ପୁରୁଷୋତ୍ତମ ନାୟକ

ଉଇକିପିଡ଼ିଆ‌ରୁ
ପୁରୁଷୋତ୍ତମ ନାୟକ
Born(1911-03-09)୯ ମାର୍ଚ୍ଚ ୧୯୧୧
ସତ୍ୟଭାମାପୁର, କଟକ, ଓଡ଼ିଶା
Died୧୬ ନଭେମ୍ବର ୨୦୧୪(2014-11-16) (ବୟସ ୧୦୩)
Nationalityଭାରତୀୟ
Citizenshipଭାରତୀୟ
Occupationସ୍ୱାଧୀନତା ସଂଗ୍ରାମୀ
Childrenନିରଞ୍ଜନ ନାୟକ, ବିଚିତ୍ରାନନ୍ଦ ନାୟକ
Parent(s)କୃଷ୍ଣଚନ୍ଦ୍ର ନାୟକ (ବାପା), ମାଳତୀ ଦେବୀ (ମା)‌

ପୁରୁଷୋତ୍ତମ ନାୟକ (୯ ମାର୍ଚ୍ଚ ୧୯୧୧ - ୧୬ ନଭେମ୍ବର ୨୦୧୪) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୯୩୪ରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସେ ଓଡ଼ିଶା ପଦଯାତ୍ରା କରିଥିଲେ । ବିଭିନ୍ନ ଜନସଭାରେ ଯୋଗଦେଇ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଗାନ୍ଧିଙ୍କ ସଙ୍ଗେ ମିଶି ସେ ସ୍ୱଦେଶୀ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ୧୯୪୦ ମସିହାରେ ଗାନ୍ଧୀଙ୍କ ଆହ୍ୱାନରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମିଲ ହୋଇ ପ୍ରଥମେ ୩ ମାସ, ଦ୍ୱିତୀୟ ଥର ୫ ମାସ ଓ ତୃତୀୟ ଥର ୬ ମାସ ଧରି କାରାଦଣ୍ଡ ଭୋଗିଥିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ଗିରଫ ପରୱାନାକୁ ଏଡ଼ାଇବା ପାଇଁ ସେ ଆତ୍ମଗୋପନ କରିଥିଲେ । ୧୯୪୯ରେ ଫୋର୍ଡ଼ ଫାଉଣ୍ଡେସନ ଯୋଜନାରେ ଗଠିତ କମିଟିର ସଭାପତି ଦାୟିତ୍ୱ ତୁଲାଇଥିଲେ । ଏଥି ସହିତ ୧୨ବର୍ଷ ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଓ ୧୯୫୩-୧୯୫୬ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ବିଧାୟକ ଥିଲେ । ୧୯୫୮-୧୯୬୨ ପର୍ଯ୍ୟନ୍ତ ଡେରାବିଶ ପଞ୍ଚାୟତ ସମିତି ସଭାପତି, ୧୯୫୯-୬୯ ପର୍ଯ୍ୟନ୍ତ ଓଡ଼ିଶା ଝୋଟ ବାଣିଜ୍ୟ ସମବାୟ ସମିତିର ସଭାପତି, ୧୯୫୮-୭୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପାୱାରଲୁମ ସମବାୟ ସମିତି, ୮ ବର୍ଷ ଧରି ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ସମିତିର ଉପସଭାପତି, ୬ବର୍ଷ ଧରି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଓ ରାଜ୍ୟ ଭୂଦାନ ଯଜ୍ଞ ସମିତିର ସରକାରୀ ମନୋନୀତ ସଭ୍ୟ ଥିଲେ । [୧]

ଜୀବନୀ[ସମ୍ପାଦନା]

ପରିବାର[ସମ୍ପାଦନା]

ନାୟକ ୧୯୧୧ ମାର୍ଚ୍ଚ ୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ପଞ୍ଚାୟତ ସମିତି ସନ୍ଥପୁରା ଗ୍ରାମରେ ପିତା କୃଷ୍ଣଚନ୍ଦ୍ର ନାୟକ ଔରସରୁ ଓ ମାତା ମାଳତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ବାପା ମା’ଙ୍କ ୫ ଜଣ ସନ୍ତାନଙ୍କ ମଧ୍ୟରୁ ସେ ଦ୍ୱିତୀୟ ସନ୍ତାନ । ବାଲ୍ୟକାଳରୁ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିଲେ । ତାଙ୍କ ବଡ଼ ପୁଅ ନିରଞ୍ଜନ ଏବଂ ସାନ ପୁଅ ବିଚିତ୍ରାନନ୍ଦ । ୨୦୧୪ ମସିହା ନଭେମ୍ବର ୧୬ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ୧୦୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା ।[୨] ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦେଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଶତାୟୁ ସଂଗ୍ରାମୀ ପୁରୁଷୋତ୍ତମ ନାୟକ ଆଉ ନାହାନ୍ତି". ସମାଜ. ୧୭ ନଭେମ୍ବର ୨୦୧୪. Retrieved ୧୭ ନଭେମ୍ବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]
  2. "Freedom Fighter Passes Away". The Indian Express. Archived from the original on 4 August 2015. Retrieved 18 November 2014.