ଦି ଇକୋନୋମିକ୍ ଟାଇମସ୍

ଉଇକିପିଡ଼ିଆ‌ରୁ


ଦି ଇକୋନୋମିକ୍ ଟାଇମସ୍
ପ୍ରକାରଦୈନିକ
FormatBroadsheet
ମାଲିକବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍
ପ୍ରକାଶକଦି ଟାଇମସ୍ ଗ୍ରୁପ୍
ପ୍ରତିଷ୍ଠିତ୧୯୬୧
ଭାଷାଇଂରାଜୀ
ମୁଖ୍ୟାଳୟଟାଇମସ୍ ହାଉସ
ଡି ଏନ୍ ରୋଡ୍, ମୁମ୍ବାଇ, ମହାରାଷ୍ଟ୍ର – ୪୦୦୦୦୧, ଭାରତ
Circulation୪୦୫୯୪୦ ଦୈନିକ[୧] (as of ଡିସେମ୍ବର ୨୦୧୩)
Sister newspapersନବଭାରତ ଟାଇମସ୍
ମହାରାଷ୍ଟ୍ର ଟାଇମସ୍
ଏଇ ସମୟ
ଓ. ସି. ଏଲ. ସି. ନମ୍ବର୬୧୩୧୧୬୮୦
ୱେବସାଇଟeconomictimes.indiatimes.com

ବର୍ଣ୍ଣନା[ସମ୍ପାଦନା]

ଇକୋନୋମିକ୍ ଟାଇମସ୍ ଇଂରାଜୀ ଭାଷାର ଏକ ଭାରତୀୟ ଦୈନିକ ଖବରକାଗଜ, ଯାହା ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ଦ୍ୱାରା ପ୍ରକାଶିତ ହୁଏ ।ଏହାର ପ୍ରଥମ ସଂସ୍କରଣ ୧୯୬୧ ମସିହାରେ ହୋଇଥିଲା । ଏହା ବିଶ୍ୱରେ ଇଂରାଜୀ ଭାଷାର ସର୍ବବୃହତ ପଠନକାରୀ ବ୍ୟବସାୟିକ ଖବରକାଗଜ ଏବଂ ଏହି ବିଭାଗରେ ପ୍ରଥମ ସ୍ଥାନରେ ରହିଛି ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍[୨]।ଇଟି ଏକସମୟରେ ୧୨ଟି ସହର ଯଥା ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ଲକ୍ଷ୍ନୌ, ହାଇଦ୍ରାବାଦ, ଜୟପୁର, ଅହମଦାବାଦ, ନାଗପୁର, ଚଣ୍ଡିଗଡ଼ପୁନେରୁ ପ୍ରକାଶ ପାଏ । ଇଟିର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଥିବା 'ଦି ଟାଇମସ୍ ଅଫ୍ ଇଣ୍ଡିଆ'ର କାର୍ଯ୍ୟାଳୟରେ ଅବସ୍ଥିତ । ଏହାର ମୁଖ୍ୟ ଖବର ଭାରତୀୟ ଅର୍ଥନୀତି, ଆନ୍ତର୍ଜାତୀୟ ଅର୍ଥ, 'ସେୟାର ମୂଲ୍ୟ' ଏବଂ ଅର୍ଥ ସହ ଜଡ଼ିତ ଅନ୍ୟାନ୍ୟ ଖବର ଉପରେ ପର୍ଯ୍ୟବସିତ । ୧୯୬୧ ମସିହାରେ ଉଦଘାଟନ ସମୟରେ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ପି. ଏସ୍. ହରିହରନ୍ । ବର୍ତ୍ତମାନ 'ଦି ଇକୋନୋମିକ୍ ଟାଇମସ୍' ଓ 'ଇଟି ନାଓ'ର ସମ୍ପାଦକୀୟ ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଯୋଶୀ । ଲଣ୍ଡନରେ ଥିବା 'ଫାଇନାନସିଆଲ୍ ଟାଇମସ୍' ଭଳି 'ଦି ଇକୋନୋମିକ୍ ଟାଇମସ୍', ସାଲମନ୍ ଗୋଲାପୀ କାଗଜ ଉପରେ ଛପାଯାଏ । ଏହା ଭାରତର ସମସ୍ତ ମୁଖ୍ୟ ସହରରେ ବିକ୍ରୟ କରାଯାଏ ।ଜୁନ ୨୦୦୯ଠାରୁ ଏହା ଦୂରଦର୍ଶନରେ 'ଇଟି ନାଓ' [୩][୪]ନାମକ ଏକ ଚ୍ୟାନେଲ ନାମରେ ପ୍ରସାରଣ କରାଯାଉଛି ।

