ରାଜକିଶୋର ନାୟକ

ଉଇକିପିଡ଼ିଆ‌ରୁ
ରାଜକିଶୋର ନାୟକ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀଚକ୍ରଧର ଶତପଥୀ
ପର ଅଧିକାରୀପ୍ରହଲ୍ଲାଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-11-12)ନଭେମ୍ବର ୧୨, ୧୯୨୫
ମୃତ୍ୟୁ୪ ଜାନୁଆରୀ ୨୦୧୦(2010-01-04) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଜୀବନ ସାଥୀନିର୍ମଳାପ୍ରଭା ନାୟକ
ବାପା/ବୋଉଚିନ୍ତାମଣି ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜକିଶୋର ନାୟକ (୧୨ ନଭେମ୍ବର ୧୯୨୫ - ୪ ଜାନୁଆରୀ) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ରାଜକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାଜକିଶୋର ନାୟକ ୧୯୨୫ ମସିହାର ନଭମ୍ବର ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ନାୟକ ଓ ପତ୍ନୀଙ୍କ ନାମ ନିର୍ମଳାପ୍ରଭା ନାୟକ ।[୧] ରାଜକିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକରୁ କମ୍ ଥିଲା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାଜକିଶୋର ନାୟକ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ରାଜକିଶୋର ନାୟକ ୨୦୧୦ ମସିହାର ଜାନୁଆରୀ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Rajakishore Nayak". odishaassembly.nic.in. Odisha Assembly. Retrieved 26 March 2020.