ସଲମାନ ଖାଁ
ସଲମାନ ଖାନ | |
---|---|
ଜନ୍ମ | Abdul Rashid Salim Salman Khan ୨୭ ଡିସେମ୍ବର ୧୯୬୫ ଇନ୍ଦୋର, ମଧ୍ୟ ପ୍ରଦେଶ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | Actor, Film producer, Television personality, Singer,Philanthropist [୧] |
ସକ୍ରିୟ ବର୍ଷ | ୧୯୮୮–ବତ୍ତମାନ |
ପିତାମାତା | ସଲୀମ୍ ଖାନ୍ (Father) ସୁସିଳା ଚରକ(ମାଆ) |
ସମ୍ପର୍କୀୟ | See Khan family |
ସଲମାନ ଖାନ (ଜନ୍ମ ୨୭ ଡିସେମ୍ବର ୧୯୬୫) ଜଣେ ବଲିଉଡ଼ ଅଭିନେତା ଓ ନିର୍ଦ୍ଦେଶକ | ତାଙ୍କ ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ | ନିଜ ପ୍ରଶଂସକମାନଙ୍କ ମଧ୍ୟରେ ସେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ଦକ୍ଷିଣ ଏସିଆ ଛଡ଼ା ସମଗ୍ର ପୃଥିବୀରେ ତାଙ୍କ ପ୍ରଶଂସକ ରହିଛନ୍ତି |
ସେ ୧୯୮୮ରେ "ବିୱି ହୋ ତୋ ଐସି" ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ତେବେ ତା ପର ବର୍ଷର ସୁରଜ ବଡଜାତ୍ୟାଙ୍କ ମୈନେ ପ୍ୟାର କିୟା ଚଳଚ୍ଚିତ୍ର ହିଁ ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା | ତା ପରେ "ହମ୍ ଆପକେ ହୈଁ କୌନ୍" (୧୯୯୪), "କରନ୍ ଅର୍ଜୁନ୍" (୧୯୯୫), "ବିୱି ନଂ ୧" (୧୯୯୯), "ହମ୍ ସାଥ୍ ସାଥ୍ ହୈଁ" (୧୯୯୯) ପରି ହିଟ୍ ଫିଲ୍ମ ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ | "କୁଛ୍ କୁଛ୍ ହୋତା ହୈ" ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା | କିଛି ବର୍ଷର ଅବନତି ପରେ ପୁଣି ୨୦୧୦ରେ ସେ "ଦବଙ୍ଗ" ଚଳଚ୍ଚିତ୍ରରୁ ନିଜ ପୂର୍ବ ଖ୍ୟାତି ଫେରିପାଇଲେ | ଏହା ପରେ "ବଡ଼ିଗାର୍ଡ଼" (୨୦୧୧), "ଏକ୍ ଥା ଟାଇଗର୍" (୨୦୧୨), "କିକ୍" (୨୦୧୪) , "ବଜରଙ୍ଗୀ ଭାଇଜାନ୍" (୨୦୧୫) ,"ପ୍ରେମ୍ ରତନ୍ ଧନ୍ ପାୟୋ" (୨୦୧୫) , "ସୁଲତାନ୍" (୨୦୧୬) ପରି ସୁପରହିଟ୍ ଫିଲ୍ମ ଦେଇସାରିଲେଣି | ଫିଲ୍ମ ଜଗତକୁ ତାଙ୍କ ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି |
ଅଭିନେତା ହେବା ଛଡ଼ା ସେ ମଧ୍ୟ ଜଣେ ମାନବତାବାଦୀ ଓ ପରୋପକାରୀ ବ୍ୟକ୍ତି | ତାଙ୍କ ସଙ୍ଗଠନ "ବିଇଙ୍ଗ ହ୍ୟୁମାନ" ମାଧ୍ୟମରେ ସେ ଅନେକ ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରିଆସିଛନ୍ତି |
