ସୁଶାନ୍ତ କୁମାର ବେହେରା
ସୁଶାନ୍ତ କୁମାର ବେହେରା | |
---|---|
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୨୪ | |
ପୂର୍ବ ଅଧିକାରୀ | ଖଗେଶ୍ୱର ବେହେରା |
ପର ଅଧିକାରୀ | ଅଗସ୍ତି ବେହେରା |
ନିର୍ବାଚନ ମଣ୍ଡଳୀ | ଛେଣ୍ଡିପଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୭ ମାର୍ଚ୍ଚ ୧୯୬୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କୁମୁଦିନୀ ବେହେରା |
ସନ୍ତାନ | ୨ |
ବାପା/ବୋଉ | ପଦ୍ମ ଚରଣ ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୁଶାନ୍ତ କୁମାର ବେହେରା (ଜନ୍ମ: ୧୭ ମାର୍ଚ୍ଚ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସୁଶାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁଶାନ୍ତ ୧୯୬୯ ମସିହାର ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦ୍ମ ଚରଣ ବେହେରା ଓ ପତ୍ନୀଙ୍କ ନାମ କୁମୁଦିନୀ ବେହେରା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସୁଶାନ୍ତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୮,୫୬୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅଗସ୍ତି ବେହେରାଙ୍କ ଠାରୁ ୧୫,୦୬୩ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Shri Sushant Kumar Behera". odishaassembly.nic.in. Odisha Assembly. Retrieved 13 July 2020.
- ↑ "ସବୁ ଦଳର ମୁଣ୍ଡବିନ୍ଧା 'ଅସନ୍ତୁଷ୍ଟ' | Sambad27 February 2019". sambad.in. Archived from the original on 12 July 2020. Retrieved 12 July 2020.
- ↑ "General Election to Assembly Constituencies 2024: Chhendipada (Odisha)". Election Commission of India. Retrieved 27 June 2024.