ଜିଫୋଡିନିଆ
Xiphodynia | |
---|---|
Painful xiphoid syndrome, xiphoid syndrome, xiphoidalgia | |
ଲକ୍ଷଣ | Pain around the xiphoid process when touched[୧] |
କାରଣ | Generally unknown[୨] |
ବିପଦ କାରକ | Injury to the area[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms after ruling out other possible causes[୩] |
ସଠିକ ରୋଗ ନିର୍ଣ୍ଣୟ | GERD, stomach ulcers, gallstones, heart disease[୩] |
ଚିକିତ୍ସା | Simple pain medication, corticosteroids injections, surgical removal[୧][୩] |
Prognosis | Typically gets better with time[୧] |
ପୁନଃପୌନିକ | Rare[୩] |
ଜିଫୋଡିନିଆ ହେଉଛି ଏକ ଅବସ୍ଥା ଯେଉଁଥିରେ ଜିଫଏଡ ପ୍ରୋସେସ ବା ଜିଫି ସ୍ଟରନମ ଚାରି ପାଖ ସ୍ଥାନରେ ସ୍ପର୍ଶ କଲେ ଯନ୍ତ୍ରଣା ହୁଏ ।[୧] ଏହି ଯନ୍ତ୍ରଣା ଛାତି, ପେଟ କିମ୍ବା ବାହୁର ଅନ୍ୟ ଅଂଶକୁ ପ୍ରେରିତ ହୋଇପାରେ ।[୩] ଆଗକୁ ନଇଁଲେ କିମ୍ବା ଅତ୍ୟଧିକ ଖାଇବା ଦ୍ୱାରା ଯନ୍ତ୍ରଣା ଅଧିକ ଖରାପ ହୋଇପାରେ ।[୩] ବେଳେବେଳେ ଅଇ ହୁଏ କିମ୍ବା ବାନ୍ତି ହୋଇପାରେ ।[୪]
ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ ଯଦିଓ ସେହି ଅଞ୍ଚଳରେ ଆଘାତ ହେବା ପରେ ଅସୁବିଧା କଥା ରିପୋର୍ଟ କରାଯାଇଛି । [୨] [୩] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଓଷ୍ଟିଓଆର୍ଥ୍ରାଇଟିସ୍ କିମ୍ବା ଜିଫିଷ୍ଟର୍ନମ ଗଣ୍ଠିରେ ପ୍ରଦାହଜନକ ଆର୍ଥ୍ରାଇଟିସ୍ ଥାଇପାରେ ।[୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣଗୁଡିକ ଏଡ଼ାଇ ଦିଆଯିବା ପରେ ଜିଫୋଏଡକୁ ଠେଲିଲେ ରୋଗର ପୁନଃ ପ୍ରକାଶ ହେଲେ ରୋଗ ନିର୍ଣ୍ଣୟ କରାଯାଏ ।[୩] ସମାନ ଭାବରେ ଉପସ୍ଥାପିତ ଅନ୍ୟ ରୋଗମାନଙ୍କର ନାମ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ, ପାକସ୍ଥଳୀ ଘାଆ, ପିତ୍ତାସ୍ମରୀ ଏବଂ ହୃଦରକ୍ତନାଳୀ ରୋଗ ।[୩]
ସାଧାରଣତଃ ସରଳ ଯନ୍ତ୍ରଣା ଔଷଧ ଦେଇ ଚିକିତ୍ସା କରାଯାଏ ।[୧] କ୍ୱଚିତ୍ କର୍ଟିକୋଷ୍ଟେରଏଡ ଇଞ୍ଜେକସନ କିମ୍ବା ଅସ୍ତ୍ରୋପଚାର ଅପସାରଣ କରାଯାଇପାରେ ।[୧] [୩] ଏହା କିଛି ସପ୍ତାହରୁ କିଛି ମାସ ମଧ୍ୟରେ ଏହା ଭଲ ହୋଇଯାଏ ।[୧] [୨]
ଜିଫୋଡିନିଆ ଏକ ବିରଳ ରୋଗ ଅଟେ ।[୩] ଏହା ପ୍ରଥମେ ୧୭୧୨ ମସିହାରେ ବର୍ଣ୍ଣନା କରାଯାଇଥିଲା । [୫] ଏହି ଶବ୍ଦଟି ଗ୍ରୀକ୍ କାର୍ଯ୍ୟ "ଜିଫୋସ୍" ରୁ ଆସିଛି ଯାହାର ଅର୍ଥ ଖଣ୍ଡା ଏବଂ "ଓଡାଇନ୍" ଯାହାର ଅର୍ଥ ଯନ୍ତ୍ରଣା ।[୫] [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Mott, T; Jones, G; Roman, K (1 July 2021). "Costochondritis: Rapid Evidence Review". American family physician. 104 (1): 73–78. PMID 34264599.
- ↑ ୨.୦ ୨.୧ ୨.୨ Dolin, Simon J.; Padfield, Nicholas L. (2004). Pain Medicine Manual (in ଇଂରାଜୀ). Butterworth-Heinemann. p. 116. ISBN 978-0-7506-5617-7. Archived from the original on 2023-02-01. Retrieved 2023-01-31.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Noor, N; Amgalan, A; Vij, N; Habib, K; Anantuni, L; An, D; Kassem, H; Paladini, A; Varrassi, G (2022). "Treatment and Management of Xiphoidalgia". Orthopedic reviews. 14 (3): 37070. doi:10.52965/001c.37070. PMID 36034722.
- ↑ Goodman, Catherine C.; Heick, John; Lazaro, Rolando T. (29 April 2017). Differential Diagnosis for Physical Therapists- E-Book (in ଇଂରାଜୀ). Elsevier Health Sciences. p. 667. ISBN 978-0-323-47848-9. Archived from the original on 1 February 2023. Retrieved 31 January 2023.
- ↑ ୫.୦ ୫.୧ Migliore, M; Signorelli, M (25 April 2012). "Episodic abdominal and chest pain in a young adult". JAMA. 307 (16): 1746–7. doi:10.1001/jama.2012.506. PMID 22535859.
- ↑ "xiphoid | Etymology, origin and meaning of xiphoid by etymonline". www.etymonline.com (in ଇଂରାଜୀ). Archived from the original on 15 June 2022. Retrieved 31 January 2023.