. Retrieved 6 August 2014.