ଅନନ୍ତ ପ୍ରସାଦ ପଣ୍ଡା

ଉଇକିପିଡ଼ିଆ‌ରୁ
ଅନନ୍ତ ପ୍ରସାଦ ପଣ୍ଡା
Born
ଅନନ୍ତ ପ୍ରସାଦ ପଣ୍ଡା

(1906-07-18)୧୮ ଜୁଲାଇ ୧୯୦୬
Died୧୫ ଡିସେମ୍ବର ୧୯୮୯(1989-12-15) (ବୟସ ୮୩)
Nationalityଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ
Known forଗାଳ୍ପିକ

ଅନନ୍ତ ପ୍ରସାଦ ପଣ୍ଡା (୧୮ ଜୁଲାଇ ୧୯୦୬ - ୧୫ ଡିସେମ୍ବର ୧୯୮୯)[୧] ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୨] ଗଳ୍ପ ଲେଖି ଅଧିକ ଆନନ୍ଦ ପାଇଥିବା କଥା ସେ ନିଜେ ସ୍ୱୀକାର କରିଥିଲେ ମଧ୍ୟ, ସାହିତ୍ୟର ବିଭିନ୍ନ ବିଭାଗ ଯଥା, ଉପନ୍ୟାସ, ନାଟକ, ପ୍ରବନ୍ଧ ତଥା କବିତାରେ ତାଙ୍କର ପ୍ରବେଶ ରହିଥିଲା ।[୩]

ଜୀବନୀ[ସମ୍ପାଦନା]

ଅନନ୍ତ ପ୍ରସାଦ ୧୯୦୬ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୪] ବାଲ୍ୟକାଳ ସୋର ବାହାନାଗା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ କଟିଥିଲା । ପିଲାଦିନେ ମୋଟା ଥିବାରୁ, ତାଙ୍କ ଅବଧାନ କହୁଥିଲେ ସାକ୍ଷାତ ଗଣେଶ । ପାଣିରେ ପଶି କଇଁ ଫୁଲ ତୋଳିବା ତାଙ୍କର ସଉକ ଥିଲା । ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ୨୦ବର୍ଷ ବୟସରେ ସବ୍-ଡେପୁଟି କଲେକ୍ଟର ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ଜୀବନ ବାଲେଶ୍ୱର, କଟକ, ଭଦ୍ରକ, ପୁରୀ, ବରଗଡ଼, କେନ୍ଦ୍ରାପଡ଼ା ଓ ଆସିକା ଆଦି ସ୍ଥାନରେ ବିତିଥିଲା । ଅବସର ପରେ କଟକରେ ସ୍ଥାୟି ଭାବରେ ବସବାସ କରୁଥିଲେ ।

୧୯୮୯ ମସିହା ଡିସେମ୍ବର ୧୫ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ସାହିତ୍ୟ ସର୍ଜନା[ସମ୍ପାଦନା]

କୈଶରରୁ କବିତା ଲେଖା ଆରମ୍ଭ କରିଥିଲେ ଅନନ୍ତ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ବେଳେ, "ପାରିଜାତ" ନାମକ ହାତ ଲେଖା ପତ୍ରିକା ତାଙ୍କରି ପ୍ରଚେଷ୍ଠାରେ ପ୍ରକାଶ ପାଉଥିଲା । ସେଥିରେ ସେ ଲେଖିଥିଲେ "ସ୍ୱର୍ଗୀୟ କୁସୁମ ଆରେ ପାରିଜାତ; ତୋ' ସଙ୍ଗେ ସରି କେ ହେବ କହ ତ ।" ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ବେଳକୁ ପୂର୍ବ-ଛାତ୍ରାବାସ(ଇଷ୍ଟ ହଷ୍ଟେଲ)ର ପତ୍ରିକା "ଜାଗରଣ" ପ୍ରକାଶ ପାଉଥିଲା । ସେଥିରେ ତାଙ୍କର ପ୍ରଥମ ଗଳ୍ପ "ଅନ୍ତିମ ମିଳନ" ପ୍ରକାଶ ପାଇଥିଲା । ଦ୍ୱିତୀୟ ଗଳ୍ପ ଥିଲା "ଅତୃପ୍ତ ବାସନା" । ଗଳ୍ପଟି ବାଗ୍ମୀ ବିଶ୍ୱନାଥ କରଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ଉତ୍କଳ ସାହିତ୍ୟ"ରେ ପ୍ରକାଶିତ ହୋଇଥିଲା । ତୃତୀୟ ଗଳ୍ପ "ବାସନା ତୃପ୍ତି" ମଧ୍ୟ ସେହି ପତ୍ରିକାରେ ସ୍ଥାନ ପାଇଥିଲା ।

ଆଧାର[ସମ୍ପାଦନା]

  1. ଅନନ୍ତ ପ୍ରସାଦ ପଣ୍ଡା‌, archived from the original on 2020-07-19, retrieved 2020-07-19
  2. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4063–. ISBN 978-81-260-1221-3.
  3. The Indian P.E.N. P.E.N. All-India Centre. 1990.
  4. Sahitya Akademi (2006). Annual Report. Sahitya Akademi.
  5. Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.
  6. http://www.odiasahitya.com/members/memberprofile/?member=ananta+prasad+panda
  7. "ଆଜି ତିରୋଧାନ ଦିବସ". No. ସମ୍ବାଦ ୧୫/୧୨/୨୦୧୩ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 15 December 2020. Retrieved 15 December 2020.{{cite news}}: CS1 maint: bot: original URL status unknown (link)