ସୁଲଗ୍ନା ମହାନ୍ତି
ଦେଖଣା
ସୁଲଗ୍ନା ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୩ ମାର୍ଚ୍ଚ ଭବାନୀପାଟଣା, କଳାହାଣ୍ଡି |
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ଶିକ୍ଷା | ଇଂରାଜୀରେ ପିଏଚ୍.ଡି. |
ଶିକ୍ଷାନୁଷ୍ଠାନ | ଆଇଆଇଟି, ଭୁବେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଫାଲଗୁନ ଚୈତ୍ର ନାଲିଚୁଡ଼ା (ଗଳ୍ପ ସଂକଳନ) |
ଜୀବନସାଥୀ | ରିତ୍ୱିକ ପଟ୍ଟନାୟକ |
ଦସ୍ତଖତ |
ସୁଲଗ୍ନା ମହାନ୍ତି ଜଣେ ଭାରତୀୟ ପ୍ରାଧ୍ୟାପିକା ଏବଂ ଓଡ଼ିଆ-ଭାଷୀ ଲେଖିକା, ଔପନ୍ୟାସିକା, ଚିତ୍ରନାଟ୍ୟ ଲେଖିକା ତଥା କାହାଣୀକାର । ତାଙ୍କ ରଚିତ କାହାଣୀକୁ ନେଇ ଓଡ଼ିଆ କଥାଚିତ୍ର ଫାଲଗୁନ ଚୈତ୍ର ନିର୍ମତ ହୋଇଥିଲା ।[୧]
ଜୀବନୀ
[ସମ୍ପାଦନା]ସୁଲଗ୍ନା ଭବାନୀପାଟଣାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ଆଇଆଇଟି ଭୁବନେଶ୍ୱରରୁ ପିଏଚ୍ଡି କରିଛନ୍ତି ।
ସାହିତ୍ୟକୃତି
[ସମ୍ପାଦନା]ସେ ସୋସିଆଲ୍ ମିଡ଼ିଆ ଜରିଆରେ ପ୍ରଥମେ କ୍ଷୁଦ୍ର ଗପ ଲେଖିବା ଆରମ୍ଭ କରି[୨] ପରେ ଦୈନିକ ସମ୍ବାଦପତ୍ର ସମାଜରେ ସମ୍ପାଦକୀୟ ସ୍ତମ୍ଭ ରଚନା କରିଥିଲେ । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ଜଣାଶୁଣା ପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ ହୋଇଥାଏ । ରେଡିଓ ଚକୋଲେଟ୍ରେ ତାଙ୍କ ଗପଗୁଡ଼ିକର ଆର୍ଜେ ସଂଗ୍ରାମଙ୍କଦ୍ୱାରା ରେକର୍ଡ଼ କରାଯାଇ କଥାଟିଏ ଶୀର୍ଷକରେ ପ୍ରସାରିତ ହେଉଥିଲା ।
ରଚନାବଳୀ
[ସମ୍ପାଦନା]- ନାଲିଚୁଡ଼ା - ୨୦୧୭ (ବର୍ଷା ପବ୍ଲିକେଶନ୍, ଭୁବେଶ୍ୱର)
- ଆନିର ରୋଷେଇ ଘର - ୨୦୧୯ (ଆଦିଶକ୍ତି ପ୍ରକାଶନୀ, ଭବାନୀପାଟଣା)
- ପରିଧି
- ଭାଲୁଗୋଡ଼
- ୯୦'ସ୍ ନୋଷ୍ଟାଲ୍ଜିଆ (ଇଂରାଜୀ ଇ-ବୁକ୍, ଶୁଭପଲ୍ଲବ ପବ୍ଲିକେଶନ)
- ୱାଇଲ୍ଡ ଫ୍ଲାୱାର୍ସ୍ (ଇଂରାଜୀ ଇ-ବୁକ୍, ଶୁଭପଲ୍ଲବ ପବ୍ଲିକେଶନ)
କଥାଚିତ୍ର
[ସମ୍ପାଦନା]- ଫାଲଗୁନ ଚୈତ୍ର - କାହାଣୀ[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା #SheInspiresUs କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ "ଫାଲ୍ଗୁନ ଚୈତ୍ର". ସକାଳ (in Odia). 5 February 2023. Archived from the original on 5 February 2023. Retrieved 5 March 2023.
{{cite news}}
: CS1 maint: unrecognized language (link) - ↑ କୁଷ୍ମାଣ୍ଡ, ଅକାଳ (2019-03-24). "ସୁଲଗ୍ନା ମହାନ୍ତିଙ୍କ ସହ ସାକ୍ଷାତକାର – ଶୁଭପଲ୍ଲବ (Shubhapallaba Odia Magazine) Online Web Portals". ଶୁଭପଲ୍ଲବ (Shubhapallaba Odia Magazine) (in ଆମେରିକୀୟ ଇଂରାଜୀ). Retrieved 2024-03-21.
- ↑ Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
- ↑ "ପ୍ରଧାନମନ୍ତ୍ରୀଙ୍କ #SheInspiresUsରେ ଓଡ଼ିଆ ଲେଖିକା ସୁଲଗ୍ନା ମହାନ୍ତି". Odisha Sambad (in ଆମେରିକୀୟ ଇଂରାଜୀ). 2020-03-06. Archived from the original on 20 April 2020. Retrieved 2024-03-21.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ସୁଲଗ୍ନା ମହାନ୍ତି
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ସୁଲଗ୍ନା ମହାନ୍ତି