ଅତନୁ ସବ୍ୟସାଚୀ ନାୟକ
ଅତନୁ ସବ୍ୟସାଚୀ ନାୟକ | |
---|---|
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୨୪ | |
ପର ଅଧିକାରୀ | ଦୁର୍ଗା ପ୍ରସନ ନାୟକ |
ନିର୍ବାଚନ ମଣ୍ଡଳୀ | ମହାକାଳପଡ଼ା |
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ତ୍ରିଲୋଚନ ବେହେରା |
ପର ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲ |
ନିର୍ବାଚନ ମଣ୍ଡଳୀ | ପାଟକୁରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମଇ ୭, ୧୯୬୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ରାଜକିଶୋର ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଅତନୁ ସବ୍ୟସାଚୀ ନାୟକ (ଜନ୍ମ: ୭ ମଇ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଅତନୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଛନ୍ତି । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ଏବଂ ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅତନୁ ସବ୍ୟସାଚୀ ନାୟକ ୧୯୬୭ ମସିହାର ମଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜକିଶୋର ନାୟକ ।[୧] ଅତନୁଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅତନୁ ସବ୍ୟସାଚୀ ନାୟକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଛନ୍ତି ।[୧] ଅତନୁ ୨୦୦୯ ମସିହାରୁ ୨୦୧୨ ଓ ୨୦୧୪ ମସିହାରୁ ୨୦୧୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୬,୧୨୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଦୁର୍ଗା ପ୍ରସନ ନାୟକଙ୍କ ଠାରୁ ୩୩,୫୨୬ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Shri Atanu Sabyasachi Nayak". odishaassembly.nic.in. Odisha Assembly. Retrieved 27 March 2020.
- ↑ "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.