ବାକୁଚୀ
ଦେଖଣା
| ବାକୁଚୀ | |
|---|---|
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Genus: | |
| Species: | P. corylifolia
|
| Binomial name | |
| Psoralea corylifolia | |
ବାକୁଚୀ ଏକ ଔଷଧୀୟ ଛୋଟ ଗଛ । ଏହାର ଫୁଲରେ ଭର୍ତ୍ତି ହୋଇଥିବା ମଞ୍ଜିକୁ ବାକୁଚୀ କହନ୍ତି ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]| ପ୍ରାଦେଶିକ ଭାଷା | ନାମ |
|---|---|
| ସଂସ୍କୃତ | ସୋମ, ସୋମରାଜୀ, ମେସିକା, ସୋମା, କୃଷ୍ଣଫଳା, ଅବଳଗୁଜ, ରୁପର୍ଣ୍ଣିକ, କାଳମଷୀ, ଶଶିଲେଖା ଓ କୁଷ୍ଠଘ୍ନୀ |
| ହିନ୍ଦୀ | ବୁଚକୀଦାନା ଓ ବାବଚୀ |
| ତେଲୁଗୁ | ନେଲାଜରେଲ ଓ ତିତପ ଚୋଗେ |
| ବଙ୍ଗଳା | ହାକୁଚ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଏହା ରୁକ୍ଷ, ସାରକ, ମଧୁରରସ, ଗୁରୁପାକ, କେଶ ଓ ମସ୍ତିସ୍କର ହିତକର, ଅଗ୍ନିବର୍ଧକ, କାନ୍ତିକାରକ ତଥା କାଶ, ଶ୍ୱାସ, କଣ୍ଡୁ, କୁଷ୍ଠ, ଜ୍ୱର, ଆମ, ଶୋଥ, ପାଣ୍ଡୁ, ଶିରପୀଡ଼ା, କେଶର ଅକାଳ ପକ୍ୱତା, କେଶ ଉପୁଡା, କୃମି, ଧବଳକୁଷ୍ଠ ଓ ପିତ୍ତ ପ୍ରକୋପ ଆଦି ରୋଗ ନିବାରକ ଅଟେ ।
ବ୍ୟବହାର
[ସମ୍ପାଦନା]ଏହାର ମଞ୍ଜିକୁ ଔଷଧ ରୂପେ ବ୍ୟବହାର କରାଯାଏ। ଏହାର ତୈଳ ଧବଳକୁଷ୍ଠକୁ ନିବାରଣ କରିଥାଏ। କେଶ ତୈଳ ପ୍ରସ୍ତୁତିରେ ଏହା ପ୍ରଧାନ ଭେଷଜ ରୂପେ ବ୍ୟବହୃତ ହୋଇଥାଏ । ଚିରେଇତା ସହିତ ଏହାକୁ ସିଝାଇ ସେବନ କଲେ ଜ୍ୱରଛାଡ଼ିଯାଏ। ବିବିଧ ଚର୍ମରୋଗ, ଭଗନ୍ଦର, କେଶର ରୋଗ, କ୍ଷତ ଧନୁଷ୍ଟଙ୍କାର ଓ ଅପସ୍ମାର ଆଦି ବାତରେ ଏହା ପ୍ରୟୋଗ କରାଯାଏ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି