ପ୍ରାନ୍ତୀୟ ଧମନୀ ରୋଗ
ପ୍ରାନ୍ତୀୟ ଧମନୀ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | vascular surgery[*] |
ଆଇସିଡ଼ି-୧୦ | I73.9 |
ଆଇସିଡ଼ି-୯-ସିଏମ୍ | 443.9 |
ରୋଗ ଡାଟାବେସ | 31142 |
ମେଡ଼ିସିନ-ପ୍ଲସ | 000170 |
ଇ-ମେଡ଼ିସିନ | med/391 emerg/862 |
MeSH | D016491 |
ପ୍ରାନ୍ତୀୟ ଧମନୀ ରୋଗ ବା 'ପିଏଡି' (ଇଂରାଜୀରେ peripheral artery disease (PAD), ଏବଂ peripheral vascular disease (PVD) peripheral artery occlusive disease, and peripheral obliterative arteriopathy), ରୋଗ ହେଲେ ମସ୍ତିଷ୍କ ଓ ହୃତ୍ପିଣ୍ଡର ଧମନୀ ବ୍ୟତୀତ ଅନ୍ୟ ଯେ କୌଣସି ଧମନୀ ସଂକୀର୍ଣ୍ଣ ହୋଇଯାଇପାରେ । [୧] ସାଧାରଣତଃ ମଣିଷ ଗୋଡ଼ରେ ଏହି ରୋଗ ହୁଏ ।[୨] ଏହି ରୋଗ ଥିଲେ ଚାଲିଲେ ଗୋଡ଼ରେ ଯନ୍ତ୍ରଣା ହୁଏ, ନ ଚାଲି ବିଶ୍ରାମ ନେଲେ ଭଲ ହୋଇଯାଏ; ଏହାକୁ କ୍ଲଡିକେସନ କୁହାଯାଏ ।[୩] ଅନ୍ୟାନ୍ୟ ଲକ୍ଷଣ: ଚର୍ମ ଘାଆ, ନୀଳ ଚର୍ମ, ଥଣ୍ଡା ଚର୍ମ ଓ ଗୋଡ଼ର ନଖ ତଥା ବାଳର ବୃଦ୍ଧି କମିଯାଏ ।[୪] ରୋଗ ଜଟିଳ ହେଲେ ସଂପୃକ୍ତ ତନ୍ତୁ ବା ଅଙ୍ଗର ମୃତ୍ୟୁ ହୁଏ ଓ ଏପରି ହେଲେ ତାହା କାଟି ବାହାର କରିଦେବାକୁ ହୁଏ, କରୋନାରି ଧମନୀ ରୋଗ ବା ସ୍ଟ୍ରୋକ ହୁଏ ।[୨] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ରୋଗ ଥାଇ ମଧ୍ୟ ଲକ୍ଷଣ ନ ଥାଏ ।[୩]
ଧୂମ୍ରପାନ ଏହି ରୋଗର ମୂଖ୍ୟ କାରଣ । [୨] ଅନ୍ୟ ସଙ୍କଟଦାୟକ ରୋଗ ମଧ୍ୟରେ ଡାଏବେଟିସ, ଉଚ୍ଚ ରକ୍ତଚାପ ଓ ଅଧିକ ରକ୍ତ କୋଲେସ୍ଟେରଲ ।[୫] ଆଥେରୋସ୍କ୍ଲେରୋସିସ ଥିଲେ ମଧ୍ୟ ଏହି ରୋଗ ହୁଏ ।[୬] ଧମନୀ ସ୍ପାଜ୍ମ ହେଲେ ମଧ୍ୟ ଏହା ହୁଏ । [୧] ଆଙ୍କଲ ବ୍ରାକିଆଲ ଇଣ୍ଡେକ୍ସ (ବଳାଗଣ୍ଠି ବା ଆଙ୍କ୍ଲ ସ୍ଥାନରେ ସିସ୍ଟୋଲିକ ରକ୍ତଚାପ ବିଭକ୍ତ ବାହୁରେ ସିସ୍ଟୋଲିକ ରକ୍ତଚାପ) ୦.୯୦ରୁ କମ ଥିଲେ ପିଏଡି ରୋଗ ନିର୍ଣ୍ଣୟ କରାଯାଏ ।[୭] ଡୁପ୍ଲେକ୍ସ ଅଲଟ୍ରାସୋନୋଗ୍ରାଫି ଓ ଆଞ୍ଜିଓଗ୍ରାଫି ମଧ୍ୟ ବ୍ୟବହାର କରି ରୋଗ ନିର୍ଣ୍ଣୟ କରାଯାଏ ।[୮] ଅଞ୍ଜିଓଗ୍ରାଫି ଅଧିକ ସଠିକ ଓ ଏହାଦ୍ୱାରା ଚିକିତ୍ସା ମଧ୍ୟ କରାଯାଏ କିନ୍ତୁ ଏହା ବିପଦଜନକ ଅଟେ । [୭]
