ଇଲା ଗାନ୍ଧୀ

ଉଇକିପିଡ଼ିଆ‌ରୁ
ଇଲା ଗାନ୍ଧୀ
୨୦୧୮ରେ ଦକ୍ଷିଣ ଆଫ୍ରିକାରେ ଫୋନିକ୍ସ ସେଟଲ୍‌ମେଣ୍ଟରେ ଗାନ୍ଧୀ
ଜନ୍ମ (1940-07-01) ୧ ଜୁଲାଇ ୧୯୪୦ (ବୟସ ୮୩)
ଶିକ୍ଷାନୁଷ୍ଠାନନାଟାଲ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ରାଜନୀତିଜ୍ଞ, ସମାଜସେବୀ
ରାଜନୈତିକ ଦଳଆଫ୍ରିକାନ୍ ନ୍ୟାସନାଲ୍ କଂଗ୍ରେସ
ବୈବାହିକ-ସାଥୀମେୱା ରାମଗବିନ (୧୯୬୦ – ୧୯୯୦; ଛାଡ଼ପତ୍ର)
ପିତାମାତାs
ସମ୍ପର୍କୀୟଅରୁଣ ମଣିଲାଲ ଗାନ୍ଧୀ (ଭାଇ)
ମହାତ୍ମା ଗାନ୍ଧୀ (ଜେଜେବାପା)
କସ୍ତୁରବା ଗାନ୍ଧୀ (ଜେଜିମା)

ଇଲା ଗାନ୍ଧୀ (ଜନ୍ମ: ୧ ଜୁଲାଇ ୧୯୪୦) ଜଣେ ଦକ୍ଷିଣ ଆଫ୍ରିକାର ଶାନ୍ତି କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ରାଜନେତ୍ରୀ ।[୧] ସେ ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ସଂସଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ସଂସଦୀୟ କମିଟି ଦାୟିତ୍ୱରେ ରହି କଲ୍ୟାଣ ବିଭାଗ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ କମିଟିର କାର୍ଯ୍ୟ ନିର୍ବାହ କରିବା ସହିତ ଆଡ୍ ହକ୍ କମିଟିର ଦାୟୀତ୍ବରେ ରହି ସେ "ସରୋଗେଟ ମାତୂତ୍ୱ" ଭଳି ବିଷୟ ପରିଚାଳନା କରିଥିଲେ । ସେ ଜଷ୍ଟିସ କମିଟିର ବିକଳ୍ପ ସଦସ୍ୟ ଥିଲେ ଏବଂ ନ୍ୟାୟପାଳିକା ଏବଂ ଆଇନ ପ୍ରଣାଳୀ ଉପରେ ଥିମ୍ କମିଟି-୫ରେ କାର୍ଯ୍ୟ କରିଥିଲେ । ସେ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ନାତୁଣୀ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଇଲା ଗାନ୍ଧୀ ୧ ଜୁଲାଇ ୧୯୪୦ରେ ମଣିଲାଲ ଗାନ୍ଧୀ ଏବଂ ସୁଶୀଲା ମଶ୍ରୁୱାଲାଙ୍କ କନ୍ୟା ଭାବେ ଡର୍ବାନଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା 'Indian opinion' ନାମକ ପତ୍ରିକାର ସଂପାଦକ ଥିଲେ । ମହାତ୍ମା ଗାନ୍ଧୀଙ୍କ ଏହି ନାତୁଣୀ ଇଲା ଗାନ୍ଧୀ ଦକ୍ଷିଣ ଆଫ୍ରିକାସ୍ଥ ଫିନିକ୍ସ ସେଟେଲମେଣ୍ଟରେ (ଇରଣ୍ଡା, ଡର୍ବାନ୍ ଜିଲ୍ଲା) ଜନ୍ମଗ୍ରହଣ କରିଥିଲେ ଯେଉଁଠାରେ ସେ ତାଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ତଥା ଗଠନମୂଳକ ବର୍ଷ ଅତିବାହିତ କରିଥିଲେ । ଇଲା ନାଟାଲ ବିଶ୍ୱବିଦ୍ୟାଳୟରେ ବିଏ ଡିଗ୍ରୀ ଅଧ୍ୟୟନ କରିଥିଲେ ଏବଂ ପରେ (UNISA)ୟୁନିସା ମାଧ୍ୟମରେ ସାମାଜିକ ବିଜ୍ଞାନରେ ସମ୍ମାନ (Honours) ଡିଗ୍ରୀ ଲାଭ କରିଥିଲେ । ପୂର୍ବତନ ନାଟାଲ୍ ବିଶ୍ୱବିଦ୍ୟାଳୟରେ ସେ ସ୍ନାତକ (B.A.) ଡିଗ୍ରୀ ହାସଲ କରିଥିଲେ ଏବଂ ପରେ UNISAରୁ ସମ୍ମାନ ସହିତ ସାମାଜିକ ବିଜ୍ଞାନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସ୍ସଲ କରିଥିଲେ । ସ୍ନାତକ ପରେ ସେ ୧୫ ବର୍ଷ ପାଇଁ ଭେରୁଲମ୍ ଶିଶୁ ଏବଂ ପରିବାର କଲ୍ୟାଣ ସମିତି ଏବଂ ଡର୍ବାନ୍ ଇଣ୍ଡିଆନ୍ ଶିଶୁ ଏବଂ ପରିବାର କଲ୍ୟାଣ ସମିତି ସହିତ ସାମାଜିକ କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୩]

ବୃତ୍ତିଗତ ଜୀବନ[ସମ୍ପାଦନା]

ଇଲା ଆରମ୍ଭରୁ ୧୯୯୧ ପର୍ଯ୍ୟନ୍ତ ମହିଳା ନାଟାଲ୍ ସଂଗଠନର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସମୟରେ ଗାନ୍ଧୀଙ୍କୁ ୧୯୭୫ ମସିହାରେ ରାଜନୈତିକ କାର୍ଯ୍ୟକଳାପରୁ ବାରଣ କରାଯାଇଥିଲା ଏବଂ ମୋଟ ନଅ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ବିରୋଧରେ ସଂଗ୍ରାମ ସମୟରେ ତାଙ୍କର ଜଣେ ପୁଅ ନିହତ ହୋଇଥିଲେ । ସେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ର ସଦସ୍ୟମାନଙ୍କ ମଧ୍ୟରେ ଥିଲେ, ଯିଏ ଫେବୃଆରୀ ୧୧, ୧୯୯୦ରେ ପୋଲ୍ସମୁର ଜେଲରୁ ମୁକ୍ତ ହେବା ପୂର୍ବରୁ ନେଲସନ ମଣ୍ଡେଲାଙ୍କ ସହ ସାକ୍ଷାତ କରିଥିଲେ ।

ସଂସଦରେ କାର୍ଯ୍ୟ କରିବା ପରେ ଗାନ୍ଧୀ ମହିଳାଙ୍କ ପ୍ରତି ଘରୋଇ ହିଂସା ବିରୋଧରେ ୨୪ ଘଣ୍ଟିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ, ଗାନ୍ଧୀ ବିକାଶ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ, ଧାର୍ମିକ ବ୍ୟାପାର କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ମାସିକ ଖବରକାଗଜର ତଦାରଖ କରିଥିଲେ । ସେ 'ମହାତ୍ମା ଗାନ୍ଧୀ ବିକାଶ ଟ୍ରଷ୍ଟ'ର ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି । ଇଲା ଗାନ୍ଧୀ ଅନେକ ବର୍ଷ ଧରି ଡର୍ବାନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]

ପୁରସ୍କାର ଏବଂ ସ୍ୱୀକୃତି[ସମ୍ପାଦନା]

