ରାମଦାସ ଗାନ୍ଧୀ

ଉଇକିପିଡ଼ିଆ‌ରୁ
ରାମଦାସ ଗାନ୍ଧୀ
ଜନ୍ମ
ରାମଦାସ ମୋହନଦାସ ଗାନ୍ଧୀ

(1897-01-02)୨ ଜାନୁଆରୀ ୧୮୯୭
ନଟାଲା କଲୋନୀ, ଦକ୍ଷିଣ ଆଫ୍ରିକା
ମୃତ୍ୟୁ୧୪ ଅପ୍ରେଲ ୧୯୬୯(1969-04-14) (ବୟସ ୭୨)
ଜାତୀୟତାଭାରତୀୟ
ବୈବାହିକ-ସାଥୀନିର୍ମଳା ଦେବୀ
ସନ୍ତାନ
ପିତାମାତାs
ସମ୍ପର୍କୀୟହୀରାଲାଲ, ମଣିଲାଲ, ଦେବଦାସ (ଭାଇ)

ରାମଦାସ ମୋହନଦାସ ଗାନ୍ଧୀ (୨ ଜାନୁଆରୀ ୧୮୯୭ - ୧୪ ଅପ୍ରେଲ ୧୯୬୯) ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ତୃତୀୟ ପୁତ୍ର ଥିଲେ ।[୧] ସେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ପିତାମାତା ଏବଂ ତାଙ୍କର ସମସ୍ତ ଭାଇଙ୍କଠାରୁ ଅଲଗା ରହୁଥିଲେ । ସେ ଏବଂ ତାଙ୍କ ପତ୍ନୀ ନିର୍ମଳାଙ୍କର ତିନୋଟି ସନ୍ତାନ ଥିଲେ; ସୁମିତ୍ରା ଗାନ୍ଧୀ, କାନୁ ଗାନ୍ଧୀ ଏବଂ ଉଷା ଗାନ୍ଧୀ । ସେ ତାଙ୍କ ପିତାଙ୍କ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଥିଲେ ।

ତାଙ୍କର ଆଧ୍ୟାତ୍ମିକତାରେ କୌଣସି ରୁଚି ନଥିଲା, ତଥାପି ସେ ୧୯୩୦ ମସିହାର ସାଧାରଣ ନାଗରିକ ଆନ୍ଦୋଳନରେ ଯୋଗ ଦେଇଥିଲେ । କାରାବରଣ ବେଳେ ତାଙ୍କର ସ୍ୱାସ୍ଥ୍ୱାବସ୍ଥାରେ ଗଭୀର ପ୍ରଭାବ ପକାଇଥିଲା । ଦକ୍ଷିଣ ଆଫ୍ରିକାରେ ବଡ଼ ହୋଇଥିବା ରାମଦାସ ତାଙ୍କ ପିତା ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆପଣାଯାଇଥିବା ଦାରିଦ୍ରତାକୁ କଦାପି ଗ୍ରହଣ କରିପାରିନଥିଲେ ।

ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ରାମଦାସ ଗାନ୍ଧୀ ହିଁ ମହାତ୍ମାଙ୍କ ଇଚ୍ଛା ଅନୁଯାୟୀ ଶବଦାହ ସମୟରେ ପ୍ରଥମେ ଅଗ୍ନି ସଂଯୋଗ କରିଥିଲେ । ଅନ୍ତିମ ସଂସ୍କାରରେ ତାଙ୍କ ସାନଭାଇ ଦେବଦାସ ଗାନ୍ଧୀ ଯୋଗ ଦେଇଥିଲେ ।

ତାଙ୍କ ପିତାଙ୍କର ଶତବାର୍ଷିକୀ ବର୍ଷରେ ସେ ୭୨ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ । ତାଙ୍କ ମୃତ୍ୟୁବେଳକୁ ପତ୍ନୀ ନିର୍ମଳା ଏବଂ ତିନି ସନ୍ତାନ ବଞ୍ଚିଥିଲେ, ସେମାନଙ୍କ ମଧ୍ୟରୁ ଏବେ କେହି ଜୀବିତ ନାହାନ୍ତି । ତାଙ୍କ ପୁଅ କାନୁ ଗାନ୍ଧୀ ନସାର ଜଣ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଥିଲେ ।[୨]

ଆଧାର[ସମ୍ପାଦନା]

  1. "Ramdas Gandhi". www.myheritage.com. MyHeritage. Retrieved 2 October 2020.
  2. "Kanu Gandhi, Gandhiji's grandson and ex-Nasa scientist, battles death in penury". Hindustan Times (in ଇଂରାଜୀ). 5 November 2016. Retrieved 2 October 2020.

ବାହାର ଆଧାର[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ପରିବାର
କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ
୧୮୨୨–୧୮୮୫
ମହାତ୍ମା ଗାନ୍ଧୀ
୧୮୬୯–୧୯୪୮
କସ୍ତୁରବା ଗାନ୍ଧୀ
୧୮୬୯–୧୯୪୪
ହରିଲାଲ ଗାନ୍ଧୀ
1888–1948
ମଣିଲାଲ ଗାନ୍ଧୀ
1892–1956
ରାମଦାସ ଗାନ୍ଧୀ
1897–1969
ଦେବଦାସ ଗାନ୍ଧୀ
1900–1957
ସୁନନ୍ଦା ଗାନ୍ଧୀ
1932–2007
ଅରୁଣ ମଣିଲାଲ ଗାନ୍ଧୀ
1934–2023
ଇଲା ଗାନ୍ଧୀ
1940–
କାନୁ ଗାନ୍ଧୀ
1928–2016
ରାଜମୋହନ ଗାନ୍ଧୀ
1935–
ରାମଚନ୍ଦ୍ର ଗାନ୍ଧୀ
1937–2007
ଗୋପାଳକୃଷ୍ଣ ଗାନ୍ଧୀ
1945–
ତୁଷାର ଗାନ୍ଧୀ
1960–
ଲୀଲା ଗାନ୍ଧୀ
1966–