ଏହି ରୋଗ ନିମନ୍ତେ ସ୍କ୍ରିନିଙ୍ଗର ଉପକାରୀତା ସିଦ୍ଧ ହୋଇନାହିଁ । [୯][୧୦] ପିଏଡି ରୋଗରେ ଧୂମ୍ରପାନ ବନ୍ଦ କଲେ ଓ ବିଶେଷଜ୍ଞ ଦାୟିତ୍ୱରେ ବ୍ୟାୟାମ କଲେ ଫଳାଫଳ ଭଲ ହୁଏ । [୧୧][୧୨] ଔଷଧ (ସ୍ଟାଟିନ), ଏସିଇ ଇନହିବିଟର ଓ ସଲୋସ୍ଟାଜୋଲ ମଧ୍ୟ ଉପକାରୀ ହୁଏ । [୧୨][୧୩] ଆସ୍ପିରିନ ସାମାନ୍ୟ ଧରଣର ପିଏଡି ରୋଗରେ କିଛି ଉପକାର କଲା ଭଳି ଲାଗେନାହିଁ କିନ୍ତୁ ଆଗେଇଥିବା ରୋଗରେ ଦେବାକୁ ସୁପାରିସ କରାଯାଏ ।[୧୪][୧୫] ୱାରଫାରିନ ଭଳି ଆଣ୍ଟିକୋଅଗୁଲାଣ୍ଟ ଏତେ ଉପକାରୀ ନୁହେଁ । [୧୬] ଚିକିତ୍ସା ନିମନ୍ତେ ବାଇପାସ ଗ୍ରାଫଟିଙ୍ଗ, ଆଞ୍ଜିଓପ୍ଲାସ୍ଟି ଓ ଆଥେରେକ୍ଟୋମି ଅପରେଶନ କରିବାକୁ ଉପଦେଶ ଦିଆଯାଏ । [୧୭]
ସନ ୨୦୧୦ରେ ସାରା ପୃଥିବୀର ପ୍ରାୟ ୨୦୨ନିୟୁତ ଲୋକ ପିଏଡି ରୋଗର ଶିକାର ହୋଇଥିଲେ । [୫] ବିକଶିତ ଦେଶମାନଙ୍କରେ ୪୫ରୁ ୫୦ ବର୍ଷ ବୟସ୍କ ଲୋକଙ୍କମଧ୍ୟରୁ ୫.୩% ଓ ୮୫ରୁ ୯୦ ଭିତରେ ୧୮.୬ % ଲୋକଙ୍କୁ ଏହି ରୋଗ ହୁଏ । [୫] ବିକାଶଶୀଳ ଦେଶରେ ସେହି ବୟସରେ ଯଥାକ୍ରମେ ୪.୬% ଓ ୧୫ % ହୁଏ । [୫] ବିକଶିତ ଦେଶରେ ପୁରୁଷ ଓ ମହିଳାଙ୍କୁ ସମ ପରିମାଣରେ ରୋଗ ହୁଏ କିନ୍ତୁ ବିକାଶଶୀଳ ଦେଶରେ ମହିଳାମାନଙ୍କୁ ଅଧିକ ରୋଗ ହୁଏ । [୫] ସନ ୧୯୯୦ରେ ଏହି ରୋଗ ଯୋଗୁ ୧୬,୦୦୦ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୪୧,୦୦୦ ହୋଇଥିଲେ । [୧୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "What Is Peripheral Vascular Disease?" (PDF). www.heart.org. 2012. Archived from the original (PDF) on 12 April 2015. Retrieved 26 February 2015.
- ↑ ୨.୦ ୨.୧ ୨.୨ "What Is Peripheral Arterial Disease?". www.nhlbi.nih.gov/. August 2, 2011. Retrieved 25 February 2015.
