ଗନ୍ତାୟତ ଶିବପ୍ରସାଦ
ଶିବ ପ୍ରସାଦ ଗନ୍ତାୟତ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରାୟଗଡ଼ା | ୧୫ ଡିସେମ୍ବର ୧୯୬୯
ମୃତ୍ୟୁ | ୪ ଜାନୁଆରୀ ୨୦୧୦ ରାୟଗଡ଼ା | (ବୟସ ୪୦)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶୈଳୀ | ସାହିତ୍ୟିକ |
ସାହିତ୍ୟ କୃତି | ବ୍ୟଙ୍ଗ ସାହିତ୍ୟ |
ଶିବପ୍ରସାଦ ଗନ୍ତାୟତ (୧୫-୧୨-୧୯୬୯ରୁ ୦୪-୦୧-୨୦୧୦) ରାୟଗଡ଼ା ଜିଲ୍ଲାରେ ଜନ୍ମିତ ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଓ ସ୍ତମ୍ଭକାର ଥିଲେ । ଓଡ଼ିଶାରେ କମ ବୟସରେ ସୃଜନଶୀଳ ବ୍ୟଙ୍ଗ ସାହିତ୍ୟି ସୃଷ୍ଟି କରିଥିବା ଲେଖକଙ୍କ ମଧ୍ୟରେ ସ୍ୱର୍ଗତ ଶିବ ପ୍ରସାଦ ଗନ୍ତାୟତ ଅନ୍ୟତମ ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶିବ ପ୍ରସାଦଙ୍କ ଜନ୍ମ ରାୟଗଡ଼ା ସହରରେ ୧୫ ଡିସେମ୍ବର ୧୯୬୯ ମସିହାରେ ହୋଇଥିଲା । ସେ ରାୟଗଡା LIC ଶାଖା କାର୍ଯ୍ୟାଳୟରେ ଉଚ୍ଚ ଶ୍ରେଣୀ ସହାୟକ ଭାବେ କାର୍ଯ୍ୟରତ ଥିଲେ । ଶାରିରୀକ ଭିନ୍ନକ୍ଷମତା ତାଙ୍କୁ ତାଙ୍କ ସାହିତ୍ୟ ସାଧନା ପଥରେ ଅନ୍ତରାୟ ସୃଷ୍ଟି କରିପାରି ନ ଥିଲା । କମ ବୟସରେ ଶିବ ପ୍ରସାଦଙ୍କ ତିରୋଧାନ ହେତୁ ତାଙ୍କ ସୁସାହିତ୍ୟିକ ଭାଇ ସତ୍ୟନାରାୟଣ ଗନ୍ତାୟତ ଅଦ୍ୟାପି ଶିବପ୍ରସାଦଙ୍କ କୃତିଗୁଡିକୁ ବହି ଆକାରରେ ପ୍ରକାଶ କରି ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି । ରାୟଗଡରେ ଜନ୍ମିତ ଏହି ସାହିତ୍ୟିକ ତାଙ୍କର ଅନ୍ୟାନ୍ୟ ଲେଖା ସହିତ 'ଭିତିରି କଥା', 'ଫମ୍ୟ ରଚନା', 'ବ୍ୟଙ୍ଗ ବଜାର', 'ମନ୍ତ୍ରୀ ଦୁହିତାଙ୍କ ସୟମ୍ବର', 'ବେଙ୍ଗରଡି' ଭଳି ବ୍ୟଙ୍ଗ ରଚନା ପାଠକୀୟ ଆଦୃତି ଲାଭ କରିଛି ।[୩][୪] ଅନେକ ଘାତ ପ୍ରତିଘାତ ମଧ୍ୟରେ ବଞ୍ଚିଥିବା ଶିବପ୍ରସାଦ ନିଜର ଶାଣିତ ବ୍ୟଙ୍ଗ ଓ ରମ୍ୟରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଯାଇଛନ୍ତି ।
ରଚନାବଳୀ
[ସମ୍ପାଦନା]ସ୍ୱଳ୍ପ ଜୀବନ କାଳ ମଧ୍ୟରେ ସେ ସାହିତ୍ୟର ବିଭିନ୍ନ ଦିଗରେ ନିଜର କୃତି ସୃଷ୍ଟି କରିଥିଲେ ବି ବ୍ୟଙ୍ଗ ସାହିତ୍ୟରେ ତାଙ୍କର ଲେଖନୀ ସୁଦୃଢ ଥିଲା ବୋଲି କୁହାଯାଏ । ରମ୍ୟ ରଚନା ବ୍ୟତୀତ ତାଙ୍କର କିଛି ଗଳ୍ପ ସଂକଳନ ଓ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।[୫]ଅନେକ ପ୍ରତିଷ୍ଠିତ ଓ ପରିଚିତ ଅନୁଷ୍ଠାନଦ୍ୱାରା ସମ୍ବର୍ଦ୍ଧିତ ଏବଂ ବ୍ୟଙ୍ଗଶ୍ରୀ ଓ ରସରାଜ ଆଦି ଉପାଧିପ୍ରାପ୍ତ ଶିବପ୍ରସାଦଙ୍କ ସମସ୍ତ ଲେଖା ବିଭିନ୍ନ ବର୍ଗର ପାଠକମାନଙ୍କୁ ଆମୋଦିତ କରିଆସିଛି। ଶିବପ୍ରସାଦଙ୍କ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ଭିତିରି କଥା’, ‘ବଛା ବଛା ହାସ୍ୟ ବ୍ୟଙ୍ଗ’, ‘ଫମ୍ୟ ରଚନା’ ଓ ‘ଏହିପରି କିଛିକଥା’ ଇତ୍ୟାଦି।[୬]
