ରାମ ରାଜ କୁମାରୀ

ଉଇକିପିଡ଼ିଆ‌ରୁ
ରାମ ରାଜ କୁମାରୀ
ବିଧାୟିକା: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1911-04-19)୧୯ ଅପ୍ରେଲ ୧୯୧୧
ମୃତ୍ୟୁ୨୦ ଡିସେମ୍ବର ୧୯୬୯(1969-12-20) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଚନ୍ଦ୍ରଭାନୁ ଦେବ
ବାପା/ବୋଉହରପ୍ରସାଦ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ରାମ ରାଜ କୁମାରୀ (୧୯ ଅପ୍ରେଲ ୧୯୧୧ - ୨୦ ଡିସେମ୍ବର ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପ୍ରଥମେ ତିନି ଜଣ ମହିଳା ବିଧାୟିକାଙ୍କ ଭିତରେ ସେ ଜଣେ ଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମ ରାଜ କୁମାରୀ ୧୯୧୧ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରପ୍ରସାଦ ସିଂହ ଦେଓ ଓ ପତିଙ୍କ ନାମ ଚନ୍ଦ୍ରଭାନୁ ଦେବ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ରାମ ରାଜ କୁମାରୀ ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ସେ ସମାଜସେବାରେ ଯୋଗ ଦେଇଥିଲେ । ତାଙ୍କ ଉଦ୍ୟମରେ କିଛି ଉଚ୍ଚ ବିଦ୍ୟାଳୟର ମୁଳଦୁଆ ପଡ଼ିଥିଲା ଏବଂ ତାଙ୍କଦ୍ୱାରା ପଟ୍ଟାମୁଣ୍ଡାଇ ଦେଇ କେନ୍ଦ୍ରାପଡ଼ାରୁ ଚାନ୍ଦବାଲିକୁ ସଂଯୋଗ କରୁଥିବା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।[୨]

୧୯୫୨ ମସିହାରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୦୭୩ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ କୃପାସିନ୍ଧୁ ପଣ୍ଡାଙ୍କୁ ୨୫୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

ରାମ ରାଜ କୁମାରୀ ୧୯୬୯ ମସିହାର ଡିସେମ୍ବର ୨୦ ତାରିଖରେ ୫୮ ବର୍ଷ ବୟସରେ କଟକରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୦". ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୯୨. ISBN 978-81-89436-54-4. Retrieved 1 September 2021.
  2. ୨.୦ ୨.୧ ୨.୨ "Shri Ram Raj Kumari". odishaassembly.nic.in. Odisha Assembly. Retrieved 1 September 2021.
  3. "Orissa 1951". Election Commission of India (in Indian English). Retrieved 2019-06-27.