କ୍ଲଷ୍ଟ୍ରୋଫୋବିଆ

ଉଇକିପିଡ଼ିଆ‌ରୁ

କ୍ଲଷ୍ଟ୍ରୋଫୋବିଆ ଏକ ଛୋଟ କୋଠରୀ ବା ବନ୍ଦ ସ୍ଥାନରେ ବାହାରକୁ ବାହାରି ନ ପାରିବା ଡର ।[୧] ଏହା ବିଭିନ୍ନ ବାଟରେ ସୃଷ୍ଟି ହୋଇପାରେ ସର୍ବାଧିକ ଲୋକ ଥିବା ଏଲିଭେଟର, ଝରକାନଥିବା କୋଠରୀ ଏବଂ ଏଭଳି ବେକ ଚିପା ପୋଷାକରୁ ତିଆରି ଉଦ୍ଦୀପନାଦ୍ୱାରା ଆରମ୍ଭ ହୋଇଯାଇପାରେ ।[୨] ଏହା ଏକ ପ୍ରକାରର ଆଶଙ୍କାଜନିତ ରୋଗ ଓ ପ୍ରାୟତଃ ଆଶଙ୍କା ଧକ୍କାର ପରିଣତ ହୋଇଥାଏ । କ୍ଲଷ୍ଟ୍ରୋଫୋବିଆ ବିଭିନ୍ନ କାରଣରୁ ହୋଇଥିବା ଜଣାଯାଏ । ସେଗୁଡ଼ିକ ହେଲା ଆମାଇଗଡାଲାର ଆକାର କମିବା, ପୁରାତନ ଅବସ୍ଥା କିମ୍ବା ଛୋଟ ଜାଗାରେ ରହିବାର ଡରର ଆନୁବଶିଂକ କାରଣରୁ ହୋଇଥାଏ ।

ଏକ ପରୀକ୍ଷା ଅନୁସାରେ ବିଶ୍ୱ ଜନସଂଖ୍ୟାର ୫-୭% ଅତି-କ୍ଲଷ୍ଟ୍ରୋଫୋବିଆରେ ପୀଡ଼ିତ । କିନ୍ତୁ କେବଳ ଏହାର ଏକ ଛୋଟ ଭାଗ ଏଥିରୁ ମୁକୁଳିବା ନିମନ୍ତେ କୌଣସି ଉପଚାରର ସାହାଯ୍ୟ ନିଅନ୍ତି ।[୩]

"କ୍ଲଷ୍ଟ୍ରୋଫୋବିଆ" ଶବ୍ଦଟି ଲାଟିନ "କ୍ଲଷ୍ଟ୍ରମ (claustrum) "ଏକ ସ୍ଥାନ ବନ୍ଦ ଅଂଶ" ଓ ଗ୍ରୀକ φόβος, phóbos, "ଡର"ରୁ ଆସିଛି ।

ଆଧାର[ସମ୍ପାଦନା]

  1. "Claustrophobia". Merriam Webster. Retrieved 2013-05-19.
  2. Öst, "The Claustrophobia Scale"
  3. Phobias: A Handbook of Theory, Research, and Treatment. Chichester ;New York: Wiley, 1997.