ସମ୍ପାଦକ[ସମ୍ପାଦନା]

  • ୧୯୬୧-୬୪ : ପି. ଏସ୍ ହରିହରନ୍
  • ୧୯୬୪-୭୯ : ଡି. କେ ରଙ୍ଗନେକାର୍
  • ୧୯୮୦-୮୫ : ହନାନ୍ ଏଜେକିଏଲ୍
  • ୧୯୮୫-୯୦ : ମନୁ ଶ୍ରଫ୍
  • ୧୯୯୦(ଆରମ୍ଭ)-୧୯୯୦(ମଧ୍ୟ) : ଟି. ଏନ୍ ନିନାନ୍, ସ୍ୱାମୀନାଥନ୍ ଆଙ୍କଲେସାରିଆ ଆୟାର୍
  • ୧୯୯୦(ଶେଷ)-୨୦୦୪ : ଜୟଦୀପ ବୋଷ୍
  • ୨୦୦୪-୧୦ : ରାର୍ଜିଶୀ ସିଙ୍ଘଲ ଓ ରାହୁଲ ଯୋଶୀ
  • ୨୦୧୦- ବର୍ତ୍ତମାନ : ରାହୁଲ ଯୋଶୀ


ଅନ୍ୟାନ୍ୟ ପତ୍ରିକା[ସମ୍ପାଦନା]

  • ବ୍ରାଣ୍ଡ୍ ଇକ୍ୟୁଟି : ଏକ ସାପ୍ତାହିକ ରଙ୍ଗୀନ କ୍ରୋଡ଼ ପତ୍ରିକା ଯାହା ପ୍ରତ୍ୟେକ ବୁଧବାର ପ୍ରକାଶିତ ହୁଏ । ଏହା କିଣାବିକା, ବିଜ୍ଞାପନ, ମିଡିଆ ଏବଂ ବଜାର ଅନୁଧ୍ୟାନ ଉପରେ ଆଧାରିତ ।

| image = ସମ୍ପାଦନା - ରବି ବାଳକ୍ରିଷ୍ନନ୍ ଓ ବିନୋଦ ମହାନ୍ତ

  • କରପୋରେଟ୍ ଡ଼ସିଅର୍ : ଏକ ସାପ୍ତାହିକୀ ଯାହା ପ୍ରତ୍ୟେକ ଶୁକ୍ରବାର 'ଦି ଇକୋନୋମିକ୍ ଟାଇମସ୍' ସହ ପ୍ରକାଶ ପାଏ ଓ ଏହା 'କରପୋରେଟ୍ ଇଣ୍ଡିଆ'ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସି ଇ ଓ) ଉପରେ ପର୍ଯ୍ୟବସିତ । ତାହା ସହ ଏହା ସଞ୍ଚାଳନା ଓ କୌଶଳ ଉପରେ ମଧ୍ୟ ଧ୍ୟାନ ରଖେ ।

