Jump to content

ଶ୍ରୀବତ୍ସ ପ୍ରଧାନ

ଉଇକିପିଡ଼ିଆ‌ରୁ
ଶ୍ରୀବତ୍ସ ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ (1947-02-24) ୨୪ ଫେବୃଆରୀ ୧୯୪୭ (ବୟସ ୭୭)
ବୁଦୁଲିମୁଣ୍ଡ, ଆଠମଲ୍ଲିକ, ଅନୁଗୋଳ
ଭାଷାଓଡ଼ିଆ
ସାହିତ୍ୟ କୃତିଈଶ୍ୱର ଅଛନ୍ତି କି ?
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ, ସମ୍ବର୍ଦ୍ଧନା ୨୦୧୧

ଶ୍ରୀବତ୍ସ ପ୍ରଧାନ (ଜନ୍ମ: ୨୪ ଫେବୃଆରୀ ୧୯୪୭) ଜଣେ ଓଡ଼ିଆ କବି, ପ୍ରାବନ୍ଧିକ ଓ ଗାଳ୍ପିକ । ସେ ଅନୁଗୋଳ ଜିଲ୍ଲାଆଠମଲ୍ଲିକ ଅନ୍ତର୍ଗତ ବୁଦୁଲିମୁଣ୍ଡରେ ଜନ୍ମଗ୍ରହଣ କରିଥିଲେ । ସେ 'ତ୍ରିଧାରା ସାହିତ୍ୟ ସଂସଦ' ବଇଣ୍ଡାର ସଭାପତି ରହିବା ସମେତ ବହୁ ଅନୁଷ୍ଠାନ ସହ ସାରସ୍ୱତ ସଂପୃକ୍ତ ଥିଲେ । ନିଜ ସାହିତ୍ୟ କୃତି ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ଭାବେ ସମ୍ବର୍ଦ୍ଧିତ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଶ୍ରୀବତ୍ସ ପ୍ରଧାନ ୧୯୪୭ ଫେବୃଆରୀ ୨୪ରେ ଅନୁଗୋଳ ଜିଲ୍ଲାସ୍ଥିତ ଆଠମଲ୍ଲିକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାଧୁଚରଣ ଓ ମାତାଙ୍କ ନାମ ହାରାବତୀ ପ୍ରଧାନ । ସେ ରେଭେନ୍ସା ମହାବିଦ୍ୟାଳୟରୁ କଳାରେ ସ୍ନାତକ (ସମ୍ମାନ) ଓ ଅନୁଗୋଳର ବେସିକ ଟ୍ରେନିଂ କଲେଜରୁ ଶିକ୍ଷାରେ ସ୍ନାତକ (B.Ed.) ଶିକ୍ଷାଲାଭ କରିଥିଲେ । ପରେ ସେ ଶିକ୍ଷକତା ବୃତ୍ତିରେ ୧୯୬୯ରେ ଯୋଗ ଦେଇ ୨୦୦୫ରେ ଅବସର ନେଇଥିଲେ ।

ରଚନାବଳୀ

[ସମ୍ପାଦନା]
  • ବିବର୍ଣ୍ଣ ଉପତ୍ୟକା (୧୯୮୭, ଶିଶୁ ଉପନ୍ୟାସ)
  • ତୋହଲାଗି ଅବତାର (ଉପନ୍ୟାସ)
  • ଆସ ସ୍ୱର୍ଗ ଗଢ଼ିବା (ଉପନ୍ୟାସ)
  • ସୃଷ୍ଟି ସୁରକ୍ଷା ସୂତ୍ର (ପ୍ରବନ୍ଧ)
  • ଉର୍ଦ୍ଧ୍ୱଗାମୀ (କବିତା)
  • ଈଶ୍ୱର ଅଛନ୍ତି କି? (ପ୍ରବନ୍ଧ)
  • ପିଲାଙ୍କ ଗୀତମୁଣି (ଶିଶୁ କବିତା)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ୨୫ ଜୁଲାଇ ୨୦୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ଓ ସମ୍ବର୍ଦ୍ଧିତ (୨୦୧୧ ପାଇଁ)
  • ପ୍ରାବନ୍ଧିକ ଭାବେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ଦ୍ୱାରା ସମ୍ବର୍ଦ୍ଧିତ
  • ପଞ୍ଚଧାରା ସାହିତ୍ୟ ସଂସଦ, ଆଠମଲ୍ଲିକ ଦ୍ୱାରା ସମ୍ବର୍ଦ୍ଧିତ
  • ମୌସୁମୀ ପ୍ରଧାନ ସ୍ମାରକୀ ଫାଉଣ୍ଡେସନ, ଆଠମଲ୍ଲିକ ଦ୍ୱାରା ଶିଶୁ ସାହିତ୍ୟିକ ଓ ଔପନ୍ୟାସିକ ଭାବେ ସମ୍ବର୍ଦ୍ଧିତ
  • ପଦ୍ମଲୋଚନ ପାଠାଗାର, ବାଲେଶ୍ୱର ଦ୍ୱାରା ସାରସ୍ୱତ ପଦ୍ମ ସମ୍ମାନରେ ସମ୍ବର୍ଦ୍ଧିତ
  • ମହାନଦୀ ଉଚ୍ଚ ବିଦ୍ୟାଳୟ, ହଣ୍ଡପାରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ମହାମହିମ ରାଜ୍ୟପାଳଙ୍କ ଠାରୁ ମାନପତ୍ର ଗ୍ରହଣ
  • ମହାନଦୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ
  • ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା ଦ୍ୱାରା ତ୍ରିଧାରା ସମ୍ମାନରେ ସମ୍ମାନୀତ
  • ପବିତ୍ର ମୋହନ ସ୍ମୃତି ସମ୍ମାନ - ୨୦୨୧ରେ ସମ୍ମାନୀତ
  • ଭାଇ ଭଉଣୀ ସାହିତ୍ୟ ସଂସ୍କୃତି ସାହିତ୍ୟ ସଂସଦ, ବୁଢ଼ାପାଳ, ଦେବଗଡ଼
  1. "ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ସାହିତ୍ୟିକା". Odisha Sahity Akademi.