- ↑ ୩.୦ ୩.୧ Violi, F; Basili, S; Berger, JS; Hiatt, WR (2012). "Antiplatelet therapy in peripheral artery disease". Handbook of experimental pharmacology (210): 547–63. doi:10.1007/978-3-642-29423-5_22. PMID 22918746.
- ↑ "What Are the Signs and Symptoms of Peripheral Arterial Disease?". www.nhlbi.nih.gov/. August 2, 2011. Retrieved 26 February 2015.
- ↑ ୫.୦ ୫.୧ ୫.୨ ୫.୩ ୫.୪ Fowkes, FG; Rudan, D; Rudan, I; Aboyans, V; Denenberg, JO; McDermott, MM; Norman, PE; Sampson, UK; Williams, LJ; Mensah, GA; Criqui, MH (19 October 2013). "Comparison of global estimates of prevalence and risk factors for peripheral artery disease in 2000 and 2010: a systematic review and analysis". Lancet. 382 (9901): 1329–40. doi:10.1016/s0140-6736(13)61249-0. PMID 23915883.
- ↑ "What Causes Peripheral Arterial Disease?". www.nhlbi.nih.gov/. August 2, 2011. Retrieved 26 February 2015.
- ↑ ୭.୦ ୭.୧ Ruiz-Canela, M; Martínez-González, MA (2014). "Lifestyle and dietary risk factors for peripheral artery disease". Circulation journal : official journal of the Japanese Circulation Society. 78 (3): 553–9. doi:10.1253/circj.cj-14-0062. PMID 24492064.
- ↑ "How Is Peripheral Arterial Disease Diagnosed?". August 2, 2011. Retrieved 27 March 2015.
- ↑ Andras, A; Ferket, B (Apr 7, 2014). "Screening for peripheral arterial disease". The Cochrane database of systematic reviews. 4: CD010835. doi:10.1002/14651858.CD010835.pub2. PMID 24711093.
- ↑ U.S. Preventive Services Task Force (Dec 15, 2014). "Peripheral artery disease screening and cardiovascular disease risk assessment with the ankle-brachial index in adults: recommendation statement". Am Fam Physician. 90 (12): 858A–858D. PMID 25591190.
- ↑ Fokkenrood, HJ; Bendermacher, BL; Lauret, GJ; Willigendael, EM; Prins, MH; Teijink, JA (23 August 2013). "Supervised exercise therapy versus non-supervised exercise therapy for intermittent claudication". The Cochrane database of systematic reviews. 8: CD005263. doi:10.1002/14651858.CD005263.pub3. PMID 23970372.
- ↑ ୧୨.୦ ୧୨.୧ Hankey, GJ; Norman, PE; Eikelboom, JW (1 February 2006). "Medical treatment of peripheral arterial disease". JAMA. 295 (5): 547–53. doi:10.1001/jama.295.5.547. PMID 16449620.
- ↑ Bedenis, R; Stewart, M; Cleanthis, M; Robless, P; Mikhailidis, DP; Stansby, G (31 October 2014). "Cilostazol for intermittent claudication". The Cochrane database of systematic reviews. 10: CD003748. doi:10.1002/14651858.CD003748.pub4. PMID 25358850.
- ↑ Lin, JS; Olson, CM; Johnson, ES; Whitlock, EP (3 September 2013). "The ankle-brachial index for peripheral artery disease screening and cardiovascular disease prediction among asymptomatic adults: a systematic evidence review for the U.S. Preventive Services Task Force". Annals of internal medicine. 159 (5): 333–41. doi:10.7326/0003-4819-159-5-201309030-00007. PMID 24026319.
- ↑ Poredos, P; Jezovnik, MK (March 2013). "Is aspirin still the drug of choice for management of patients with peripheral arterial disease?". VASA. Zeitschrift fur Gefasskrankheiten. 42 (2): 88–95. doi:10.1024/0301-1526/a000251. PMID 23485835.
- ↑ Hauk, L (15 May 2012). "ACCF/AHA update peripheral artery disease management guideline". American family physician. 85 (10): 1000–1. PMID 22612053.
- ↑ "How Is Peripheral Arterial Disease Treated?". www.nhlbi.nih.gov. August 2, 2011. Retrieved 26 February 2015.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)