Jump to content

ଦୀପା କର୍ମକାର

ଉଇକିପିଡ଼ିଆ‌ରୁ
(Dipa Karmakarରୁ ଲେଉଟି ଆସିଛି)
ଦୀପା କର୍ମକାର
ବ୍ୟକ୍ତିଗତ ତଥ୍ୟ
ପୂରା ନାମଦୀପା କର୍ମକାର
ଡାକନାମଗୋଲ୍ଡେନ ଗାର୍ଲ
ଜନ୍ମ (1993-08-09) ୯ ଅଗଷ୍ଟ ୧୯୯୩ (ବୟସ ୩୧)
ଅଗରତାଲ, ତ୍ରିପୁରା, ଭାରତ
ଉଚ୍ଚତା4 ft 11 in
Sport
ଦେଶ India
Medal record
Competitor for  ଭାରତ
ରାଷ୍ଟ୍ର ମଣ୍ଡଳ ଖେଳ
Bronze 2014 ଗ୍ଲାସ୍ଗୋ ବୋଲ୍ଟ
ଏସିଆନ ଜିମ୍ନାଷ୍ଟିକ ଚମ୍ପିୟାନ ସିପ
Bronze 2015 ହିରୋସୀମା ବୋଲ୍ଟ

ଦୀପା କର୍ମକାର (ଜନ୍ମ: ୯ ଅଗଷ୍ଟ ୧୯୯୩) ଜଣେ ଭାରତୀୟ କଳାତ୍ମକ ଜିମ୍ନାଷ୍ଟିକ । ସେ ୨୦୧୬ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଅଲମ୍ପିକରେ ଭାଗନେଇଥିବା ସେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଏବଂ ୫୨ ବର୍ଷ ପରେ ଅଲିମ୍ପିକରେ ଅଂଶଗ୍ରହଣ କରିଥିବା ଦ୍ୱିତୀୟ ଭାରତୀୟ ଜିମ୍ନାଷ୍ଟ ଅଟନ୍ତି । [][]

ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର

[ସମ୍ପାଦନା]

କର୍ମକାର ଭାରତର ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲାର ଅଧିବାସୀ । ସେ ୬ ବର୍ଷ ବୟସରୁ ଜିମ୍ନାଷ୍ଟିକ୍ସ ଆରମ୍ଭ କରିଥିଲେ ଏବଂ ସେହି ସମୟରେ ନିଜ କୋଚ ବିଶ୍ୱେଶ୍ୱର ନନ୍ଦିଙ୍କ ନିର୍ଦ୍ଦେଶନାରେ ଅଭ୍ୟାସ କରୁଥିଲେ । ଜିମ୍ନାଷ୍ଟିକ୍ସ କକ୍ଷରେ ପଞ୍ଜିକରଣ ସମୟରେ ଦୀପା ଫ୍ଲାଟ ଫିଟ (Flat feet) ସମସ୍ୟାରେ ଗ୍ରସ୍ତ ଥିଲେ । କୋଚ ନନ୍ଦିଙ୍କ ଅନୁସାରେ ଫ୍ଲାଟ ଫିଟ କାରଣରୁ ଦୀପାଙ୍କର ଡେଇଁବାରେ ସମସ୍ୟା ଆସୁଥିଲା । ଏହାକୁ ଠିକ କରିବା ଉଭୟଙ୍କ ପ୍ରତି ଏକ ଲକ୍ଷପୂର୍ଣ୍ଣ କାରଣ ଥିଲା । ୨୦୦୭ ମସିହାରେ ଜଲପାଇଗୁଡ଼ିରେ ସେ ଜୁନିଅର ନ୍ୟାସନାଲ ଜିତିଥିଲେ । ୨୦୦୭ ମସିହାରୁ ଦୀପା ରାଜ୍ୟ, ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଥିବା ୭୭ଟି ପଦକ ମଧ୍ୟରୁ ୬୭ଟି ସ୍ୱର୍ଣ୍ଣ ପଦକ ରହିଛି ।[]

୨୦୧୬ ଅଲମ୍ପିକ

[ସମ୍ପାଦନା]

ଦୀପା ୨୦୧୬ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କୌଣସି ଅଲମ୍ପିକରେ ଭାଗନେଇଥିବା ସେ ପ୍ରଥମ ମହିଳା ଜିମ୍ନାଷ୍ଟିକ୍ସ ଅଟନ୍ତି । [][]

