Jump to content

ଦିଲୀପ କୁମାର ସ୍ୱାଇଁ

ଉଇକିପିଡ଼ିଆ‌ରୁ
ଦିଲୀପ କୁମାର ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନ (1971-11-02) ୨ ନଭେମ୍ବର ୧୯୭୧ (ବୟସ ୫୩)
ଜଳପୋକ, କରିଲୋପାଟଣା, କେନ୍ଦ୍ରାପଡ଼ା
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସାହିତ୍ୟ ସ୍ରୋତ, ଉତ୍ତର ଆଧୁନିକ କାବ୍ୟଧାରା
ପିତାମାତାପ୍ରାଣକୃଷ୍ଣ ସ୍ୱାଇଁ (ପିତା), ନିର୍ମଳା ସ୍ୱାଇଁ (ମାତା)

ଦିଲୀପ କୁମାର ସ୍ୱାଇଁ (ଜନ୍ମ: ୨ ନଭେମ୍ବର ୧୯୭୧) ଜଣେ ଓଡ଼ିଆ ପ୍ରାବନ୍ଧିକ, କବି ଓ ସମାଲୋଚକ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଦିଲୀପ କେନ୍ଦ୍ରାପଡ଼ା ଜିଲ୍ଲାର କରିଲୋପାଟଣା ଅନ୍ତର୍ଗତ ଜଳପୋକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କରିଲୋପାଟଣାର ଜୟରାମ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର, ଚଉଠ ଶତକର ଓଡ଼ିଆ କବିତା : ସ୍ୱର ଓ ସ୍ୱାକ୍ଷର ଶୀର୍ଷକ ନିବନ୍ଧ ମାଧ୍ୟମରେ ପିଏଚ୍ ଡି ଓ ପଚାଶ ବର୍ଷର ଓଡ଼ିଆ କବିତା ଏକ ଅର୍ଥନୀତିକ ଓ ସାମାଜିକ ସମୀକ୍ଷା ନିବନ୍ଧ ଉପସ୍ଥାପନ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ଉପାଧି ଲାଭ କରିଥିଲେ । ୧୯୯୪ରୁ ଅଧ୍ୟାପନା ଆରମ୍ଭ କରି ସେ ପାରାଦୀପ ମହାବିଦ୍ୟାଳୟ, ଭଦ୍ରକ ମହାବିଦ୍ୟାଳୟ, ବାରିପଦା ମହାରାଜା କନିଷ୍ଠ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପନା କରିଆସିଛନ୍ତି। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ମିଥ୍ କବିତା, ମହାଯାତ୍ରା, ଓଡ଼ିଆ କ୍ଲାସିକ୍ କବିତା, ପଦ୍ମମାଳୀ, ପଞ୍ଚସ୍ୱର, ଈପସିତା (ଗଳ୍ପ ବିଶେଷାଙ୍କ), ଈପସିତା (ପ୍ରବନ୍ଧ ବିଶେଷାଙ୍କ), କବିତାରେ ପୁରୀ, ସ୍ୱରାଜଲକ୍ଷ୍ମୀ ମିଶ୍ରଙ୍କ କଥାକଳ୍ପ ଇତ୍ୟାଦି ଗ୍ରନ୍ଥ ସେ ସମ୍ପାଦନା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ପକ୍ଷୀ ପରକୀୟା
  • ଯୋଗୀଗୀତ
  • ଧାନଫୁଲ କାନଫୁଲ
  • ପାଣିବୁନ୍ଦାକୁ ଲୁହବୁନ୍ଦା[]

ସମାଲୋଚନା

[ସମ୍ପାଦନା]
  • ସାହିତ୍ୟ ସ୍ରୋତ
  • ଉତ୍ତର ଆଧୁନିକ କାବ୍ୟଧାରା
  • ଲୋକ ଜୀବନ ଓ ଲୋକ ସାହିତ୍ୟ
  • ନୂଆ କବିତାର ନକ୍ସା
  • କାରାଗାରରୁ କୁଆଁତାରା
  • ବାମା ବିମର୍ଷ
  • ବିଂଶରୁ ଏକବିଂଶ[]
  • ସାହିତ୍ୟ ସ୍ୱରୂପ
  • ପ୍ରାଚ୍ୟ ପାଶ୍ଚାତ୍ୟ ଓ ପ୍ରାଦେଶିକ ସାହିତ୍ୟ ତତ୍ତ୍ୱ
  • ବିଦଗ୍ଧ କାବ୍ୟବୋଧ
  • ଆଧୁନିକ ଓଡ଼ିଆ କବିତା
  • ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉରରାୟ
  • କୁସୁମାଞ୍ଜଳୀ ଓ ଗୀତାଞ୍ଜଳି
  • ସମକାଳୀନ ଓଡ଼ିଆ ଗଳ୍ପ: ସ୍ୱପ୍ନ, ସମ୍ଭାବନା ଓ ସତ୍ୟପାଠ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଜନସୁଧା ପ୍ରତିଭା ସମ୍ମାନ, କଟକ
  • କେନ୍ଦ୍ରାପଡ଼ ସାହିତ୍ୟ ସଂସଦ ସମ୍ମାନ
  • ପୁନର୍ନବା ସାହିତ୍ୟ ସଂସଦ, ଚାନ୍ଦୋଳ
  • ଧାନଫୁଲ ସମ୍ମାନ, ଭଦ୍ରକ
  • ଓଡ଼ିଆ ପର୍ବ ସମ୍ମାନ
  • ଭାରତୀୟ ଭାଷା ପରିଷଦ ଯୁବ ସମ୍ମାନ
  • ଲେଖାଲେଖି ଯୁବ ପୁରସ୍କାର
  • ଅଭିନନ୍ଦନିକା ସମ୍ମାନ, ପୁରୀ
  • ଓଡ଼ିଶା ବହିମେଳା ଯୁବ ସାରସ୍ୱତ ସମ୍ମାନ
  • ଝଙ୍କାର ପ୍ରବନ୍ଧ ପୁରସ୍କାର
  • ସାଧନା ସାରସ୍ୱତ ସମ୍ବର୍ଦ୍ଧନା, କୋଣାର୍କ
  • ଚିତ୍ର ସାହିତ୍ୟ ସମ୍ମାନ
  1. https://dharitriepaper.in/edition/17041/chhutidina/page/6#
  2. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୨୪. ISBN 81-7586-097-9.
  3. https://dharitriepaper.in/edition/11895/bhubaneswar/page/17