Jump to content

ଜନ୍ମଗତ ଫୁସଫୁସ ବାୟୁପଥ ବିକୃତି

ଉଇକିପିଡ଼ିଆ‌ରୁ
Congenital pulmonary airway malformation
Congenital cystic adenomatoid malformation (CCAM)[]
ବିଭାଗMedical genetics
ଲକ୍ଷଣNone, increased work of breathing, bluish skin, swelling[]
ଆକ୍ରାନ୍ତ ସମୟPresent at birth[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound before birth[]
ସଠିକ ରୋଗ ନିର୍ଣ୍ଣୟPulmonary sequestration, congenital lobar emphysema, pleuropulmonary blastoma[]
ଚିକିତ୍ସାConservative, surgery[]
ପୁନଃପୌନିକ1 in 23,000 newborns[]

ଜନ୍ମଗତ ଫୁସଫୁସ ବାୟୁପଥ ବିକୃତି ( CPAM ) ହେଉଛି ଫୁସଫୁସର ଏକ ଆଜନ୍ମ ତୃଟି[] ଏହାର ଲକ୍ଷଣଗୁଡ଼ିକ ଭିନ୍ନ ଭିନ୍ନ ହୋଇପାରେ, କିଛି ନଥାଇ ବି ପାରେ, ଶ୍ୱାସକ୍ରିୟା ଅଧିକ ହୋଇପାରେ, ନୀଳ ଚର୍ମ ଏବଂ ଫୁଲା ହୋଇପାରେ । ରୋଗ ଜଟିଳ ହେଲେ ନିମୋନିଆ, ନିମୋଥୋରାକ୍ସ କିମ୍ବା କର୍କଟ ରୋଗ ହୋଇପାରେ । ଏମାନଙ୍କ ମଧ୍ୟରୁ ପ୍ରାୟ ୫% ମୃତ ପ୍ରସବ ହୋଇଥାଏ ।[]

ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ ।[] [] ଅନ୍ତର୍ନିହିତ ପ୍ରଣାଳୀରେ ପ୍ରାରମ୍ଭିକ ବିକାଶ ସମୟରେ ଅଣ-କାର୍ଯ୍ୟକ୍ଷମ ଫୁସଫୁସ ତନ୍ତୁ ଗଠନ ହୋଇଥାଏ ।[] ଏହା ପାଞ୍ଚ ପ୍ରକାର ଅଛି: ଟାଇପ୍ ୧ ସବୁଠାରୁ ସାଧାରଣ ଏବଂ ଫୁସଫୁସର ଗୋଟିଏ ଲୋବକୁ ପ୍ରଭାବିତ କରେ ଏବଂ ଟାଇପ୍ ୨ ଅତି ସାଧାରଣ ଏବଂ ଏକାଧିକ ଛୋଟ ସିଷ୍ଟ ସହିତ ଘଟିଥାଏ । ଅନ୍ୟ ପ୍ରକାରଗୁଡିକ କମ୍ ସାଧାରଣ ଅଟେ | ଏହା ଜନ୍ମଗତ ଥୋରାସିକ୍ ବିକୃତି ଭାବରେ ଶ୍ରେଣୀଭୁକ୍ତ ହୋଇଛି ଯାହା ସ‌ହିତ ବ୍ରୋଙ୍କୋଜେନିକ୍ ସିଷ୍ଟ ଏବଂ ଫୁସଫୁସ ସିକ୍ୱେଷ୍ଟ୍ରେସନ୍ ସହିତ ଥାଇପାରେ । ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।

ଜନ୍ମ ପୂର୍ବରୁ ନିର୍ଣ୍ଣୟ ହୋଇପାରିଲେ ଷ୍ଟିରଏଡ କିମ୍ବା ଭ୍ରୁଣ ଅସ୍ତ୍ରୋପଚାର କରି ଫଳାଫଳକୁ ଉନ୍ନତ କରାଯାଇପାରେ ।[] [] ଜନ୍ମ ପରେ ଲକ୍ଷଣ ଦେଖାଗଲେ କିମ୍ବା ଫୁସଫୁସର ୨୦%ରୁ ଅଧିକ ଜଡ଼ିତ ଥିଲେ ସାଧାରଣତଃ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଏ । ଅନ୍ୟଥା ଅସ୍ତ୍ରୋପଚାର କିମ୍ବା ରକ୍ଷଣଶୀଳ ପରିଚାଳନା ପାଇଁ ସୁପାରିଶ କରାଯାଇପାରେ । ଟାଇପ ୧ର ସାଧାରଣତଃ ଭଲ ଫଳାଫଳ ଥିବାବେଳେ ଟାଇପ ୨ ସାଧାରଣତଃ ଖରାପ ଫଳାଫଳ ଥାଏ ।

ଏହା ଏକ ବିରଳ ରୋଗ ଯାହା ୧୦,୦୦୦ରୁ ୩୫,୦୦୦ ନବଜାତ ଶିଶୁମାନଙ୍କ ମଧ୍ୟରୁ ଗୋଟିଏ ଶିଶୁଠାରେ ଦେଖାଯାଏ ।[] ଫୁସଫୁସ ପ୍ରଭାବିତ ହେଉଥିବା ଦୋଷମାନଙ୍କ ମଧ୍ୟରୁ ଏହା ହେଉଛି ଏକ ସାଧାରଣ ଜନ୍ମ ଦୋଷ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହି ରୋଗ ପ୍ରଥମେ ୧୯୪୯ ମସିହାରେ ବର୍ଣ୍ଣନା କରାଯାଇଥିଲା ଏବଂ ୧୯୭୭ରେ ଏହାକୁ ୫ ପ୍ରକାରରେ ବିଭକ୍ତ କରାଯାଇଥିଲା । [] []

  1. "Orphanet: Cystic adenomatoid malformation of the lung". www.orpha.net. Archived from the original on 28 August 2021. Retrieved 10 February 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Mehta, PA; Sharma, G (January 2020). "Congenital Pulmonary Airway Malformation". PMID 31869128. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ "Congenital Pulmonary Airway Malformation (CPAM) | Fetal Care Center". www.cincinnatichildrens.org. Archived from the original on 16 January 2021. Retrieved 11 February 2021.
  4. ୪.୦ ୪.୧ ୪.୨ ୪.୩ Davenport, Mark; Coppi, Paolo De (2021). Paediatric Surgery (in ଇଂରାଜୀ). Oxford University Press. p. 144. ISBN 978-0-19-879869-9. Archived from the original on 2021-08-28. Retrieved 2021-02-11.
  5. Sellke, Frank; Nido, Pedro J. del; Swanson, Scott J. (2015). Sabiston and Spencer Surgery of the Chest E-Book (in ଇଂରାଜୀ). Elsevier Health Sciences. p. 166. ISBN 978-0-323-39377-5. Archived from the original on 2021-08-28. Retrieved 2021-02-11.