ରମ୍ୟ ରଚନା
[ସମ୍ପାଦନା]- ଭିତିରି କଥା (ରମ୍ୟ ରଚନା ସଂକଲନ)- ୧୯୯୮ (ଫ୍ରେଣ୍ଡସ୍ ପବ୍ଳିଶର୍ସ, କଟକ)
- ଫମ୍ୟ ରଚନା (ରମ୍ୟ ରଚନା ସଂକଲନ)- ୧୯୯୯ (ଫ୍ରେଣ୍ଡସ୍ ପବ୍ଳିଶର୍ସ, କଟକ)
- ଭିତିରି କଥା (ରମ୍ୟରଚନା ସଂକଳନ) - ୧୯୯୮ । ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
- ଫମ୍ୟରଚନା (ରମ୍ୟରଚନା ସଂକଳନ) - ୧୯୯୯ । ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ
- ବ୍ୟଙ୍ଗ ବଜାର (ବ୍ୟଙ୍ଗ ସଂକଳନ) - ୨୦୦୧ ଫ୍ରେଣ୍ଡସ ପବ୍ଲିଶର୍ସ, କଟକ ।
- ମନ୍ତ୍ରୀ ଦୁହିତାଙ୍କ ସ୍ୱୟମ୍ବର (ବ୍ୟଙ୍ଗ ଗଳ୍ପ ସଂକଳନ) - ୨୦୦୨ ସୁଧା ପ୍ରକାଶନ, କଟକ ।
- ଏହିପରି କେତେ କଥା (ବ୍ୟଙ୍ଗ ଉପନ୍ୟାସ) - ୨୦୦୪ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ ।
- ହସାବଳୀ (ହସକଥା ସଂଗ୍ରହ) - ୨୦୦୪ ପ୍ରତୀଚୀ ପ୍ରକାଶନ, ବ୍ରହ୍ମପୁର
- ବେଙ୍ଗ ରଡ଼ି (ବ୍ୟଙ୍ଗ କବିତା ସଂକଳନ) - ୨୦୦୪ ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ ।[୭]
- ହାସ୍ୟବ୍ୟଙ୍ଗ ଆଖଡ଼ା (ହାସ୍ୟ ବ୍ୟଙ୍ଗ ସଂକଳନ) - ୨୦୦୭ ଓଡ଼ିଶା ବୁକ୍ ଷ୍ଟୋର, କଟକ ।
- ରଙ୍ଗାରଙ୍ଗ ବ୍ୟଙ୍ଗ (ବ୍ୟଙ୍ଗ ସଂକଳନ) - ୨୦୧୦ ଫେସ ପବ୍ଲିଶର୍ସ, କଟକ
- ସୌନ୍ଦର୍ଯ୍ୟର କିଣାବିକା ଓ ଅନ୍ୟାନ୍ୟ ବ୍ୟଙ୍ଗ (ଅନୁଦିତ)- ୨୦୧୦ସାଇନାଥ, ଭୁବନେଶ୍ୱର
- ପଲିଟିସର ମହିମା (ନିର୍ବାଚିତ ବ୍ୟଙ୍ଗ) - ୨୦୧୧ସାଇନାଥ ଭୁବନେଶ୍ୱର
- ଲେଖକକୁ ପାଗଳ କଲା କିଏ ? (ହାସ୍ୟବ୍ୟଙ୍ଗ ସଂକଳନ) - ୨୦୧୨ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ
- ବଛା ବଛା ହାସ୍ୟ ବ୍ୟଙ୍ଗ (ନିର୍ବାଚିତ ହାସ୍ୟବ୍ୟଙ୍ଗ) - ୨୦ ୧୩ । ଟାଇମପାସ୍, ଭୁବନେଶ୍ୱର
- ରମ୍ୟରସାୟନ (ରମ୍ୟ ରଚନା ସଂକଳନ) - ୨୦୧୫ ଅଗ୍ରଦୂତ, ବାଙ୍କାବଜାର, କଟକ
- ଷଣ୍ଢର ସଂସାର ଚିନ୍ତା ( ହାସ୍ୟବ୍ୟଙ୍ଗ ସଂକଳନ) - ୨୦୧୮ପଶ୍ଚିମା ପବ୍ଲିକେଶସସ୍, ଭୁବନେଶ୍ୱର
ଗଳ୍ପ ସଂକଳନ
[ସମ୍ପାଦନା]- ବୟସ୍କ ବସନ୍ତର ସକାଳ (ଗଳ୍ପ ସଂକଳନ)-୨୦୦୦ (ପ୍ରତୀଚୀ ପ୍ରକାଶନ, ବ୍ରହ୍ମପୁର)
- ବୟସ୍କ ବସନ୍ତର ସକାଳ (ଗଳ୍ପ ସଂକଳନ) - ୨୦୦୦ ପ୍ରତୀଚୀ ପ୍ରକାଶନ, ବ୍ରହ୍ମପୁର
- କଥାକୁହା ହୃଦୟ ଓ ଅନ୍ୟାନ୍ୟ ଗପ (ଅନୁଦିତ) – ୨୦୧୦ ସାଇନାଥ, ଭୁବନେଶ୍ୱର
- ସାନସାନ କଥାମାନ (ଗପ) - ୨୦୧୯ ତୀରତରଙ୍ଗ ପ୍ରକାଶନ,ଭୁବନେଶ୍ୱର
କବିତା ସଂକଳନ
[ସମ୍ପାଦନା]- ଗୋପନେ ସାଇତା ଗୀତ (ଗୀତି କବିତା ସଂକଳନ) - ୨୦୧୧ସାଇନାଥ, ଭୁବନେଶ୍ୱର