ସମ୍ପାଦନା - ବିନୋଦ ମହାନ୍ତ

  • ଇଟି ଟ୍ରାଭେଲ୍ : ଏହି ରଙ୍ଗୀନ ସାପ୍ତାହିକୀ ଭ୍ରମଣ ଓ ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରେ । ଯେଉଁମାନେ ନିଜ ଦେଶ ତଥା ବିଦେଶ ସମ୍ପର୍କରେ ଜାଣିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଉପାଦେୟ ।
  • ଜିଗ୍ ହ୍ୱିଲସ୍ : ଏକ ରଙ୍ଗୀନ ସାପ୍ତାହିକୀ ଯାହା ଯାନବାହନ ଶିଳ୍ପର ସମସ୍ତ ତଥ୍ୟ ଜଣାଏ ।
  • ଇଟି ରିଅଲିଟି : ଭୂସମ୍ପତି ଉପରେ ଆଧାରିତ ଏକ ପତ୍ରିକା ।
  • ଇଟି ଓ୍ବେଲଥ୍ : ଏହା ବ୍ୟକ୍ତିଗତ ଅର୍ଥ ଉପରେ ଆଧାରିତ ସାପ୍ତାହିକୀ ।

ସ୍ୱତନ୍ତ୍ର ସଂସ୍କରଣ[ସମ୍ପାଦନା]

'ଦି ଇକୋନୋମିକ୍ ଟାଇମସ୍' ପତ୍ରିକା ପ୍ରତ୍ୟେକ ରବିବାର ପ୍ରକାଶିତ ହୁଏ । ସମ୍ପୂର୍ଣ୍ଣ ସପ୍ତାହରେ ପ୍ରକାଶ ପାଇନଥିବା ଛୋଟମୋଟ ଖବର ସବୁ ଏଥିରେ ପ୍ରକାଶ ପାଏ । ଏହି ସାପ୍ତାହିକୀରେ ପ୍ରକାଶ ପାଉଥିବା ବିଭିନ୍ନ ସ୍ତମ୍ଭଗୁଡିକ ହେଲା - 'ହ୍ୱାଟସ୍ ନ୍ୟୁଜ୍', 'ନ୍ୟୁଜ୍ ଇନ୍ ନମ୍ବରସ୍', 'ବିହାଇଣ୍ଡ୍ ଦି ନ୍ୟୁଜ୍', 'ସ୍ପଟ୍ ଲାଇଟ୍', 'କଭର୍ ଷ୍ଟୋରି', 'ଏକ୍ସପର୍ଟ ଭ୍ୟୁ', 'ଇକୋନୋମି', 'କଣ୍ଟ୍ରେସ୍ପ୍ରେଡ୍', 'ଟ୍ରାଭେଲ୍ ଗାଇଡ୍', 'ଫୁଡ୍ ଏଣ୍ଡ ଡ୍ରିଙ୍କ', 'ରେକମେଣ୍ଡେଡ୍' ଓ 'ଫିଲ୍ ସ୍ମାର୍ଟ' । 'ଫିଲ୍ ସ୍ମାର୍ଟ'ରେ ଏକ 'କକଟେଲ୍ କନଭରସେସନ୍' ଥାଏ, ଯାହା ବିଭିନ୍ନ ପଦ, ପଦ୍ଧତି, ବ୍ୟକ୍ତି ଓ ଭୌତିକ ସତ୍ତାହୀନ ମତ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ । ଏଥିରେ 'ବିହାଇଣ୍ଡ୍ ଦି ଲାଇନସ୍' ମଧ୍ୟ ଥାଏ, ଯାହା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ବର୍ଣ୍ଣନା କରେ ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଛାଞ୍ଚ:ପୋର୍ଟାଲ୍

ଆଧାର[ସମ୍ପାଦନା]

  1. "Details of language wise most circulated dailies for the audit period July-December 2013". Audit Bureau of Circulations. Retrieved 2014-11-10.
  2. The New Yorker, 8 Oct 2012, 'Citizens Jain' - Ken Auletta Timesp.52
  3. "News Room Headlines - Times Group's biz channel is ET Now". Indiantelevision.com. 19 January 2009. Retrieved 16 July 2010.
  4. Sruthijith KK @sruthijith (17 June 2009). "A New Channel Is Born: ET Now Goes On Air With 'The Economic Times Advantage'". contentSutra. Archived from the original on 11 June 2013. Retrieved 16 July 2010.