Jump to content

ମେଦବହୁଳ ସ୍ୱଳ୍ପ ସଂବାତନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Obesity hypoventilation syndrome
Pickwickian syndrome
Obesity hypoventilation syndrome often improves with positive airway pressure treatment administered overnight by a machine such as this device
ବିଭାଗRespirology
ଲକ୍ଷଣSnoring, daytime sleepiness, morning headaches, shortness of breath[]
କାରଣObesity and obstructive sleep apnea (OSA)[]
ରୋଗ ନିର୍ଣ୍ଣୟ ପଦ୍ଧତିCO2 > 45 mmHg, sleep study[]
ସଠିକ ରୋଗ ନିର୍ଣ୍ଣୟCOPD, hypothyroidism[]
ଚିକିତ୍ସାCPAP, weight loss[][]
PrognosisShorter life expectancy[]
ପୁନଃପୌନିକ4 per 1,000 people[]

ମେଦବହୁଳ ସ୍ୱଳ୍ପ ସଂବାତନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Obesity hypoventilation syndrome/ OHS ) ହେଉଛି ମେଦ ବ‌ହୁଳତା ଯୋଗୁ ଯଥେଷ୍ଟ ପ୍ରଶ୍ୱାସ ନେବାରେ ବିଫଳତା ହୁଏ ଯାହା ଦିନରେ ଅଧିକ ରକ୍ତ କାର୍ବନ ଡାଇଅକ୍ସାଇଡ୍ (CO 2 ) ସ୍ତର ସୃଷ୍ଟି କରିଥାଏ ।[] [] ଏହାର ଲକ୍ଷଣ ମଧ୍ୟରେ ଘୁଙ୍ଗୁଡ଼ି ମାରିବା, ଦିନବେଳା ନିଦ୍ରାଳୁ ଭାବ, ସକାଳ ବେଳା ମୁଣ୍ଡବିନ୍ଧା ଏବଂ ଅଣନିଶ୍ୱାସ ହୋଇପାରେ ।[] ରୋଗ ଜଟିଳ ହେଲେ ହୃଦ୍‌ପାତ, କରୋନାରୀ ଧମନୀ ରୋଗ ଏବଂ ଫୁସଫୁସ ଉଚ୍ଚ ରକ୍ତଚାପ ହୋଇପାରେ ।[]

ଏହାର କାରଣ ସାଧାରଣତଃ ମେଦବହୁଳତା ଏବଂ ପ୍ରତିରୋଧୀ ନିଦ୍ରା ଶ୍ୱାସରୋଧ (OSA) ମିଶ୍ରଣ ଯୋଗୁ ହୁଏ ।[] ୪୫ ମିମିରୁ ଅଧିକ କାର୍ବନ ଡାଇଅକ୍ସାଇଡ (CO2)ଥିବା ଉପରେ ନିର୍ଣ୍ଣୟ କରାଯାଏ ଓ କ୍ରନିକ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ (COPD) ପରି ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ବାଦ ଦେବା ପରେ ଏକ ଶୋଇବା ଅଧ୍ୟୟନ କଲେ ଏହି ରୋଗ ନିର୍ଣ୍ଣୟ ହୁଏ ।[] [] ଅନ୍ୟ ଚିହ୍ନଗୁଡିକ ମଧ୍ୟରେ ଏସପିଓ୨ (SpO2) ୯୪% ତଳେ ଓ ସେରମ୍ ବାଇକାର୍ବୋନେଟ ୨୭ ଏମଇକ୍ୱୁ/ଲି (mEq / L) ଉପରେ ଥାଇପାରେ।[]

ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ରାତିରେ କ୍ରମାଗତ ସକରାତ୍ମକ ବାୟୁପଥ ଚାପ (CPAP) କରାଯାଇଥାଏ ।[] [] ଦୀର୍ଘକାଳୀନ ସବୁଠାରୁ ପ୍ରଭାବଶାଳୀ ମାପ ହେଉଛି ଓଜନ ହ୍ରାସ ଯଦିଓ ଏହା ହାସଲ କରିବାକୁ ବାରିଆଟ୍ରିକ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[] ଅତିକମରେ ୨୫% ଓଜନ ହ୍ରାସ କଲେ ଏହି ବ୍ୟାଧିର ସମାଧାନ ହୋଇପାରେ ।[] ଓଜନ ହ୍ରାସ ନ କଲେ ଆୟୁଷ କମିଯାଏ ।[]

ମେଦବହୁଳ ସ୍ୱଳ୍ପ ସଂବାତନ ସିଣ୍ଡ୍ରୋମ ମେଦବହୁଳ ହାଇପୋଭେଣ୍ଟିଲେସନ୍ ସିଣ୍ଡ୍ରୋମ ଯୋଗୁ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୪ଜଣ ପ୍ରଭାବିତ ହୋଇଥାଆନ୍ତି ।[] ବୟସ ବୃଦ୍ଧି ସହିତ ଅବସ୍ଥା ଅଧିକ ସାଧାରଣ ହୋଇଯାଏ ।[] ଏହା ପ୍ରଥମେ ୧୯୫୬ ମସିହାରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ଏବଂ ଡିକେନ୍ସିଆନ୍ ଚରିତ୍ରକୁ ଦର୍ଶାଇ "ପିକୱିକିଆନ୍ ସିଣ୍ଡ୍ରୋମ" ଭାବରେ ଜଣାଶୁଣା ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Antoine, M; Sankari, A; Bollu, PC (January 2022). "Obesity-Hypoventilation Syndrome". StatPearls. PMID 29493925.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Masa, JF; Pépin, JL; Borel, JC; Mokhlesi, B; Murphy, PB; Sánchez-Quiroga, MÁ (31 March 2019). "Obesity hypoventilation syndrome". European respiratory review : an official journal of the European Respiratory Society. 28 (151). doi:10.1183/16000617.0097-2018. PMID 30872398.
  3. ୩.୦ ୩.୧ ୩.୨ Mokhlesi, B; Masa, JF; Brozek, JL; Gurubhagavatula, I; Murphy, PB; Piper, AJ; Tulaimat, A; Afshar, M; Balachandran, JS (1 August 2019). "Evaluation and Management of Obesity Hypoventilation Syndrome. An Official American Thoracic Society Clinical Practice Guideline". American Journal of Respiratory and Critical Care Medicine. 200 (3): e6–e24. doi:10.1164/rccm.201905-1071ST. PMC 6680300. PMID 31368798.
  4. ୪.୦ ୪.୧ ୪.୨ Olson AL, Zwillich C (2005). "The obesity hypoventilation syndrome". Am. J. Med. 118 (9): 948–56. doi:10.1016/j.amjmed.2005.03.042. PMID 16164877.