ସ୍ୱଚ୍ଛ ଭାରତ ଅଭିଯାନ
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି । [୧][୨]
ଆରମ୍ଭ ତିଥି=
[ସମ୍ପାଦନା]୨ ଅକ୍ଟୋବର ୨୦୧୪ (ମହାତ୍ମା ଗାନ୍ଧିଙ୍କର ୧୪୫ତମ ଜୟନ୍ତୀରେ )
ଧାର୍ଯ୍ୟ ସମୟ ଅବଧି
[ସମ୍ପାଦନା]୨ ଅକ୍ଟୋବର ୨୦୧୪ରୁ ୨ ଅକ୍ଟୋବର ୨୦୧୯
ଆରମ୍ଭ ସ୍ଥଳ
[ସମ୍ପାଦନା]ବାଲ୍ମୀକି ମନ୍ଦିର, ନୂଆ ଦିଲ୍ଲୀ, ମହାତ୍ମା ଗାନ୍ଧି ଏଠାରେ ୨୧୪ ଦିନ ଧରି ରହିଥିଲେ
Y8 ସଫାସୁତୁରା ରଖିବା ପାଇଁ ଶପଥ ପାଠ କରାଇଛନ୍ତି । ଆଉ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱଚ୍ଛତା ପାଇଁ ବର୍ଷକରେ ୧୦୦ ଘଣ୍ଟା ଅର୍ଥାତ ସପ୍ତାହରେ୨ ଘଣ୍ଟା ଲେଖାଏଁ ସମୟ ଦେବାପାଇଁ ଆହ୍ୱାନ ଦେଇଛନ୍ତି । ଶପଥ ପାଠ ପରେ ସେ ନିଜେ ବାଲ୍ମୀକି ମନ୍ଦିର, ଏକ ପୁଲିସ ଥାନା ଏବଂ ସ୍କାଭେଞ୍ଜର କଲୋନୀରେ ହାତରେ ଝାଡ଼ୁ ଧରି ଆବର୍ଜନା ସଫା କରିଥିଲେ । ସେ www.mycleanindia.gov.in ୱେବସାଇଟ ସହ ଯୋଡ଼ି ହୋଇ ସରକାରଙ୍କୁ ମତାମତ ଓ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।
ମୋଦୀଙ୍କଦ୍ୱାରା ନିମନ୍ତ୍ରିତ ବ୍ୟକ୍ତିଗଣ
[ସମ୍ପାଦନା]ମୋଦୀ ସ୍ୱଚ୍ଛତା ଅଭିଯାନକୁ ଚ୍ୟାଲେଞ୍ଜ ସହ ଗ୍ରହଣ କରି ଭାରତବାସୀଙ୍କୁ ପ୍ରେରଣା ଦେବା ପାଇଁ ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନେ ହେଲେ :
- ସଚିନ ତେନ୍ଦୁଲକର (ପୁର୍ବତନ କ୍ରିକେଟ ଖେଳାଳୀ),
- ଶଶୀ ଥରୁର (କଂଗ୍ରେସ ନେତା),
- ଅନିଲ ଅମ୍ବାନୀ (ଶିଳ୍ପପତି),
- ସଲମନ ଖାନ (ଅଭିନେତା),
- ପ୍ରିୟଙ୍କା ଚୋପ୍ରା (ଅଭିନେତ୍ରୀ),
- କମଲ ହାସନ (ଚଳଚ୍ଚିତ୍ର ନିର୍ଦ୍ଦେଶକ),
- ବାବା ରାମଦେବ (ଯୋଗ ଗୁରୁ),
- ମୃଦୁଳ ସିହ୍ନା (ଗୋଆ ରାଜ୍ୟପାଳ) ଏବଂ
- ଟିଭି ଧାରାବାହିକ ତାରକ ମେହେଟା କା ଉଲଟା ଚଷମାର ସମସ୍ତ ସଦସ୍ୟ ।
- କପିଳ ଶର୍ମା (ହାସ୍ୟ ଅଭିନେତା)
ଚ୍ୟାଲେଞ୍ଜ ଗ୍ରହଣକରିଥିବା ମନୋନୀତ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୯ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବା ପାଇଁ ନିବେଦନ କରିଥିଲେ ।[୩]
ପ୍ରଚାରରେ ଅନ୍ୟମାନଙ୍କ ଅଂଶଗ୍ରହଣ
[ସମ୍ପାଦନା]- ଭାରତର ରାଷ୍ଟ୍ରପତି, ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର କିରନାରଠାରେ ପତାକା ହଲାଇ ସ୍ୱଚ୍ଛ ଭାରତ ଅଭିଯାନକୁ ଉଦ୍ଘାଟନ କରିଥିଲେ । ଯେଉଁଠାରେ ସେ କିରନାର ଶିବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତା ଅଭିଯାନରେ ସହଯୋଗ କରିବାକୁ ନିବେଦନ କରିଥିଲେ । ୪ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ଦୌଡ଼ କାର୍ଯ୍ୟକ୍ରମ ପାଳନ କରିଥିଲେ ଯେଉଁଥିରେ ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା । ଏହି ଦୌଡ଼ ପ୍ରତିଯୋଗିତାରେ ସଚିବାଳୟର କର୍ମଚାରୀ, ଅଧିକାରୀ ,ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ, ସେନା ସୁରକ୍ଷା କର୍ମୀ, ଦିଲ୍ଲୀ ପୁଲିସ ଏବଂ ତାଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ ।
- ସୁଦର୍ଶନ ଭଗତ (ରାଜ୍ୟ ସମାଜ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ), ସ୍ୱଚ୍ଛ ଉଦ୍ଦ୍ୟମୀ ଯୋଜନା, ସ୍ୱଚ୍ଛତାରୁ ସମ୍ପର୍ଣ୍ଣତା ଆଡ଼କୁ ଜାତୀୟ ସଫାଇ କର୍ମଚାରୀ ବିତ୍ତ ଏବଂ ଉନ୍ନୟନ ସଂସ୍ଥାନ, ଇଣ୍ଡିଆ ହାବିଟାଟ, ନୂଆଦିଲ୍ଲୀଠାରେ ଉଦ୍ଘାଟନ କରିଛନ୍ତି ।
- ପ୍ରକାଶ ଜାଭେଦକର (ତଥ୍ୟ ଏବଂ ସୂଚନା ପ୍ରସାରଣ କେନ୍ଦ୍ରମନ୍ତ୍ରୀ), ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ଆହ୍ୱାନ ଦେଇ ପ୍ରସୂନ ଯୋଶୀଙ୍କ ନିର୍ମିତ ସ୍ୱଚ୍ଛ ଭାରତକା ଇରାଦା କରଲିଆ ହମନେ ଅଡ଼ିଓ ଟ୍ରାକକୁ ଉନ୍ମୋଚନ କରିଥିଲେ ।
- ନିତିନ ଗଡ଼କରୀ (ଗ୍ରାମ୍ୟ ଉନ୍ନୟନ, ଜଳ ଏବଂ ପରିମଳ କେନ୍ଦ୍ରମନ୍ତ୍ରୀ), ଅକ୍ଟୋବର ୨୦୧୯ ସୁଦ୍ଧା ଏହି ଲକ୍ଷକୁ ହାସଲ କରିବା ପାଇଁ ପ୍ରତି ଗ୍ରାମକୁ ବାର୍ଷିକ ୨୦ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ ।
- ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର ନିମନ୍ତେ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡ଼ ପକ୍ଷରୁ ସ୍ୱଚ୍ଛତା ପାଇଁ ସଂକଳ୍ପ ନିଆଯାଇଥିଲା ।
- ସ୍ୱଚ୍ଛ ଭାରତ ଅଭିଯାନ - ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟ ସ୍ଥଳସେନା ସଂସ୍ଥାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ଜଳସେନା କାର୍ଯ୍ୟାଳୟରେ ୨୫ ସେପ୍ଟେମ୍ବର ୨୦୧୪ରୁ ୨ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ।
- ଏହା ସହ ଦେଶର ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଓ ସଭାମାନ ଆୟୋଜନ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ "PM Modi launches 'Swachh Bharat' campaign; takes pledge for a clean India". Retrieved 2 October 2014.
- ↑ "Swachh Bharat Abhiyan: Clean India is responsibility of all 1.25 billion Indians, says PM Narendra Modi".
- ↑ "PM Modi's Swachh Bharat Abhiyan: Anil Ambani dedicates himself to the movement". 2 October 2014. Retrieved 2 October 2014.