ରାଜନୀତି ଏବଂ ସମାଜରେ ଇଲା ଗାନ୍ଧୀଙ୍କ ଅବଦାନ ବହୁଳ ଭାବରେ ସ୍ୱୀକୃତିପ୍ରାପ୍ତ -

୧) ଇଲା ଗାନ୍ଧୀ ୨୦୧୪ରେ ଭାରତର ରାଷ୍ଟ୍ରପତିଙ୍କଠାରୁ "ପ୍ରବାସୀ ଭାରତୀୟ ସମ୍ମାନ" ଗ୍ରହଣ କରିଛନ୍ତି ।

୨) ୨୦୦୨ରେ ସେ କମ୍ୟୁନିଟି ଅଫ୍ ଖ୍ରୀଷ୍ଟ ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ ।

୩) ୨୦୦୭ରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୪) ୨୦୧୩ରେ ତାଙ୍କୁ "ଆନ୍ତର୍ଜାତୀୟ ଶାନ୍ତି ଦୂତ ପୁରସ୍କାର" ପ୍ରଦାନ କରାଯାଇଥିଲା - ଯାହାକି ବିଶ୍ୱ ଶାନ୍ତି ଆନ୍ଦୋଳନ, ଭାରତଦ୍ୱାରା ପ୍ରଦାନ କରାଯାଇଥିବା ବିଦେଶୀ ଭାରତୀୟଙ୍କ ପାଇଁ ସମ୍ମାନ ।

୫) ୨୦୧୪ରେ ସେ ନେଲସନ ମାଣ୍ଡେଲାଙ୍କଦ୍ୱାରା ସ୍ଥାପିତ "uMkhonto we Sizwe"ର ଜଣେ ଭେଟେରାନ ଭାବରେ ସମ୍ମାନିତ ହୋଇଥିଲେ ।[୫]

ଅଧାର[ସମ୍ପାଦନା]

  1. "ELA GANDHI Oral History Interview". web.archive.org. 24 February 2018. Archived from the original on 24 February 2018. Retrieved 29 September 2023.{{cite web}}: CS1 maint: bot: original URL status unknown (link)
  2. "Ela Gandhi | South African History Online". www.sahistory.org.za. Retrieved 29 September 2023.
  3. Tiara Walters (5 June 2010). "Ela Gandhi" (News article (interview)). Times Live. AVUSA, Inc. Retrieved 23 May 2012.
  4. "Durban Living Legend - Ela Gandhi - Community Memory". web.archive.org. 12 March 2012. Archived from the original on 12 March 2012. Retrieved 29 September 2023.{{cite web}}: CS1 maint: bot: original URL status unknown (link)
  5. "Ela Gandhi honoured in South Africa". The Hindu (in Indian English). 26 January 2014. Retrieved 29 September 2023.

ବାହାର ଆଧାର[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ପରିବାର
କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ
୧୮୨୨–୧୮୮୫
ମହାତ୍ମା ଗାନ୍ଧୀ
୧୮୬୯–୧୯୪୮
କସ୍ତୁରବା ଗାନ୍ଧୀ
୧୮୬୯–୧୯୪୪
ହରିଲାଲ ଗାନ୍ଧୀ
1888–1948
ମଣିଲାଲ ଗାନ୍ଧୀ
1892–1956
ରାମଦାସ ଗାନ୍ଧୀ
1897–1969
ଦେବଦାସ ଗାନ୍ଧୀ
1900–1957
ସୁନନ୍ଦା ଗାନ୍ଧୀ
1932–2007
ଅରୁଣ ମଣିଲାଲ ଗାନ୍ଧୀ
1934–2023
ଇଲା ଗାନ୍ଧୀ
1940–
କାନୁ ଗାନ୍ଧୀ
1928–2016
ରାଜମୋହନ ଗାନ୍ଧୀ
1935–
ରାମଚନ୍ଦ୍ର ଗାନ୍ଧୀ
1937–2007
ଗୋପାଳକୃଷ୍ଣ ଗାନ୍ଧୀ
1945–
ତୁଷାର ଗାନ୍ଧୀ
1960–
ଲୀଲା ଗାନ୍ଧୀ
1966–