ଏହି ଅଲମ୍ପିକରେ ସେ ଫାଇନାଲରେ ପହଞ୍ଚିଥିଲେ ଓ ଫାଇନାଲରେ ଏକ ସାଧାରଣ ଅନ୍ତର(0.୧୫୦)ରେ ରୌପ୍ୟ ପଦକ ପାଇବାରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଲେ । ଏକ କଠିନ ପ୍ରତିଯୋଗିତା ବିବେଚନା କରାଯାଉଥିବା ପ୍ରଦୁନୋବା ବୋଲ୍ଟରେ ସେ ଯେଉଁଭଳି ସଫଳ ପ୍ରଦର୍ଶନ କରିଥିଲେ, ସେପରି ଆଜି ପର୍ଯ୍ୟନ୍ତ ବିଶ୍ୱର ଗଣତିରେ ୫ଟି ଜିମ୍ନାଷ୍ଟିକ୍ସ ହିଁ ସଫଳତା ପୂର୍ବକ ପୁରା କରିପାରିଛନ୍ତି । ଯଦିଓ ସେ କୌଣସି ପଦକ ଜିତି ନାହାନ୍ତୁ କିନ୍ତୁ ଏହି ଉପଲବ୍ଧି ତାଙ୍କୁ ସମଗ୍ର ଭାରତରେ ପ୍ରସିଦ୍ଧ କରିଦେଲା ।[] ସଚିନ ତେନ୍ଦୁଲକର ତାଙ୍କ ବିଷୟରେ କହିଥିଲେ ଯେ - "ଜିତିବା ଏବଂ ହାରିବା ଖେଳର ଅଂଶ ଅଟେ । ନିଜ ଲକ୍ଷ ଲୋକଙ୍କ ହୃଦୟକୁ ଜିତ ଏବଂ ପୁରା ଦେଶକୁ ନିଜ ଉପଲବ୍ଧିରେ ଗର୍ବ ଅନୁଭବ କରାଅ ।"[] ବିଜିଂ ଅଲମ୍ପିକରେ ଜିତିଥିବା ଭାରତୀୟ ସୁଟର ଅଭିନବ ବିନ୍ଦ୍ରା କହିଥିଲେ ଯେ - "ଦୀପା କର୍ମକାର ଆପଣ ମୋ ହିରୋ ଅଟନ୍ତି ।" []

୨୦୨୪ ମସିହା ଅକ୍ଟୋବର ୯ ତାରିଖରେ ସେ ଜିମ୍ନାଷ୍ଟିକ ଖେଳରୁ ନିଜର ଅବସର ଘୋଷଣା କରିଥିଲେ ।[]

  1. ୧.୦ ୧.୧ "Dipa Karmakar becomes 1st Indian woman gymnast to qualify for Rio Olympics". दि इकॉनोमिक टाइम्स. प्रेस ट्रस्ट ऑफ़ इंडिया. 19 April 2016. Retrieved 11 अगस्त 2016. {{cite news}}: Check date values in: |accessdate= (help)
  2. ୨.୦ ୨.୧ Naik, Shivani (18 Apr 2016). "Dipa Karmakar becomes first Indian woman gymnast to qualify for Olympics". The times of india. Retrieved 11 अगस्त 2016. {{cite web}}: Check date values in: |accessdate= (help)
  3. "Tripura's Dipa Karmakar says she is aiming for an Olympic Medal". BDNews24. 6 November 2015. Archived from the original on 8 August 2018. Retrieved 12 अगस्त 2016. {{cite web}}: Check date values in: |accessdate= (help)
  4. ୪.୦ ୪.୧ ୪.୨ "दीपा कर्मकार का फैन हुआ क्रिकेट जगत, सहवाग बोले - धोनी हेलीकॉप्टर, तुम जम्बोजेट". Archived from the original on 2016-08-18. Retrieved 18 अगस्त 2016. {{cite web}}: Check date values in: |accessdate= (help)
  5. Muduli, Satarupa (7 October 2024). "ଜିମ୍ନାଷ୍ଟିକ୍‌କୁ ବାଏ ବାଏ କହିଲେ ଦୀପା କର୍ମକାର". Dharitri Odia News. Retrieved 8 October 2024.