- ଚଉରା ଓ ଅନ୍ୟାନ୍ୟ କବିତା (କବିତା ସଂକଳନ) - ୨୦୧୪ ସାଇନାଥ, ଭୁବନେଶ୍ୱର
- God and other poems..English translation of Odia poetry collection entitled ଚଉରା ଓ ଅନ୍ୟାନ୍ୟ କବିତା -2020 PENIn Books, Bhubaneswar
ସମ୍ମାନ
[ସମ୍ପାଦନା]ସେ ତାଙ୍କର ବ୍ୟଙ୍ଗାତ୍ମକ ସୃଜନ ନିମନ୍ତେ ବ୍ୟଙ୍ଗଶ୍ରୀ ଓ ରସରାଜ ଭଳି ଉପାଧୀ ସମେତ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର ପ୍ରଦତ୍ତ ହାଜୀ ଅସରଡ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର ଓ ପ୍ରଜାତନ୍ତ୍ର ବିଷୁବ ମିଳନରେ ପ୍ରଦତ୍ତ ରାଜୀବ ସ୍ମାରକୀ ଲଳିତ ନିବନ୍ଧ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସ୍ୱର୍ଗତ ଗନ୍ତାୟତ ଶିବପ୍ରସାଦଙ୍କ ସ୍ମୃତିରେ ବ୍ୟଙ୍ଗକବି ଡ.କୁଳାଙ୍ଗାରଙ୍କୁ ୨୦୧୭ ମସିହାରେ ସମ୍ମାନିତ କରାଯାଇଛି ।[୮]
ଆଧାର
[ସମ୍ପାଦନା]- ↑ "Magazines galore - Young writers yet to challenge veterans". www.telegraphindia.com (in ଇଂରାଜୀ). Retrieved 20 November 2018.
{{cite web}}
: no-break space character in|title=
at position 41 (help) - ↑ "mediakoraput: Gantayat remembered". mediakoraput. 13 January 2010. Retrieved 20 November 2018.
- ↑ "Gantayat remembered". The Hindu (in Indian English). 10 January 2010. Retrieved 20 November 2018.
- ↑ "MEDIA MANTRA by MRINAL CHATTERJEE: New Odia Humour Satire Books". MEDIA MANTRA by MRINAL CHATTERJEE. 22 December 2015. Retrieved 20 November 2018.
- ↑ ""ଷଣ୍ଢର ସଂସାର ଚିନ୍ତା " ଏବେ ବହିବଜାରରେ – Odiapua.com". www.odiapua.com. Retrieved 22 November 2018.[permanent dead link]
- ↑ "ଗନ୍ତାୟତ ଶିବପ୍ରସାଦ | gantayat shibaprasad | Writer of Odia Language & Literature". www.odiasahitya.com (in ଇଂରାଜୀ). Retrieved 2 December 2018.
- ↑ Gantayata, Siba Prasad. Bengaradi. Cuttack: Friends Publishers. p. 66.
- ↑ "ଏକାମ୍ର ପୁସ୍ତକ ମହୋତ୍ସବରେ ବ୍ୟଙ୍ଗ ସନ୍ଧ୍ୟା : ବ୍ୟଙ୍ଗ ମାଧ୍ୟମରେ ସଂସ୍କାର ଆସିପାରିବ | Sambad". Sambad. 19 November 2017. Retrieved 2 December 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |