ବାକୁଚୀ

ଉଇକିପିଡ଼ିଆ‌ରୁ

ବାକୁଚୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Psoralea
ଜାତି: P. corylifolia
ବାଇନୋମିଆଲ ନାମ
Psoralea corylifolia

ବାକୁଚୀ ଏକ ଔଷଧୀୟ ଛୋଟ ଗଛ । ଏହାର ଫୁଲରେ ଭର୍ତ୍ତି ହୋଇଥିବା ମଞ୍ଜିକୁ ବାକୁଚୀ କହନ୍ତି ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ସଂସ୍କୃତ ସୋମ, ସୋମରାଜୀ, ମେସିକା, ସୋମା, କୃଷ୍ଣଫଳା, ଅବଳଗୁଜ, ରୁପର୍ଣ୍ଣିକ, କାଳମଷୀ, ଶଶିଲେଖା ଓ କୁଷ୍ଠଘ୍ନୀ
ହିନ୍ଦୀ ବୁଚକୀଦାନା ଓ ବାବଚୀ
ତେଲୁଗୁ ନେଲାଜରେଲ ଓ ତିତପ ଚୋଗେ
ବଙ୍ଗଳା ହାକୁଚ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଏହା ରୁକ୍ଷ, ସାରକ, ମଧୁରରସ, ଗୁରୁପାକ, କେଶ ଓ ମସ୍ତିସ୍କର ହିତକର, ଅଗ୍ନିବର୍ଧକ, କାନ୍ତିକାରକ ତଥା କାଶ, ଶ୍ୱାସ, କଣ୍ଡୁ, କୁଷ୍ଠ, ଜ୍ୱର, ଆମ, ଶୋଥ, ପାଣ୍ଡୁ, ଶିରପୀଡ଼ା, କେଶର ଅକାଳ ପକ୍ୱତା, କେଶ ଉପୁଡା, କୃମି, ଧବଳକୁଷ୍ଠ ଓ ପିତ୍ତ ପ୍ରକୋପ ଆଦି ରୋଗ ନିବାରକ ଅଟେ ।

ବ୍ୟବହାର[ସମ୍ପାଦନା]

ଏହାର ମଞ୍ଜିକୁ ଔଷଧ ରୂପେ ବ୍ୟବହାର କରାଯାଏ। ଏହାର ତୈଳ ଧବଳକୁଷ୍ଠକୁ ନିବାରଣ କରିଥାଏ। କେଶ ତୈଳ ପ୍ରସ୍ତୁତିରେ ଏହା ପ୍ରଧାନ ଭେଷଜ ରୂପେ ବ୍ୟବହୃତ ହୋଇଥାଏ । ଚିରେଇତା ସହିତ ଏହାକୁ ସିଝାଇ ସେବନ କଲେ ଜ୍ୱରଛାଡ଼ିଯାଏ। ବିବିଧ ଚର୍ମରୋଗ, ଭଗନ୍ଦର, କେଶର ରୋଗ, କ୍ଷତ ଧନୁଷ୍ଟଙ୍କାର ଓ ଅପସ୍ମାର ଆଦି ବାତରେ ଏହା ପ୍ରୟୋଗ କରାଯାଏ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି