ଏନ୯୫ ରେସ୍ପିରେଟର

ଉଇକିପିଡ଼ିଆ‌ରୁ
ଉଦ୍ୟୋଗିକ ବ୍ୟବହାର ପାଇଁ ଏନ୯୫ ଶ୍ୱାସଯନ୍ତ୍ର

ଏନ୯୫ ଛଣା ମୁଖ ରେସ୍ପିରେଟର (ସାଧାରଣ ଭାବେ ଏନ୯୫ ମାସ୍କ ବା ଏନ୯୫ ଶ୍ୱାସଯନ୍ତ୍ର ନାମରେ ଜଣା) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇଂଷ୍ଟିଟ୍ୟୁଟ ଫର ଅକ୍ୟୁପେଶନାଲ ସେଫଟି ଆଣ୍ଡ ହେଲ୍‌ଥର (NIOSH) ଏନ୯୫ ମାନକ ଅନୁସାରେ ତିଆରି ଶ୍ୱାସଯନ୍ତ୍ର । ଏହା ପ୍ରଦୂଷିତ ବାୟୁର ଅତିକମରେ ୯୫ ପ୍ରତିଶତ କଣିକା ଶୁଦ୍ଧ କରିପାରେ ।[୧] ଏହା ଏକ ଯାନ୍ତ୍ରିକ ଶ୍ୱାସଯନ୍ତ୍ର ଯାହା ଧୂଳିକଣାରୁ ରକ୍ଷା କରିବା ବେଳେ ଗ୍ୟାସ ବା ବାଷ୍ପଠାରୁ ରକ୍ଷା କରିପାରେ ନାହିଁ ।[୨]

ଏହି ଶ୍ୱାସଯନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଅନ୍ୟ ଦେଶମାନଙ୍କରେ ନିୟନ୍ତ୍ରିତ ଶ୍ୱାସଯନ୍ତ୍ରର ସମାନଶ୍ରେଣୀୟ । ତେବେ ସେଗୁଡ଼ିକର ଉପଯୋଗିତା ନିର୍ଣ୍ଣୟ କରିବାର ମାନଦଣ୍ତ ଭିନ୍ନ । ଉଦାହରଣ ସ୍ୱରୂପ, ୟୁରୋପୀୟ ସଂଘର ଏଫଏଫପି୨ ଶ୍ୱାସଯନ୍ତ୍ ବାୟୁରୁ ୯୪ ପ୍ରତିଶତ ସ୍ୱଚ୍ଛ କରିବାରେ ସକ୍ଷମ ହୋଇଥିବା ବେଳେ ଚୀନର କେଏନ୯୫ ଶ୍ୱାସଯନ୍ତ୍ର ୯୫ ପ୍ରତିଶତ କଣିକା ଛାଣିବାରେ ସକ୍ଷମ ।[୩][୪]

ଏନ୯୫ ଶ୍ୱାସଯନ୍ତ୍ର କୃତ୍ରିମ ପଲିମର ତନ୍ତୁର ଏକ ସୂକ୍ଷ୍ମ ଜାଲରେ ପ୍ରସ୍ତୁତ । ଗଳନ ପ୍ରକ୍ରିୟାରେ ନିର୍ମିତ ଏହି ଶ୍ୱାସଯନ୍ତ୍ରରେ ଏକପ୍ରକାର ଆନ୍ତରିକ ଶୋଧନ ପରଳ ତିଆରି ହୋଇଥାଏ ଯାହା ହାନିକାରକ କଣିକା ପରିଷ୍କାର କରିଥାଏ ।[୫]

ବ୍ୟବହାର[ସମ୍ପାଦନା]

ଏନ୯୫ ଶ୍ୱାସଯନ୍ତ୍ରର ସଠିକ ବ୍ୟବହାର ପ୍ରଣାଳୀ ପାଇଁ ପୋଷ୍ଟର

ପ୍ରତ୍ୟେକ ବ୍ୟବହାରକାରୀ ନିଜସ୍ୱ ମାପ ଓ ପ୍ରକାର ଅନୁଯାୟୀ ଠିକ ଭାବେ ଫିଟ ହେଉଥିବା ଶ୍ୱାସଯନ୍ତ୍ର ଏବଂ ମୋହର ଯାଞ୍ଚ କରି ବ୍ୟବହାର କରନ୍ତି । ଶ୍ୱାସଯନ୍ତ୍ରର ସିଲ ହୋଇଥିବା ଅଂଶରେ ମୁହଁର ଚୁଟି ଲିକ କରାଇପାରେ ଫଳରେ କ୍ଷତିକାରୀ ଅଣୁ ଶ୍ୱାସନଳୀରେ ପ୍ରବେଶ କରିଯାଇପାରନ୍ତି ।[୬]

ଶ୍ୱାସଯନ୍ତ୍ର ଭାବେ ଉପଯୋଗ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ କାରଣ ଏହାଦ୍ୱାରା ଶ୍ୱାସ ନେବାରେ ଅସୁବିଧା ମଧ୍ୟ ହୋଇପାରେ । ବେଳେବେଳେ ଏହି ଶ୍ୱାସଯନ୍ତ୍ର ବ୍ୟବହାର ହେତୁ ହୃଦଘାତ, ଫୁସଫୁସରେ ରୋଗ ଏବଂ କ୍ଲଷ୍ଟ୍ରୋଫୋବିଆ ପରି ମାନସିକ ରୋଗ ହେବାର ସମ୍ଭାବନା ଥାଏ ।[୭]

ଆଧାର[ସମ୍ପାଦନା]

  1. "NIOSH-Approved N95 Particulate Filtering Facepiece Respirators - A Suppliers List". U.S. National Institute for Occupational Safety and Health.
  2. "Respirator Trusted-Source: Selection FAQs". U.S. National Institute for Occupational Safety and Health.
  3. "Comparison of FFP2, KN95, and N95 and Other Filtering Facepiece Respirator Classes" (PDF). 3M Technical Data Bulletin. Archived from the original on 2020-04-14. Retrieved 2021-05-06.{{cite web}}: CS1 maint: bot: original URL status unknown (link)
  4. "Strategies for Optimizing the Supply of N95 Respirators". U.S. Centers for Disease Control and Prevention.
  5. "COVID-19 Has Caused A Shortage Of Face Masks. But They're Surprisingly Hard To Make".
  6. "Proper N95 Respirator Use for Respiratory Protection Preparedness". NIOSH Science Blog.
  7. "Medical Evaluations for Workers Who Use Respirators". U.S. Occupational Safety and Health Administration.