ଶାସ୍ତି

ଉଇକିପିଡ଼ିଆ‌ରୁ


ଶାସ୍ତି  
ଲେଖକକାହ୍ନୁ ଚରଣ ମହାନ୍ତି
ମଲାଟ ଚିତ୍ରକରଅସିତ ମୁଖାର୍ଜୀ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ, ବିନୋଦବିହାରୀ, କଟକ
ପ୍ରକାଶ ତାରିଖପ୍ରଥମ ସଂସ୍କରଣ- ୧୯୪୬
ଷୋଡଶ ପୁନଃ ସଂସ୍କରଣ- ୨୦୦୮
ମାଧ୍ୟମ ପ୍ରକାରଛପା ବହି, (କାଗଜ ମଲାଟ)
ପୃଷ୍ଠା୨୦୪ (ଷୋଡଶ ସଂସ୍କରଣ)
ISBN୮୧-୭୪୦୧-୦୮୮-୨

ଶାସ୍ତି କାହ୍ନୁ ଚରଣ ମହାନ୍ତି ଏକ ଅନବଦ୍ୟ ସୃଷ୍ଟି ।[୧] ଏହାକୁ ଜୟଶ୍ରୀ ମୋହନରାଜ ତେଲୁଗୁ ଭାଷାରେ ଅନୁବାଦ କରିଥିଲେ ।[୨] ଦୁର୍ଭିକ୍ଷ ଓ ମହାମାରୀ ପୃଷ୍ଠଭୂମିରେ ଉଭୟ ସାମାଜିକ ଓ ମାନବିକ ସମସ୍ୟା ଏହାର ମୁଖ୍ୟ ବିଷୟ ବସ୍ତୁ । [୩]

ପ୍ରଧାନ ଚରିତ୍ର[ସମ୍ପାଦନା]

  • ସନେଇ- ଜଣେ ଜଣାଶୁଣା ଚାଷୀ ପୁଅ
  • ଧୋବୀ- ଜମିଦାରଙ୍କ ଝିଅ
  • ଚିନ୍ତେଇ ସ୍ୱାଇଁ- ଧୋବୀର ବାପା

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

'ସନେଇ' ଓ 'ଧୋବୀ' ପିଲାଦିନର ସାଥି ଥିଲେ ଓ ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ ସେମାନଙ୍କ ବାପା-ମା' ଓ ସାମାଜିକ ଜାତିପ୍ରଥା ସେମାନଙ୍କ ବିବାହରେ ବାଧକ ସାଜିଛନ୍ତି । ଧୋବୀ ପାଖ ଗାଁ'ର ଜଣେ ଧନୀ ବ୍ୟକ୍ତିଙ୍କୁ ବାହା ହୋଇଯାଇଛି । କିନ୍ତୁ ଠିକ ପରେ ପରେ ନ' ଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ସାମାଜିକ ଶୃଙ୍ଖଳକୁ ଦୋହୋଲାଇ ଦେଇଛି । ଏହି ସମୟରେ ସନେଇ ନିଜର ସାରା ପରିବାର ହରେଇ, ଜୀବିକା ସନ୍ଧାନ ଉଦ୍ଧେଶ୍ୟରେ ଗାଁ ଛାଡି ଚାଲିଯାଇଛି । ସେପଟେ ଧୋବୀ ବିଧବା ହେଇ ବାପ ଘରକୁ ଫେରିଛି । ଶେଷରେ ଜୀର୍ଣ୍ଣ ଭିକ୍ଷୁକ ଅବସ୍ଥାରେ ଅଭାଗା ସନେଇ ଗାଁକୁ ଫେରିଛି । ଧୋବୀ ତାକୁ କିଛି ଆର୍ଥିକ ସାହାଯ୍ୟ ଓ ବ୍ୟକ୍ତିଗତ ଦେଖାଶୁଣା କରି ଥଇଥାନ କରିଛି । ସେ ଧୋବୀକୁ ବିବାହ କରିବାକୁ ଚାହିଁଛି, କିନ୍ତୁ ଧୋବୀ ମାନସିକ ଓ ସାମାଜିକ ସ୍ତରରେ ବାଧାର ସମୁଖୀନ ହୋଇ ଶେଷରେ ମନା କରିଦେଇଛି । ପ୍ରେମୀ ଯୁଗଳ ଅନେକ ଯନ୍ତ୍ରଣାରେ କାଳାତିପାତ କରିଛନ୍ତି । ଧୋବୀର ପ୍ରତ୍ୟାଖାନ ସନେଇକୁ ଏକ କ୍ରୂର ଝଟକା ଦେଇଛି ଓ ସେ ସାମାଜିକ ବ୍ୟବସ୍ଥାର ବିଦ୍ରୋହୀ ହେଇ ଉଠିଛି ଏବଂ ମୁସଲମାନ, ଖ୍ରୀଷ୍ଟିୟାନ ଆଉ ଜଣେ ଗରିବ କାମବାଲିକୁ ଆଶ୍ରୟ ଦେଇଛି । ଏହା ସମାଜ ଆଖିରେ ଓ ଖାସକରି 'ଚିନ୍ତେଇ ସ୍ୱାଇଁ' ଆଖିରେ ଶୂଳ ପାଲଟିଛି । ସେମାନେ ସନେଇକୁ ତାର ସ୍ୱଳ୍ପ ସମ୍ପତିରୁ ବଞ୍ଚିତ କରିଛି । ଶେଷରେ ଚିନ୍ତେଇ ନିଜ ଭୁଲ ବୁଝିପାରିଛି ଓ ଝିଅର ବାହାଘର ପ୍ରସ୍ତାବ ନେଇ ଆସିଛି କିନ୍ତୁ ସେତେବେଳକୁ ସନେଇ କାମବାଲିକୁ ବାହାହେଇସାରିଛି, ଯିଏ କି ତାର ପିଲାଦିନର ଏକ ସାଙ୍ଗ ଥିଲା । ଶେଷରେ ସନେଇ ଗାଁ ଛାଡି ଚାଲିଯାଇଛି ଓ ଯିବା ପୂର୍ବରୁ ସବୁ ସମ୍ପତି ଧୋବୀ ପଇସାରେ କିଣା ଯାଇଥିଲା ବୋଲି ଲେଖିଯାଇଛି ।[୩]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2013-05-10. Retrieved 2013-03-14. {{cite web}}: Cite has empty unknown parameter: |1= (help)
  2. ଗୂଗୁଲ ବୁକସ
  3. ୩.୦ ୩.୧ ଭାରତୀୟ ସାହିତ୍ୟର ଏକ ଜ୍ଞାନକୋଷ, ପୃଷ୍ଠା-୩୯୮୯, ଗୁଗୁଲ ଇ-ବୁକସ

ବାହାର ଲିଙ୍କ[ସମ୍ପାଦନା]