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସଲମାନଙ୍କ ବାପା ସଲିମ ଖାନ୍ ଓ ମାଆ ସୁଶୀଳା ଚରକ (ପରେ ସଲମା ଖାନ) | ତାଙ୍କ ପିତାଙ୍କ ବଂଶଧର ଆଫଗାନିସ୍ତାନରୁ ଇନ୍ଦୋରକୁ ଚାଲିଆସିଥିଲେ | ତାଙ୍କ ମାଆ ଜଣେ ହିନ୍ଦୁ ଥିଲେ | ସଲମାନ ନିଜକୁ ଉଭୟ ମୁସଲିମ ଓ ହିନ୍ଦୁ ବୋଲି କହନ୍ତି |
ତାଙ୍କ ସାବତ ମାଆ ହେଲେନ | ତାଙ୍କର ଦୁଇ ଭାଇ: ଅରବାଜ ଖାନ ଓ ସୋହେଲ ଖାନ ଏବଂ ଦୁଇ ଭଉଣୀ ଆଲଭିରା ଖାନ ଅଗ୍ନିହୋତ୍ରି ଓ ଅର୍ପିତା ଖାନ (ପୋଷ୍ୟ) |
ସଲମାନ ନିଜ ଭାଇମାନଙ୍କ ସହ ସେଣ ଷ୍ଟାନଶିଲସ ହାଇସ୍କୁଲରେ ପାଠ ପଢ଼ିଥିଲେ | ତାଙ୍କ କଲେଜର ନାଁ ଏଲଫିନଷ୍ଟୋନ କଲେଜ |
କ୍ୟାରିୟର
[ସମ୍ପାଦନା]ମାନବତାବାଦୀ କାର୍ଯ୍ୟ
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସଲ୍ଲୁଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ, ବାନ୍ଦ୍ରା, ମୁମ୍ବାଇ | ତାଙ୍କ ଶରୀର ଅତି ସୁଗଠିତ: ଛାତି ୪୨ ଇଞ୍ଚ, ହାତ ୧୭ ଇଞ୍ଚ ଓ ଅଣ୍ଟା ୩୦ ଇଞ୍ଚ |
ସେ ଏଯାଏଁ ବିବାହ କରି ନାହାନ୍ତି | ୧୯୯୯ରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଡେଟ୍ କରୁଥିଲେ | ପରେ ସେ କ୍ୟାଟ୍ରିନା କୈଫଙ୍କୁ ଦୀର୍ଘ ସମୟ ଧରି ଡେଟ୍ କରିଥିଲେ | ଏ ନେଇ ଅନେକ ଗୁଜବ ପରେ ୨୦୧୧ରେ ଗୋଟେ ସାକ୍ଷାତ୍କାରରେ କ୍ୟାଟ୍ ତାଙ୍କ ଭିତରେ ଥିବା ସମ୍ପର୍କ (ଯାହା ୨୦୧୦ରେ ତୁଟି ଯାଇଥିଲା)ର ପୁଷ୍ଟି କରିଥିଲେ | ସଙ୍ଗୀତା ବିଜଲାନୀ ଓ ସୋମୀ ଅଲୀ ମଧ୍ୟ ଭିନ୍ନ ଭିନ୍ନ ସମୟରେ ସଲ୍ଲୁଙ୍କ ସହ ଡେଟରେ ଥିଲେ |
ପ୍ରସିଦ୍ଧି
[ସମ୍ପାଦନା]୨୦୦୪ରେ ଆମେରିକାର ପିପୁଲ ମାଗାଜିନ୍ଦ୍ୱାରା ପୃଥିବୀର ୭ମ ସବୁଠୁ ଭଲ ଦେଖାଯାଉଥିବା ପୁରୁଷ ରୂପେ ବଛାଯାଇଥିଲା |
ଆଧାର
[ସମ୍ପାଦନା]- ↑ "Salman Khan to Amitabh Bachchan: philanthropic Bollywood". 9 May 2013.
- ↑ "Salman Khan on Bodyguard's success: 'It's no big deal. You can't go mad about these things.'". India Today. 9 September 2011. Retrieved 27 July 2012.